ଖଜୁରିଡିହାରେ ଏକଦିବସୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା।
ଖଜୁରିଡିହାରେ ଏକଦିବସୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା।
ପାଟଣା:୨୨/୦୨ -ପାଟଣା ଥାନା ଅନ୍ତର୍ଗତ ଖଜୁରିଡିହା ଗ୍ରାମରେ ଏକଦିବସୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ସମାରୋହରେ କପୁଣ୍ଡି ସରପଞ୍ଚ ଅନିତା କୁସୁମୁଳିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ବିଜୟ ପଇଦା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମୋହନ ଚରଣ ପାତ୍ର, ହଳଧର ମହାନ୍ତ, କଳାକାର ମହାନ୍ତ, ମଧୁସୂଦନ ମହାନ୍ତ, ଭଗବାନ ମହାନ୍ତ, ସୁକାନ୍ତ ମହାନ୍ତ, ମହେଶ୍ୱର ମହାନ୍ତ, ସାମାଜିକ କର୍ମୀ ମନହର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତିଯୋଗିତାରେ ମୋଟ ୧୬ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚରେ ସୌମ୍ୟରଞ୍ଜନ ମହାନ୍ତ ଓ ଶ୍ରୀକାନ୍ତ ପ୍ରଧାନ ଚମ୍ପିୟାନ୍ ହୋଇଥିବାବେଳେ ବିପ୍ଳବ କୁମାର ପୃଷ୍ଟି ଓ ଦିଲ୍ଲୀପ ବେଜ୍ ରନର୍-ଅପ୍ ହୋଇଥିଲେ।ଖଜୁରିଡିହା ବ୍ୟାଡମିଣ୍ଟନ କ୍ଲବର ସୌମ୍ୟରଞ୍ଜନ ମହାନ୍ତ, ନରେଶ ମହାନ୍ତ, ଦେବପ୍ରସାଦ ମହାନ୍ତ, ମୁକେଶ କୁମାର ମହାନ୍ତ, ନିର୍ମଳ କୁମାର ମହାନ୍ତ, ଜୟ ପ୍ରକାଶ ମହାନ୍ତ, ହିମାଂଶୁ ଶେଖର ମହାନ୍ତ, ଗୋଲକ ବିହାରୀ ପାତ୍ର, ଶଶିରଞ୍ଜନ ମହାନ୍ତ, ସଞ୍ଜୟ ପାତ୍ର, ସୁଧୀର ମହାନ୍ତ, ପୂର୍ଣାନଦ ନାଏକ, ଶ୍ରୀକାନ୍ତ ପ୍ରଧାନ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।