logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋର୍ଟ କାର୍ଯ୍ୟାଳୟ ପାଇଁ ବିସ୍ଥାପିତଙ୍କ ଥଇଥାନକୁ ବିରୋଧ, ତହସିଲଦାରଙ୍କୁ ଅଭିଯୋଗ ପତ୍ର

କୋର୍ଟ କାର୍ଯ୍ୟାଳୟ ପାଇଁ ବିସ୍ଥାପିତଙ୍କ ଥଇଥାନକୁ ବିରୋଧ, ତହସିଲଦାରଙ୍କୁ ଅଭିଯୋଗ ପତ୍ର

କଣିହାଁ, ୨୩/୦୨: କଣିହାଁ ବ୍ଲକ କମରେଈ ପଂଚାୟତ ଅଧିନସ୍ଥ ଦଣ୍ଡସିଂହା ଗ୍ରାମର ସରକାରୀ ଜମିରେ ୧୭ଜଣ କୁ ଭୀମକାଣ୍ଡ ଶିବ ମନ୍ଦିର ପାର୍ଶ୍ୱ ଥିବା ମୁଣ୍ଡା ହଟିଂ ଏରିଆ ରେ ପ୍ରସ୍ତାବିତ ନୂତନ କୋର୍ଟ କାର୍ଯ୍ୟାଳୟ ନିର୍ମାଣ ପରିପ୍ରେକ୍ଷିତରେ ବିସ୍ଥାପିତ ଭୂମିହୀନ ଅଧିବାସୀଙ୍କୁ ଥଇଥାନ ବ୍ୟବସ୍ଥାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି।
ଏନେଇ ଆଜି ପୂର୍ବାହ୍ନରେ ଗ୍ରାମବାସୀମାନେ କଣିହାଁ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ତାଙ୍କ ଆପତ୍ତି ଜଣାଇଛନ୍ତି। ଗ୍ରାମ ସଭାପତି ଜଳଧର ମହାନ୍ତି ଓ ୱାର୍ଡ ସଭ୍ୟ ନରୋତ୍ତମ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀ ସାମିଲ ହୋଇ ଦାବିପତ୍ର ଦେଇ ଥିଲେ।ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ମୁଣ୍ଡା ବସ୍ତିର ଭୂମିହୀନ ୧୭ ଜଣଙ୍କୁ ଉକ୍ତ ସରକାରୀ ଜମିରେ ଜମି ପ୍ରଦାନ କରି ଥଇଥାନ ବ୍ୟବସ୍ଥାକରାଯାଉଥିବା ପଦକ୍ଷେପକୁ ଗ୍ରାମବାସୀମାନେ ଅସ୍ୱୀକାର କରିଛନ୍ତି। ସେମାନଙ୍କ ମତାନୁସାରେ, ଗ୍ରାମ ସୀମାଭିତ୍ତିକ ସରକାରୀ ଜମିରେ ଏପରି ପୁନର୍ବାସ ବ୍ୟବସ୍ଥା କଲେ ଆଗାମୀ ଦିନରେ ଗ୍ରାମର ଗୃହପାଳିତ ପଶୁ ଆଦି ଗ୍ରାମର ସାମାଜିକ କାର୍ଯ୍ୟକ୍ରମ ରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।ଏହି ପରିପ୍ରେକ୍ଷିତରେ ଗ୍ରାମବାସୀମାନେ ସରକାରଙ୍କୁ ପୁନର୍ବିଚାର କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।ଏଥିରେ ବିଶିକେଶନ ମହାନ୍ତି,ବିଶ୍ୱରଞ୍ଜନ ମହାନ୍ତି,ବିଜୟ ମହାନ୍ତି,କୁନମୟ
ମହାନ୍ତି,ନରେନ୍ଦ୍ର ମହାନ୍ତି,ପଦ୍ମଚରଣ ପରିଡା
,ବନମାଳୀ ସାମଲ,କଳନ୍ଦୀ ସାମଲ
ଅଖିଳ ସାହୁ,ଶ୍ରୀକାନ୍ତ ସାହୁ,ସୁକଦେବ
ମହାନ୍ତି,ପ୍ରକାଶ ମହାନ୍ତି,ନିରଞ୍ଜନ ବାରିକ,ବସନ୍ତ ନାୟକ,ସପ୍ନେଶ୍ୱର ସାହୁ,ଦିଗମ୍ବର ମହାନ୍ତି,ଭଗବାନ ମହାନ୍ତି,ବାବୁଲା ସାହୁ,ଶଙ୍କର୍ଷଣ ସାହୁ,ବିଶ୍ୱରଞ୍ଜନ ସାମଲଅରୁଣ
ସାମଲ,ରୋହିତ ସାମଲ,ଦଣ୍ଡ ନାୟକ,ଅରକ୍ଷିତ ମହାନ୍ତି,ନେଙ୍କୁରୀ ପରିଡା,
ପ୍ରସନ୍ନ ସାହୁ,ପ୍ରଶାନ୍ତ ମହାନ୍ତି,ସୁମନ୍ତ ମହାନ୍ତି,ଦିଲେଶ୍ୱର ସାମଲ,ନାରାୟଣ ମହାନ୍ତି,ସମେତଗ୍ରାମବାସୀ ସାମିଲ ଥିଲେ।

6
145 views

Comment