logo

ଖବର ଆଜିର, ୨୧ ଫେବ୍ରୁଆରୀ, ଶନିବାର

*ଖବର ଆଜିର, ୨୧ ଫେବ୍ରୁଆରୀ, ଶନିବାର*
===================
ଆଗାମୀ ୨୪ ଘଣ୍ଟାରେ ଗୋଟିଏ ଲଘୁଚାପ ଦୁର୍ବଳ ହେଉଥିବା ବେଳେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି।

ରାଜ୍ୟ ସରକାର କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ଝାରସୁଗୁଡ଼ାରେ ୪ଟି ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ୫ ମେଡ଼ିକାଲ କଲେଜ ହେବ।

ସୁଭଦ୍ରା ଟଙ୍କା ବଣ୍ଟନ ଯୋଜନା ପାଇଁ ୧୦,୧୪୫ କୋଟି ବଜେଟ୍‌ କଲେ ମୁଖ୍ୟମନ୍ତ୍ରୀ ମାଝୀ।

ରାଜ୍ୟ ସରକାର ୬୦,୮୦୦ କୋଟି ଟଙ୍କାର ଋଣ ଖୋଲା ବଜାରରୁ ନେବେ। ମୋଟ ଋଣ ୧.୫୫ ଲକ୍ଷ କୋଟି ଟପିବ।

ପ୍ରତ୍ୟେକ ଓଡ଼ିଆ ମୁଣ୍ଡରେ ୨୭,୬୨୫ ଟଙ୍କାର ଋଣ। ଗତ ବର୍ଷ ମୁଣ୍ଡପିଛା ଋଣ ଥିଲା ୨୫,୬୬୮ ଟଙ୍କା। ପ୍ରଫେସନାଲ ଟ୍ୟାକ୍ସ ହଟିଲା।

କଟକ ମେଡ଼ିକାଲର ପୁନରୁଦ୍ଧାର ପାଇଁ ୧ ହଜାର କୋଟି ଖର୍ଚ୍ଚ କରିବେ ସରକାର। ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି।

କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା, ଗ୍ରାଜୁଏସନ ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା।

ଗତବର୍ଷ ସରକାରୀ ସ୍କୁଲରୁ ପାଠ ଛାଡ଼ିଛନ୍ତି ୧୫% ଛାତ୍ରଛାତ୍ରୀ।

ବଜେଟକୁ ନେଇ ନବୀନ ପଟ୍ଟନାୟକ କହିଲେ ଫମ୍ପା ରୋଷେଇଘରେ ସମ୍ପୂର୍ଣ୍ଣ ଖାଦ୍ୟ ତାଲିକା।

କେନ୍ଦୁଝର ଜିଲ୍ଲା ହାଟଡ଼ିହିର ୧୨ବର୍ଷୀୟ ଶୁଭମ ଅଙ୍ଗଦାନ କରି ଅମର ହେଲେ। ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର।

କଟକ ରିଙ୍କୁ ଜେନା ହତ୍ୟା ଘଟଣାରେ ଥଟ୍ଟାମଜାରୁ ଫୁଟିଥିଲା ଗୁଳି, ୫ ଜଣ ଗିରଫ।

କଟକ ଜିଲ୍ଲା ନରସିଂହପୁର ରେ ୨୧ କୋଟି ଟଙ୍କା ମୂଲ୍ୟର ଅଫିମ ଗଛ ଜବତ, ୬ ଜଣ ଗିରଫ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଦୟାପଲ୍ଲୀ ଗ୍ରାମର ହତ୍ୟା ମାମଲାରେ ୮ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ।

କେନ୍ଦ୍ରାପଡ଼ା ରାଜକନିକାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୪ ଶିକ୍ଷକଙ୍କ ବଳାତ୍କାର ଅଭିଯୋଗ।

ଅନୁଗୁଳ ଛେଣ୍ଡିପଦାରେ ୨୨ କେଜି ଗଞ୍ଜେଇ ଜବତ, ବାପ ଓ ପୁଅ ଗିରଫ।

କଟକରେ ପୁଣି ଅଶାନ୍ତ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ପୁଲିସ ମୃତୟନ।

ଯାଜପୁର ବ୍ରହ୍ମବରଦା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରୁ ଛାତ୍ରଙ୍କୁ ବଞ୍ଚିତ କରି ନିରୀକ୍ଷକଙ୍କ ବଦଳି।

