logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ଜମିବାଡି ମାମଲାରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ପ୍ରଶାସନର ଅକଲଗୁଡୁମ୍!

ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ଜମିବାଡି ମାମଲାରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ପ୍ରଶାସନର ଅକଲଗୁଡୁମ୍!
----------------------------------------------

ଓଁ ତ୍ର୍ୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍।
ଉର୍ବାଋକମିବ ବନ୍ଧନାନ୍ମ୍ରୁତ୍ୟୋର୍ମୁକ୍ଷୀୟ ମାମ୍ରୁତାତ୍।।

ହରି ଓଁ ନମଃ ଶିବାୟ।।

ଏଠାରେ ଉଲ୍ଲେଖିତ ସମସ୍ତ ବିଷୟବସ୍ତୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ମହାଦେବଙ୍କ ଶ୍ରୀଚରଣକମଳରେ ଉତ୍ସର୍ଗୀକୃତ କରୁଅଛି।

👉 ଅନ୍ଧ ଦେଶେ ଗଲି, ଦର୍ପଣ ବିକି! ଏଠାରେ ପ୍ରକାଶିତ ବିଷୟ ନିଶ୍ଚିତ ଭାବରେ ପଢନ୍ତୁ, ସର୍ବସାଧାରଣ ନାଗରିକ ସଚେତନ ହୁଅନ୍ତୁ।

ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ, ବଡ଼ ଶାସନ, କେନ୍ଦୁଝରଗଡର ଜମିବାଡି ମାମଲାରେ ପ୍ରଶାସନ ତରଫରୁ ପ୍ରମାଣିତ ନକରିପାରି ବିଭିନ୍ନ ପ୍ରକାର ବାହାନାରେ ସମୟ ଗଡାଇବା ପାଇଁ ଅପଚେଷ୍ଟା ଆରମ୍ଭ କରିବାକୁ ଜୋରସୋରରେ ଉଦ୍ୟମ କରୁଥିବା ସୂତ୍ରରୁ ଜାଣିବା ପାଇଁ ମିଳୁଅଛି। ଗତବର୍ଷ ୨୦୨୫ ମସିହା ମଇ ମାସରେ ଅତର୍କିତ ଭାବରେ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ମହାଦେବ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ସରକାରଙ୍କ ବୋଲି ଦାବୀ କରି ଖାତା ଖୋତିୟାନ ପରିବର୍ତ୍ତନ କରିଥିଲେ। ସରକାରଙ୍କ ବିରୁଦ୍ଧରେ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ତରଫରୁ ମାନ୍ୟବର ଉଚ୍ଚ ନ୍ଯାୟଳୟ, ଓଡିଶାଙ୍କ ନିକଟରେ ରିଟ୍ ପିଟିସନ୍ ଡୋବଲ ବେଞ୍ଚରେ ଦାୟର କରାଯାଇଥିଲା। କେସ୍ ନମ୍ବର- (ଡବ୍ଲ୍ୟୁ.ପି.ସି-୧୬୬୫୨) ଅନୁସାରେ ମାନ୍ୟବର ହାଇକୋର୍ଟ ରେ ମକଦ୍ଦମା ଚାଲୁ ହୋଇଥିବା ବେଳେ ସରକାରଙ୍କ ତରଫରୁ ବାରମ୍ବାର ତାରିଖ ଘୁଞ୍ଚାଇବା ପାଇଁ ଉଦ୍ୟମ କରାଯାଉଥିବା ଜାଣିବା ପାଇଁ ମିଳୁଅଛି।

