logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଘୁଟୁରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ।

ଘୁଟୁରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ

କେନ୍ଦୁଝର: ୨୩/୦୨ (ଖଣ୍ଡାଧାର ନିଉଜ) କେନ୍ଦୁଝର ସଦରମହକୁମା ସ୍ଥିତ ଜିଲ୍ଲା ଘୁଟୁରୁ ଗ୍ରାମଲ(ଜେନା ସାହି)ର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଲିଖିତ ଭାବରେ ଜଣାଇଛନ୍ତି। ଯଥା ଗ୍ରାମରେ ଥିବା ବିଭିନ୍ନ ସରକାରୀ ଗୋଚର, ଗୋଦାଣ୍ଡି, ଶ୍ମଶାନ ଜମିକୁ କିଛି ଅସାଧୁ ବ୍ୟକ୍ତି ବିଶେଷ ଦଖଲ କରି ରଖିଛନ୍ତି। ତାହାକୁ ଯଥାଶୀଘ୍ର ସରକାର ହାତକୁ ନିଅନ୍ତୁ, ଘୁଟୁରୁ ଜେନା ସାହିରେ ଥିବା ଶ୍ମଶାନକୁ ଯେଉଁ ଯାତାୟାତ ରାସ୍ତା ରହିଛି, ସେଠାରେ ଆଲୋକିକରଣ ବ୍ୟବସ୍ଥା ଓ ବିଶ୍ରାମଗୃହ ନଥିବାରୁ ଲୋକମାନେ ନାହିନଥିବା ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମର ବିଭିନ୍ନ ଜାଗାରେ ଅନେକ ସରକାରୀ କାର୍ଯ୍ୟାଦେଶର ବିଭିନ୍ନ ଫଳକ ମାନ ଲଗାଯାଉଛି। କିନ୍ତୁ ସେ କାର୍ଯ୍ୟ କିଏ କରୁଛି, କେଉଁଠି ହେଉଛି? ବିଡମ୍ବନାର ବିଷୟ ଗ୍ରାମବାସୀ ଜାଣିପାରୁନାହାନ୍ତି! ଯାହାକି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଯାଉଛି। ଗ୍ରାମରେ ଥିବା ଏକ ମାତ୍ର ଛିଡ଼ିକା ପୋଖରୀ ଯାହା ଉପରେ ଗ୍ରାମ ବାସୀ ନିର୍ଭର କରି ଚଳିଆସୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ତାହାର ଉପଯୁକ୍ତ ରକ୍ଷଣ ବେକ୍ଷଣ ହୋଇପାରୁନାହିଁ। ଯାହାବି ହେଉଛି ତାହା ଠିକ ଭାବର ହେଉନାହିଁ! ଜଣାପଡୁଛି, ଫଳକରେ ବିଭାଗୀୟ ନାମ ଉଲେଖ ଥିଲେ ମଧ୍ୟ ତାହା ଠିକାଦାର ଙ୍କ ଦ୍ୱାରା ମନମାନି କାମ କରାଯାଉଛି। ଏହି ବିଷୟ ନେଇ ଗ୍ରାମବାସୀ ବିଡ଼ିଓ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କିଛି କାର୍ଯ୍ୟକାରୀ ହେଉନାହିଁ। ଏଥିରୁ ଜଣାଯାଏ ଯେ ବିଡିଓ, ଜେଇ ଓ ଠିକାଦାର ସମ୍ମିଳିତ ହୋଇ ମଧୁଚନ୍ଦ୍ରିକା ଭଳି କାମକରୁଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଗଲେ, ବହୁ ଦୁର୍ନୀତି ର ପର୍ଦାଫାଶ ହୋଇପାରନ୍ତା ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।

ଖଣ୍ଡାଧାର ନିଉଜ- ପୂର୍ଣ୍ଣଚନ୍ଦ୍ର ଦାସ ଙ୍କ ରିପୋର୍ଟ।

13
630 views

Comment