ପୁରୀ ଜିଲ୍ଲା ଗୋପରେ ବେଆଇନ ଇଟାଭାଟିରେ ବୁଲିଲା ବୁଲଡୋଜର।

କଟକ ହାଇକୋର୍ଟ କହିଲେ, ପୁଅ ବୋହୂକୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରିବେ ମା'।

କିନ୍ନର ହେବେ ଜିଲ୍ଲାପାଳ, ଏଣିକି ଦେଇପାରିବେ ଓସିଏସ୍‌ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗଙ୍କ ବିଜ୍ଞପ୍ତି ପ୍ରକାଶ।

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି, ରତ୍ନଭଣ୍ଡାର ଗଣତି ପାଇଁ ୫ କୋଟି ଖର୍ଚ୍ଚ ହେବ।

ଓଡ଼ିଆମାନେ ଆଗାମୀ ଦିନରେ ଓଡ଼ିଆ ଶିକ୍ଷାରୁ ବଞ୍ଚିତ ହେବେ। ସରକାରୀ ଅବହେଳାରୁ 'ଲିପିଶିକ୍ଷା' ବନ୍ଦ ହେବ।

ପଶ୍ଚିମବଙ୍ଗରେ ଏସ୍ଆଇଆର ଭୋଟର ତାଲିକା ସଂଶୋଧନକୁ ତଦାରଖ କରିବେ ନ୍ୟାୟିକ ଅଧିକାରୀ।

ବିହାରର ରୋହତାସରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି।

ବିଶ୍ୱକପ କ୍ରିକେଟରେ ଓମାନକୁ ହରାଇଲା ଅଷ୍ଟ୍ରେଲିଆ। ସୁପର -୮ ରେ ଆଜି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ।

ବାଂଲାଦେଶରେ ସରକାରଙ୍କ ନିଷ୍ପତ୍ତି, ଭାରତୀୟଙ୍କ ଲାଗି ଆରମ୍ଭ ହେଲା ଭିସା ସେବା।

ଟ୍ରମ୍ପଙ୍କ ଦ୍ୱାରା ଲାଗୁ ଆମଦାନି ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରିଛନ୍ତି।

ଇସ୍ରାଏଲରେ ଦୁଇ ଭାରତୀୟଙ୍କୁ ଆକ୍ରମଣ, ତିନି ଅଭିଯୁକ୍ତ ଗିରଫ।

*ଗତବର୍ଷ ଏଇ ସମୟରେ*
ଦେଓଗଡ଼ ଜିଲ୍ଲାର ଆଦାସ୍ ​​ଅଞ୍ଚଳରେ ସୁନା, ତମ୍ବା, ନିକେଲ, ରୂପା, ଗ୍ରାଫାଇଟ୍ ଖଣି ନିଲାମ ହେବାର ଥିଲା

ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଷ୍ଟେସନ୍‌ ଛକ ପିଏନବି ଶାଖାରୁ ଠକି ଖାଇ ଯାଇଥିଲା ୨୭୦ କୋଟି।
===================
ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଆଜି ଜନ୍ମଦିନ: ମୀରା ଆଲଫାସା (ଶ୍ରୀମା), ଶାନ୍ତିସ୍ୱରୂପ ଭଟନାଗର, ରବର୍ଟ ମୁଗାବେ, ଉପେନ୍ଦ୍ର କିଶୋର ଦାସ (ଲେଖକ)

ଆଜି ତିରୋଧାନ: ନୂତନ, ଓମ ପ୍ରକାଶ, କିଟ୍ଟୁର ରାଣୀ ଚେନ୍ନାମ୍ମା, ଆଚାର୍ଯ୍ୟ ହରିହର, ରାଧାମୋହନ ଗଡନାୟକ (ଅନୁଗୁଳ)

ଇତିହାସରେ ଆଜି: (୧୯୯୯) ଭାରତ ପାକିସ୍ତାନ ମଧ୍ୟରେ ଅଣୁ ଅସ୍ତ୍ର ବ୍ୟବହାର ଉପରେ ରାଜିନାମା/ (୧୯୮୧) ନାସା ଦ୍ୱାରା କମଷ୍ଟାର ଡି-୪ ଲଞ୍ଚ ହେଲା/ (୨୦୧୩) ହାଇଦ୍ରାବାଦ ସିରିଜ ବୋମା ବିସ୍ଫୋରଣରେ ୧୭ ମୃତ
===================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

0
0 views