logo

*ଦାମନଯୋଡି ଥାନାର ନୂଆ ଅଧିକାରୀ ପରମାନନ୍ଦ ସୁନାନୀ*


ଦାମନଯୋଡି: ଶିଳ୍ପାଞ୍ଚଳ ଦାମନଯୋଡି ଆଦର୍ଶ ଥାନାରେ ୨୦୧୦ ବ୍ୟାଚ ର ପରମାନନ୍ଦ ସୁନାନୀ ନୂଆ ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂର୍ବତନ ଅଧିକାରୀଣୀ ଶ୍ରୀମତୀ ପ୍ରମିଳା ବିଡ଼ିକା ସଦର ମହକୁମା କୁ ସ୍ଥାନାନ୍ତର ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ସୁନାନୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ମିଡିଆ ହାଉସ ଦାମନଯୋଡି ର ସଭାପତି ନରସିଂହ ବ୍ରହ୍ମାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ମାନସ ରଞ୍ଜନ କର, ଉପ ସଭାପତି ସୁଦର୍ଶନ ସେନାପତି, ସଂଗଠନ ସମ୍ପାଦକ ଅରୁଣ କୁମାର ଓଝା, ଉପଦେଷ୍ଟା ପିତାମ୍ବର ସାହୁ, ସଦସ୍ୟ ଅଶୋକ କୁମାର ମହାନ୍ତି, ନଳିନୀକାନ୍ତ ସେନାପତି, ରବୀନ୍ଦ୍ର କୁମାର ସାଉ, ଶୁଭେଚ୍ଛୁ ସନ୍ତୋଷ ନାୟକ, ତେଜେଶ୍ୱର ପାତ୍ର ପ୍ରମୁଖ ନୂତନ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରିଥିଲେ । ଏଥି ପୂର୍ବରୁ ସେ କୋଟପାଡ଼ ଥାନା ଅଧିକାରୀ ଭାବେ ଦାୟିତ୍ଵ ତୁଲାଉଥିଲେ । ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ, ଟ୍ରାଫିକ ବ୍ୟବସ୍ଥା ଆଦିକୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ସୁନାନୀ କହିଥିