logo

କୋରାପୁଟ୍ ଜିଲା ଡୁମୁରିପଦର ପଞ୍ଚାୟତର ମାଳିଚଲର ଗ୍ରାମରେ ନୁତନ ଶିବ ମନ୍ଦିର ପ୍ରତିଷ୍ଠା ଉଛବ।

ତେଜେଶ୍ଵର ପାତ୍ର ଙ୍କ ଖବର ଦାମନଯୋଡି ଅଞ୍ଚଳର ମାଳିଚଲର ଗ୍ରାମରେ ପାଞ୍ଚଦିନଧରି ମନ୍ଦିର ପ୍ରତିଷ୍ଠା ଉଛବ ର କାର୍ଯକର୍ମ ଜାରି ରହିବ। ଆଜି ଅର୍ଥାତ୍ ୨୧/୨/୨୦୨୬ ଠାରୁ ୨୫ ତାରିଖ ଦିନ କଳସ ଯାତ୍ରା କରି ପ୍ରତ୍ୟେକ ଅଖପାଖ ଗାଁରୁ ପାଞ୍ଚ ସହରୁ ସାତସହ ମହିଳା ଓ ପୁରୁଷ ଏଥିରେ ଭାଗନେଇ ପାଖ ଗାଆଁରେଥିବା ନଇରୁ ପାଣିଉଠାଇ ମନ୍ଦିର ପର୍ଯ୍ୟନ୍ତ ଆନନ୍ଦର ସହ ଭଜନ କୀର୍ତ୍ତନ କରି ନୁତନ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା କରିଥିଲେ । ଏବଂ ଗାଁ ର ସମୁଖରେ କଳସଧାରି ପହଞ୍ଚିଲା ପରେ ସମସ୍ତଙ୍କୁ ହଳଦିପାଣିରେ ଗୋଡଧୋଇ ଫୁଲ୍ ପୁଷ୍ପ ଦେଇ ଓ ଚନ୍ଦନ ଟୋପା ଲଗାଇ ମନ୍ଦିର କୁ ସ୍ବାଗତ କରିଥିଲେ । ମାଳିଚଲର ଗ୍ରାମର ପୁର୍ବତନ ସରପଞ୍ଚ ତଥା ମନ୍ଦିର ସଭାପତି ଶ୍ରୀ ତ୍ରିନାଥ ନାଏକ,ଉପସଭାପତି ନନ୍ଦହନ୍ତାଳ, ସମ୍ପାଦକ ଭୁବନେଶ୍ୱର ପଟଳି,କୋଷଧକ୍ଷ ନିଳାମ୍ବର ଖିଲ, ଙ୍କ ପ୍ରତି ନିଧିତ୍ବରେ ସମସ୍ତ କାର୍ଯ୍ୟ କର୍ମ କରାଯାଇଥାଲା ।ଓ କର୍ତ୍ତହିସାବରେ ତ୍ରିନାଥ ନାଏକ ଏବଂ ନିଳାମ୍ବର ଖିଲ, ପଦ୍ମ ପଟଳି, ପଦ୍ମ ହନ୍ତାଳ ଓ ମହେଶ୍ୱର ନାଏକ ଏଥିରେ ପ୍ରତିନିଧିତ୍ବ କରୁଛନ୍ତି। ଏବଂ ମୁଖ୍ୟ ପୁରୋହିତରୁପେ ଶ୍ରୀ ନିରଞ୍ଜନ ଶତପଥି ଓ ପୁରୋହିତ ରାମକୃଷ୍ଣ ମିଶ୍ର ସହଯୋଗ କରୁଛନ୍ତି।ଏମାନଙ୍କ ନେତୃତ୍ବରେ କାର୍ଯ କର୍ମ ଯାରିରହିଛି।ଏଣୁ ଦାମନଯୋଡି ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସମସ୍ତ ଏରିଆରୁ ଭକ୍ତ ଙ୍କ ସୁଅ ଛୁଟିବାରେ ଲାଗିଛି।

0
0 views