logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାଲୁକାଗ୍ରାମରେ ୧୨ବର୍ଷପୂର୍ତ୍ତି ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ।

ଭାଲୁକାଗ୍ରାମରେ ୧୨ବର୍ଷପୂର୍ତ୍ତି ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ।

ଘଷିପୁରା: ୨୨/୦୨, ଘସିପୁରା ବ୍ଲକ୍ ଅନ୍ତର୍ଗତ ଗଡ଼ବାନ୍ଧଗଡା ପଞ୍ଚାୟତ ଭାଲୁକା ଗ୍ରାମରେ ନିଷ୍ଠାର ସହ ୧୨ବର୍ଷପୂର୍ତ୍ତି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଅବାସ ଓ ଶନିବାର ରାତି ନାମଯଜ୍ଞ ହୋଇଛି। ରବି ବାର ସଂକୀର୍ତ୍ତନ ଦଳ ଆସି ନଦିଆ କିର୍ତ୍ତନ ତାଳେତାଳେ ନଗର ପରିକ୍ରମା କରିଥିଲେ । ଏଥିରେ ଅନେକ ଶ୍ରଦ୍ଧାଳୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ କୃଷ୍ଣ ପ୍ରେମରେ ବିଭୋର ହୋଇଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା ଭକ୍ତ ନଦିଆ କୀର୍ତ୍ତନ ସହ ଉଦଣ୍ଡ କାର୍ଜନ କରିଥିଲେ। ସଙ୍କୀର୍ତ୍ତନ ଦଳ କୋଳିପାଳ, କୃଷ୍ଣପୁର, ରାସୁଳ, ନୂଆଗାଁ ଶହ ଶହ ଗୌର ଭକ୍ତ ଏବଂ ମଦନ ମୋହନ ଜେନା ନିତାଇଗୌରଙ୍କୁ ହାତରେ ଧରି ଭାଲୁକା, କଇଁସାରି, ସୁଆଁଳ ଗ୍ରାମ ପରିକ୍ରମା କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲେ । କର୍ତା ଭାବରେ ବନମାଳି ଜେନା, କନକ ଜେନା ନିଷ୍ଠାର ସହ ଶଙ୍ଖଳ୍ପରେ ବସି ରହିଥିଲେ । ତିନିଧାରୀ ଗୋକିଳ ଦାସ ପୂଜା ଅର୍ଚ୍ଚନା କରିଥିଲେ। ମଦନ ମୋହନ ଜେନା ଦଧିହାଣ୍ଡି ଭାଙ୍ଗି କାର୍ଯ୍ୟକ୍ରମକୁ ସମାପନ କରିଥିଲେ। ରାଜେଶ ଜେନା, ନିଗମ ସୁତାର, କୃଷଚନ୍ଦ୍ର ଜେନା, ହୃଷିକେଶ ଜେନା,ସମତେ ସମସ୍ତ ଗୌର ଭକ୍ତ ଏବଂ ଭାଲୁକା ଗ୍ରାମବାସି ସହଯୋଗ କରିଥିଲେ ଏବଂ ସନ୍ଧ୍ୟା ସମୟରେ ସଂକୀର୍ତ୍ତନ ଦଳ, ଭାଲୁକା ଗ୍ରାମବାସି ପାଖାପାଖି ତିନି ଶହ ଲୋକ ପ୍ରସାଦ ସେବନ କରିଥିଲେ।

ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।

3
594 views

Comment