ଏପରି ଅଭାବନୀୟ ଓ ନିନ୍ଦନୀୟ ଘଟଣା ପଛରେ ମୁଖ୍ୟମନ୍ତ୍ରୀ ଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ଜାଣିବା ପାଇଁ ମିଳୁଅଛି। ବର୍ତ୍ତମାନ ଶାସନାଧୀନ ବିଜେପି ସରକାର ନିଜର ଶାସନ କ୍ଷମତା ଦୁରୁପଯୋଗ କରୁଥିବା ଦେଖିବାକୁ ମିଳୁଅଛି। ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ବ ବିଧାନସଭା ନିର୍ବାଚନ ମଣ୍ଡଳୀ କେନ୍ଦୁଝର ଗଡରେ ଏପରି ଏକ ସମ୍ବେଦନଶୀଳ ଘଟଣା ପଛରେ ମୁଖ୍ୟମନ୍ତ୍ରୀ ହିଁ ସ୍ବୟଂ ସଂପୂର୍ଣ୍ଣ ଉତ୍ତରଦାୟୀ ଅଟନ୍ତି। ତାଙ୍କର ନିର୍ଦ୍ଦେଶ ଅନୁକ୍ରମେ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ସରକାରଙ୍କର ଦର୍ଶାଇ ଖାତା ଖୋତିୟାନ ପରିବର୍ତ୍ତନ କରିଥିଲେ ବୋଲି ଜାଣିବା ପାଇଁ ମିଳୁଅଛି। ବର୍ତ୍ତମାନ ଯେତେବେଳେ ମାମଲା ମାନ୍ୟବର ହାଇକୋର୍ଟ ରେ ଉପଯୁକ୍ତ ବିଚାର କରିବା ପାଇଁ ଚେଷ୍ଟା କରାଯାଉଛି। ବାରମ୍ବାର ସରକାରଙ୍କ ତରଫରୁ ବିଭିନ୍ନ ବାହାନା କରି ତାରିଖ ଘୁଞ୍ଚାଇବା ରେ ଜୋରସୋରରେ ଉଦ୍ୟମ କରାଯାଉଥିବା ଜାଣିବା ପାଇଁ ମିଳୁଅଛି। ଯେହେତୁ ସରକାରଙ୍କ ନିକଟରେ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ, ଯାହାକିଛି ପ୍ରମାଣ ରହିଛି, ସେସବୁ ଠାକୁରଙ୍କ ସପକ୍ଷରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତେଣୁ ସରକାରଙ୍କ ଅସଲ ସ୍ବରୂପ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ଜାଣିବା ପାଇଁ ମିଳୁଅଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁକ୍ରମେ ସେକ୍ରେଟାରୀ ମେମ୍ବର ଅଫ୍ ବୋର୍ଡ ଅଫ୍ ରେଭେନ୍ୟୁ (ଓଡ଼ିଶା), କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରଗଡ ଉପଜିଲ୍ଲାପାଳ, କେନ୍ଦୁଝରଗଡ ସଦର ତହସିଲଦାର ସମେତ ଅନେକ କୁମନ୍ତ୍ରଣା ପ୍ରଦାନକାରୀ ବ୍ଯକ୍ତି ଏପରି ହୀନ ଚକ୍ରାନ୍ତରେ ସାମିଲ୍ ରହିଥିବା ଜାଣିବା ପାଇଁ ମିଳୁଅଛି।

ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ସମ୍ପର୍କରେ ସୁବିସ୍ତୃତ ବିବରଣୀ ଓ ପ୍ରମାଣ ବହୁ ପୂର୍ବରୁ ପ୍ରକାଶ କରାଯାଇଥିଲା। ପୁନର୍ବାର ସର୍ବସାଧାରଣ ନାଗରିକ ମାନଙ୍କୁ ଜଣାଇବା ପାଇଁ ନିମ୍ନରେ ଗୋଟିଏ ପ୍ରମୁଖ ପ୍ରମାଣ ମଧ୍ଯ ପ୍ରକାଶିତ କରାଯାଇଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ, ବିଜେପି ସରକାର ଏବଂ ପ୍ରଶାସନିକ ପଦାଧିକାରୀ ମାନଙ୍କର କାଣ୍ଡ କାରନାମା ସର୍ବସାଧାରଣ ଜାଣିବା ନିତାନ୍ତ ଜରୁରୀ। ସୂତ୍ରରୁ ଏକଥା ମଧ୍ଯ ଶୁଣିବା ପାଇଁ ମିଳୁଅଛି ଯେ ବର୍ତ୍ତମାନର ବିଜେପି ସରକାର ଏବଂ ପ୍ରଶାସନିକ ପଦାଧିକାରୀ ମାନେ ଶାସନ କ୍ଷମତାର ଦୁରୁପଯୋଗ କରି ମକଦ୍ଦମା କୁ ବିଳମ୍ବିତ କରିବା ପାଇଁ ସବୁସ୍ତରରେ ଉଦ୍ୟମ କରାଯାଉଥିବା କାରଣରୁ ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ତରଫରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତି କରାଯାଇଛି। ହାଇକୋର୍ଟ ରେ ଚାଲୁଥିବା ମାମଲାରେ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରଗଡ ଉପଜିଲ୍ଲାପାଳ ଏବଂ କେନ୍ଦୁଝରଗଡ ସଦର ତହସିଲଦାର ଙ୍କ ବିରୁଦ୍ଧରେ (Contempt of Court with personal appearance) ଅଦାଲତ ଅବମାନନା ଓ ବ୍ୟକ୍ତିଗତ ଭାବରେ ଜବାବ ଦାଖଲ କରିବା ପାଇଁ ସାମିଲ୍ କରାଯାଇଛି। ଯାହା ଫଳରେ ମକଦ୍ଦମାରେ ସଂପ୍ରୁକ୍ତ ପ୍ରଶାସନିକ ପଦାଧିକାରୀ ମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଉଦ୍ୟମ କରୁଥିବା ଜାଣିବା ପାଇଁ ମିଳୁଅଛି। ଯଦି ନିଜ ନିଜର ମାନ ମର୍ଯ୍ୟାଦା ସୁରକ୍ଷିତ ରଖିବା ପାଇଁ ଇଚ୍ଛୁକ ତେବେ ନିଃସର୍ତ୍ତ ଠାକୁରଙ୍କ ସମସ୍ତ ଭୂସମ୍ପତ୍ତି ଜମିବାଡି ଫେରାଇ ଦିଅ। ଅବିଳମ୍ବେ ଠାକୁରଙ୍କୁ ନିଜ ନିଜର କୁକର୍ମ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଠାକୁର ଭୋଳାଶଙ୍କର ଙ୍କ ଦୟା ଓ କ୍ରୁପାରୁ ରକ୍ଷା ପାଇଯିବ, ନଚେତ୍ ଜୀବନବ୍ୟାପୀ ପାପ କର୍ମର ଫଳସ୍ବରୂପ ବଦନାମ୍ ର ବୋଝକୁ ମୁଣ୍ଡେଇ ବୁଲୁଥିବ।

