ଓଡିଶା ପାରା ଆଥଲେଟ ବିକ୍ରମାଦିତ୍ୟଙ୍କୁ ଭୀମ ଆର୍ମି ପକ୍ଷରୁ ସ୍ଵାଗତ।
ଓଡିଶା ପାରା ଆଥଲେଟ ବିକ୍ରମାଦିତ୍ୟଙ୍କୁ ଭୀମ ଆର୍ମି ପକ୍ଷରୁ ସ୍ଵାଗତ।
ଘଷିପୁରା: ୨୨/୦୨ ଓଡିଶାର ପ୍ରତିଭାଶାଳୀ ପାରା ଆଥଲେଟ୍ ବିକ୍ରମାଦିତ୍ୟ ଜେନାଙ୍କୁ ଆମ୍ବେଦକର ସେବା ସଙ୍ଘଠନ ବାଇଲୋ ପରିସରରେ ଭୀମ ଆର୍ମି ଘଷିପୁରା ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ମାନ ଜଣାଇଯାଇଛି। ଘଷିପୁରା ବ୍ଲକ ସଭାପତି ରଶ୍ମିରଞ୍ଜନ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା , ବିଜୟ ଜେନା, ଲୋକନାଥ ଜେନା, ତାପସ ଜେନା, ବିକାଶ ଜେନା ସହ ଆମ୍ବେଦକର ସେବା ସଙ୍ଘଠନର କାର୍ଯ୍ୟକର୍ତା ସମାଜସେବୀ ଓ ବୁଦ୍ଧିଜୀବୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଆହୁରି ଉଚ୍ଚ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଥିଲେ। ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଏବଂ ଏନଏସଏସ ସାମିଲ ହୋଇଥିଲେ ବିକ୍ରମାଦିତ୍ୟ।ଜାତୀୟ ସ୍ତରର ହ୍ୱିଲଚେୟାର ରଗ୍ବିରେ ସ୍ୱର୍ଣ୍ଣ ପଦକ ଜିତିବା ସହ ରାଜ୍ୟ ସ୍ତରରେ ୫୫କେଜି ଜାଭେଲିନ୍ ଥ୍ରୋ, ଶଟ୍ ପୁଟ୍ ଥ୍ରୋରେ ସ୍ୱର୍ଣ୍ଣ ଓ ଡିସ୍କସ ଥ୍ରୋରେ କାଂସ୍ୟ ପଦକ ଅର୍ଜନ କରି ରାଜ୍ୟ ତଥା କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଇଁକୁଳ ପଞ୍ଚାୟତ ପଣ୍ଡୁଆ ଗ୍ରାମର ବିକ୍ରମାଦିତ୍ୟ ଗୌରବ ବଢାଇ ଥିଲେ। ତାଙ୍କ ସଫଳତା ଯୁବ ପିଢ଼ୀ ପାଇଁ ପ୍ରେରଣାର ସ୍ରୋତ ହୋଇଉଠିଛି।
ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।