logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୩୦ ବର୍ଷ ପୁରୁଣା ବଧୂହତ୍ୟା ମାମଲାରେ ରାୟ: ସ୍ୱାମୀ ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ !

ଆଠମଲ୍ଲିକ,୨୦/୨:( ଧନଞ୍ଜୟ ନାୟକ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସି ଅଞ୍ଚଳରେ ୩୦ ବର୍ଷ ପୂର୍ବେ ଘଟିଥିବା ଯୌତୁକ ନିର୍ଯ୍ୟାତନା ଓ ବଧୂହତ୍ୟା ମାମଲାରେ ଶୁକ୍ରବାର ଐତିହାସିକ ରାୟ ଘୋଷଣା କରିଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ! ଅଦାଲତ ସ୍ୱାମୀ ମହାଦେବଲାଲ ଗୋଦୁକା ଓ ଶାଶୁ ଦେବକୀବାଇ ଗୋଦୁକାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ଜଣକୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି ! ଜରିମାନା ଅଦାୟ କରିନହେଲେ ଅତିରିକ୍ତ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି ! ତଥାପି, ନଣନ୍ଦ ସରୋଜା ଦେବୀ ଓ ଦିଅର ବିନାୟକ ଗୋଦୁକାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷ ଘୋଷଣା କରାଯାଇଛି ! ମାମଲା ଅନୁସାରେ, ଅନୁଗୋଳ ଏଫସିଆଇ ଅଞ୍ଚଳର ନଥୁରାମ ଅଗ୍ରୱାଲଙ୍କ ବଡ଼ଝିଅ ସରିତା ଅଗ୍ରୱାଲଙ୍କ ବିବାହ ୧୯୯୪ ମସିହା ମାର୍ଚ୍ଚ ୫ ତାରିଖରେ ଆଠମଲ୍ଲିକ ରଥସାହି ନିବାସୀ ନଥୁଲାଲ ଗୋଦୁକାଙ୍କ ବଡ଼ପୁଅ ମହାଦେବଲାଲ ଗୋଦୁକାଙ୍କ ସହ ହୋଇଥିଲା ! ୧୯୯୬ ମସିହା ଜାନୁଆରୀ ୫ ତାରିଖରେ ସରିତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗରେ ତାଙ୍କ ପିତା ଆଠମଲ୍ଲିକ ଥାନାରେ ମାମଲା ରୁଜୁ କରିଥିଲେ ! ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଶ୍ୱଶୁର ନଥୁଲାଲ ଗୋଦୁକା, ସ୍ୱାମୀ ମହାଦେବଲାଲ ଗୋଦୁକା, ଶାଶୁ ଦେବକୀବାଇ ଗୋଦୁକା ଓ ଦିଅର ବିନାୟକ ଗୋଦୁକାଙ୍କୁ ଗିରଫ କରିଥିଲା ! ଦୀର୍ଘ ୩୦ ବର୍ଷ ଧରି ଚାଲିଥିବା ଏହି ମାମଲାର ଶେଷରେ ଅଦାଲତ ରାୟ ପ୍ରକାଶ କରିଛନ୍ତି ! ଏହି ବହୁଚର୍ଚ୍ଚିତ ମାମଲାରେ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର ଓ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଗାୟତ୍ରୀ ଦାସ ସହ ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ! ଦୀର୍ଘ ପ୍ରତୀକ୍ଷା ପରେ ଆସିଥିବା ଏହି ରାୟକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି !

33
1347 views

Comment