logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

କୋରାପୁଟ, ୨୧/୨/୨୦୨୬ (ଡଃ ନଳିନୀ କାନ୍ତ ସେନାପତି): କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଶିଶୁ ସାହିତ୍ୟ ପତ୍ରିକା "ଆମ ପ୍ରତିଭା" ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଦାମନଯୋଡି ହନୁମାନ ବାଟିକା ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଓଡ଼ିଆ ଭାଷାର ବିକାଶରେ ଓଡ଼ିଆଙ୍କ ଭୂମିକା ବିଷୟରେ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ସଂସ୍ଥାର ପ୍ରତିଷ୍ଠାତା ସଭାପତି ତଥା ମୁଖ୍ୟ ସମ୍ପାଦକ ଡଃ ନଳିନୀ କାନ୍ତ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍ ଧନେଶ୍ଵର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡଃ ଅଶୋକ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ସହିତ ଡଃ ନଳିନୀ କାନ୍ତ ସେନାପତି, ଦେବେନ୍ଦ୍ର କୁମାର ରାଜୁ, ତପସ୍ଵିନୀ ମିଶ୍ର, ଶ୍ୱେତା ହୋତା, ସୁଲୋଚନା କର, ରଶ୍ମିତା ବାରିକ, ବିଷ୍ଣୁ ପ୍ରସାଦ ରାଉତ, ବିଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବକ୍ତାମାନେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତ ଓଡିଆଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଆମେ ସମସ୍ତେ ମାତୃଭାଷା ଓଡ଼ିଆକୁ ଭଲ ପାଇବା ଏହାର ଅସ୍ମିତକୁ ବଞ୍ଚାଇ ରଖିବା ପାଇଁ ଶପଥ ନେବା। ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ ଏହା ଆମ ପରମ୍ପରା, ଜୀବନ ଶୈଳୀକୁ ଆଗାମୀ ପିଢ଼ି ସହ ଯୋଡ଼ିଥାଏ ବୋଲି କହିଥିଲେ। କବି ଓ କବୟିତ୍ରୀ ମାନେ ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧନେଶ୍ଵର ମହାପାତ୍ର , ଡଃ ଅଶୋକ କୁମାର ମହାନ୍ତି, ଡଃ ନଳିନୀ କାନ୍ତ ସେନାପତି, ଦେବେନ୍ଦ୍ର କୁମାର ରାଜୁ, ଶ୍ବେତା ହୋତା, ତପସ୍ଵିନୀ ମିଶ୍ର , ରଶ୍ମିତା ବାରିକ, ବିଷ୍ଣୁ ପ୍ରସାଦ ରାଉତ, ସୁଲୋଚନା କର, ବିଜୟ କୁମାର ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡଃ ଅଶୋକ କୁମାର ମହାନ୍ତି ସଂଯୋଜନା କରିଥିବା ବେଳେ ବିଷ୍ଣୁ ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

57
824 views

Comment