logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପରିବେଶ କୁ ସୁରକ୍ଷା ରଖିବା ଆମର ଦାୟିତ୍ୱ : ଡ ଦିଲୀପ ଶ୍ରୀଚନ୍ଦନ

ଖୋର୍ଦ୍ଧା,୨୧.୨.୨୬(ଏ.ଆଇ.ଏମ.ଏ ): ବର୍ତମାନ ବାୟୁ, ଜଳ, ମୃତିକା ସମ୍ପୂର୍ଣ ଭାବରେ ପ୍ରଦୂଷିତ ହୋଇଗଲାଣି।ଏହି ଦୂଷିତ ପରିବେଶ କେବଳ ମନୁଷ୍ୟ ନୁହେଁ ସମସ୍ତ ଜୀବ ଜଗତ ଅତିଷ୍ଟ ହୋଇ ପଡ଼ିଲାଣି।ପୃଥିବୀ ପୃଷ୍ଟରୁ ଅନେକ ଜୀବଜନ୍ତୁଙ୍କର ବଂଶ ଲୋପ ପାଇଗଲାଣି।ବାୟୁ ପ୍ରଦୂଷଣର ମାତ୍ରା ଏତେ ମାତ୍ରାରେ ବଢ଼ି ଗଲାଣି ଯେ ମନୁଷ୍ୟ ଫୁସ ଫୁସ ଜନିତ ରୋଗ, ଯକ୍ଷ୍ମା ଆଦି ରୋଗର ଶିକାର ହେବାରେ. ଶିଶୁ ମାନଙ୍କର ଅବସ୍ଥା କହିଲେ ନସରେ।ଶବ୍ଦ ପ୍ରଦୂଷଣ ଯୋଗୁ ମାତୃ ଗର୍ଭରେ ଥିବା ଛୁଆ କାଲା ହେବାର ସମ୍ଭାବନାଙ୍କୁ ଏଡାଇ ଦିଆ ଯାଇନ ପାରେ। ଜଳ ପ୍ରଦୂଷିତ ହୋଇ ପେଟ ରୋଗ ବଢିବା ବେଳେ, ପ୍ରତିବର୍ଷ ଭୁ ପୃଷ୍ଟ ଜଳ ସ୍ତର କମିବାରେ ଲାଗିଛି। ତେଣୁ ସରକାର ବିକାଶ ସହିତ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା କୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ଆର୍ମିର କମାଣ୍ଡେଣ୍ଟ ଇନ ଚିଫ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।ଏପରିକି ଜନ ପ୍ରତିନିଧି, ସାମାଜିକ କର୍ମୀ, ସଚେତନଶିଳ ନାଗରିକ ମାନେ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସେ ମଧ୍ୟ ଅନୁରୋଧ କରିଛନ୍ତି ।ନଚେତ କେବଳ ଆମେ ନୁହେଁ, ଆଗାମୀ ବଂଶଧର ମାନେ, ଜୀବ ଜଗତ ଭୟଙ୍କର ବିପଦର ସମ୍ମୁଖୀନ ହେବେ।ତେଣୁ ବେଳ ଥାଉ ବନ୍ଧ ବାନ୍ଧିବା ନ୍ୟାୟରେ ପ୍ରତ୍ୟେକ ଜନସାଧାରଣ ସହଯୋଗ କରିବାକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡ଼କ୍ଟର ଶ୍ରୀଚନ୍ଦନ ଅନୁରୋଧ କରିଛନ୍ତ।

0
88 views

Comment