logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ ର ରାଜ୍ୟ ସମ୍ମିଳନୀ ଉଦଯାପିତ।

ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ ର ରାଜ୍ୟ ସମ୍ମିଳନୀ ଉଦଯାପିତ।

କେନ୍ଦୁଝର:୨୨/୦୨, - ବିପ୍ଲବୀ ଧରଣୀଧର ଭୂୟାଁର ମାଟି କେନ୍ଦୁଝର ସହରର ଅଡିଟୋରିଅମ ହଲରେ ଏଆଇଟିୟୁସି ସହବନ୍ଧିତ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ ର ୫୧ ତ୍ତମ ସମ୍ମିଳନୀ ଫେବୃୟାରୀ ୨୧,୨୨ ଦୁଇ ଦିନ ଧରି ଚାଲିବା ପରେ ଆଜି ଦ୍ୱିତୀୟ ଦିନରେ ଉଦଯାପିତ ହୋଇଯାଇଛି। ଫେଡେରେସନ ର ଅଧ୍ୟକ୍ଷ ସାଥୀ ରାମକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ର ୩୦ଟି ଜିଲ୍ଲାର ବିଦ୍ୟୁତ କର୍ମଚାରୀ ୟୁନିୟନର ୫ ଶହ ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇଥିଲେ। ଅଧ୍ୟକ୍ଷ ସାଥୀ ପଣ୍ଡା ବିଧିବଦ୍ଧ ଭାବେ ସମ୍ମିଳନୀକୁ ଉଦଘାଟନ କରିବା ପରେ ଦିବଂଗତ ନେତା ଓ କର୍ମୀ ମାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ତଥା କେନ୍ଦୁଝର ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ତାଙ୍କର ସ୍ବାଗତ ଅଭିଭାଷଣ ରଖିଥିଲେ। ବିଦ୍ୟୁତ୍ ଫେଡେରେସନ ସର୍ବଭାରତୀୟ ସାଧାରଣ ସମ୍ପାଦକ ସାଥୀ ମୋହନ ଶର୍ମା, ଉତ୍ତର ପୂର୍ବାଞ୍ଚଳ ସମ୍ପାଦକ ସାଥୀ ବୈଦ୍ୟନାଥ ସିଂ, ଉପ ସାଧାରଣ ସମ୍ପାଦକ ଅରୁଣ ଛୋଟରାଜ, ଏଆଇଟିୟୁସି, ଓଡ଼ିଶା ରାଜ୍ୟ କାର୍ଯ୍ୟକାରି ସଭାପତି ସାଥୀ ମହେଶ୍ବର ରାଉତ ସାଧାରଣ ସମ୍ପାଦକ ସାଥୀ ବିଜୟ ଜେନା ନିଜ ନିଜର ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ରିପୋର୍ଟ ଉପସ୍ଥାପନ କରିବା ପରେ ପ୍ରତିନିଧି ସାଥୀ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ସରକାର ଙ୍କ ଦ୍ଵାରା ଲାଗୁ କରାଯାଇଥିବା ୪ଟି ଶ୍ରମ କୋର୍ଡ ତୁରନ୍ତ ପ୍ରତ୍ୟାହାର କରିବା, ଦୈନିକ ଦଶ ଘଣ୍ଟା କାର୍ଯ୍ୟ ଦିବସ ଓ ମହିଳା ମାନଙ୍କୁ ରାତ୍ରି କାଳୀନ ଡ୍ୟୁଟି ନିଷ୍ପତ୍ତି ପ୍ରତ୍ୟାହାର କରିବା, ବିଦ୍ୟୁତ ବିଭାଗର ପୁନଃ ଘରୋଇକରଣ ବନ୍ଦ କରିବା, କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକ, ଏନ୍ ଏମ୍ ଆର୍ ଓ କଣ୍ଟିଜେନସି ଖଲାସି ମାନଙ୍କୁ ସ୍ଥାୟୀ କରିବା, ସ୍ଥାୟୀ ପଦବୀରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ବନ୍ଦ କରିବା, ଖାଲି ପଡ଼ିଥିବା ସ୍ଥାୟୀ ପଦବୀରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାରେ ତୁରନ୍ତ ନିଯୁକ୍ତି ଦେବା, ସୂପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା କାର୍ଯ୍ୟକାରୀ କରିବା ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ, ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫେଡେରେସନ ପରିଚାଳନା ପାଇଁ ଏକ ୧୦୧ ଜଣିଆ ରାଜ୍ୟ ପରିଷଦ ଓ ୩୫ ଜଣିଆ କମିଟି ନିର୍ବାଚିତ କରାଯାଇଥିଲା। ସାଥୀ ରାମକୃଷ୍ଣ ପଣ୍ଡା ପୁନର୍ବାର ଅଧ୍ୟକ୍ଷ ଓ ସାଥୀ ସତ୍ୟବାଦୀ ବାଘ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ବ୍ୟତୀତ ଉପ ସାଧାରଣ ସମ୍ପାଦକ ଭାବରେ ସାଥୀ ଶମ୍ଭୁ ପ୍ରସାଦ ମହାପାତ୍ର,ସୁକାନ୍ତ କୁମାର ବେହେରା କୋଷାଧ୍ୟକ୍ଷ ସହିତ ୫ ଜଣ ଉପଦେଷ୍ଟା, ୭ ଜଣ ଭାଇସ ଚେୟାରମ୍ୟାନ , ୫ ଜଣ ଉପ ସାଧାରଣ ସମ୍ପାଦକ, ୧୪ ଜଣ ସମ୍ପାଦକ ଭାବରେ ନିର୍ବାଚିତ। ଆୟୋଯକ କମିଟି ର କନଭେନର ସାଥୀ ପଙ୍କଜ କୁମାର ଜେନାଙ୍କ ସମେତ ସମସ୍ତ ସାଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଏକ ସୁନ୍ଦର ସମ୍ମିଳନୀ ଆୟୋଜନ ପାଇଁ ନେସ୍କୋ ପାୱାର ଏମ୍ପ୍ଲୟିଜ୍ ୟୁନିୟନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
921 views

Comment