ନାମକୁ ମାତ୍ର ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ସରକାର କହି କହି ଡେଙ୍ଗୁରା ପିଟିଲେ କୌଣସି ଲାଭ ମିଳିବ ନାହିଁ! ଠାକୁର ଏବଂ ତାଙ୍କର ମନ୍ଦିର, ମଠ, ଭୂସମ୍ପତ୍ତି ଜମିବାଡି ସବୁ ଲୋକଙ୍କ ଆସ୍ଥା, ବିଶ୍ବାସ, ଭରସାର ପ୍ରତିରୂପ ଅଟନ୍ତି। ସେସବୁ ପ୍ରତି ଅନୀତି ଓ ଅନ୍ୟାୟ ପୂର୍ବକ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରି ନିଜର ପଦମର୍ଯ୍ୟାଦାକୁ ଅପଦସ୍ତ କରିବାରୁ ନିବୃତ୍ତ ରହିବା ଉଚିତ୍। ଅତୀତରେ ରାଜତ୍ବ ଶାସନ ସମୟରେ, ବିଦେଶୀ ଆକ୍ରମଣକାରୀଙ୍କ ଶାସନ ସମୟରେ, ଇଂରେଜ ମାନଙ୍କ ଶାସନ ସମୟରେ ମଧ୍ଯ ଠାକୁରଙ୍କ ବିରୁଦ୍ଧାଚରଣ କରିବା ଦ୍ବାରା କୌଣସି ପ୍ରକାରର ସୁଫଳ ମିଳିନଥିଲା। ସ୍ବାଧୀନ ଭାରତରେ ଲୋକତନ୍ତ୍ର ଶାସନ ସମୟରେ ମଧ୍ଯ ଶାସନ କ୍ଷମତା ଦୁରୁପଯୋଗ କରି କେହି ତିଷ୍ଠି ରହିନାହିଁ। ତେଣୁ ଶାସନ କ୍ଷମତାର ଦୁରୁପଯୋଗ କରି କୌଣସି ସରକାର ତିଷ୍ଠି ରହି ପାରିବନାହିଁ। ଯେଉଁମାନେ ଶାସନ କ୍ଷମତାକୁ ଆଣିବା ପାଇଁ ସ୍ବର ଉତ୍ତୋଳନ କରି ସିଂହାସନରେ ବସାଇଲେ। ସେମାନଙ୍କର କ୍ଷମତା ଏତିକି ରହିଛି ଯେ, ପୁନର୍ବାର ଶାସନ କ୍ଷମତାରୁ ବିଚ୍ଯୁତ କରିପାରିବେ। ସେତେବେଳକୁ ପଶ୍ଚାତାପ ଓ ଅନୁତାପ କରିବା ବ୍ୟତିତ ଆଉ କିଛି କ୍ଷମତାର ପ୍ରଭାବ ନଥିବ। ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନିକ ପଦାଧିକାରୀମାନଙ୍କର ନୈତିକତା ଦ୍ରୁଷ୍ଟିରୁ ନିଜ ନିଜର କ୍ଷମତାର ଦୁରୁପଯୋଗ କରିବାରୁ ନିବୃତ୍ତ ରହିବା ଉଚିତ୍। ନ୍ୟାୟପାଳିକାର ଗରିମାମୟ ସ୍ଥିତିକୁ ସମସ୍ତଙ୍କୁ ପାଳନ କରିବାକୁ ହେବ। ଲୋକଙ୍କ ଆସ୍ଥା, ବିଶ୍ବାସ, ଭରସା ପ୍ରତି ଏବଂ ସର୍ବସାଧାରଣ ନାଗରିକ ମାନଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଯତ୍ନବାନ୍ ହେବା ନିତାନ୍ତ ଜରୁରୀ। ଠାକୁରଙ୍କ ନାମ ନେଇ ଶାସନ କ୍ଷମତାକୁ ହାସଲ କରିଥିଲେ। ଶେଷରେ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ସରକାରଙ୍କ ବୋଲି କହି ଜୋରଜବରଦସ୍ତି ଛଡାଇ ନେବାକୁ ମଧ୍ଯ ପଛାଇଲେ ନାହିଁ! ଏପରି ଛଦ୍ମବେଶ ଧାରଣ କରିଥିବା ଲୋକଙ୍କ ପ୍ରତି ବେଳ ଥାଉଥାଉ ସାବଧାନ। କ୍ରମଶଃ...

(ଲେଖନୀ ଆଗକୁ ମଧ୍ଯ ଜାରି ରହିବ)
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ମୋବାଇଲ: 8456052876)

26
1544 views

Comment