logo

*ନାଲକୋ ଖଣି କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ* *ସନ୍ତୋଷ ଜେନା ସଭାପତି ଓ ମୃତ୍ୟୁଞ୍ଜୟ ଦାଶ ସାଧାରଣ ସମ୍ପାଦକ*


*ସନ୍ତୋଷ ଜେନା ସଭାପତି ଓ ମୃତ୍ୟୁଞ୍ଜୟ ଦାଶ ସାଧାରଣ ସମ୍ପାଦକ*

ଦାମନଯୋଡି: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡିଠାରେ ଅବସ୍ଥିତ ନାଲକୋ ଖଣି ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନେଇ ଗଠିତ "ନାଲକୋ ମାଇନ୍ସ କର୍ମଚାରୀ ସଂଘ" ର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର -୧ ସ୍ଥିତ ଏକତା ଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ସମ୍ମାନୀତ ଅତିଥି ଭାବରେ ଖଣି ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଇଂ ପୁରୁଷୋତ୍ତମ ମହାନ୍ତ, ପ୍ରଶାସନ ବିଭାଗ ମୁଖ୍ୟ ମହାପ୍ରବନ୍ଧକ ସୁଗତୋ ଆନନ୍ଦ ବସୁ , ଖଣି ବିଭାଗ ମହାପ୍ରବନ୍ଧକ ଅଜୟ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ । ସନ୍ତୋଷ କୁମାର ଜେନା ସଭାପତି ଓ ମୃତ୍ୟୁଞ୍ଜୟ ଦାଶ ସାଧାରଣ ସମ୍ପାଦକ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ । କମ୍ପାନୀର ଉତ୍ପାଦନ ଓ କର୍ମଚାରୀ ମାନଙ୍କ ସ୍ବାର୍ଥ କୁ ନେଇ ସଂଘ ସମାନ୍ତରାଳ ଭାବେ କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିବା ବେଳେ ପାରିପାର୍ଶ୍ବିକ ଉନ୍ନୟନ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାଶ କହିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଂଘର ପୂର୍ବତନ ସଭାପତି/ସମ୍ପାଦକ ଙ୍କ ସମେତ କର୍ମଚାରୀ ସଂଘ , ଅଧିକାରୀ ସଂଘ , ଠିକା ଶ୍ରମିକ ସଙ୍ଘର ନେତୃବୃନ୍ଦ ଉପସ୍ଥିତ ଥିଲେ ।

43
1838 views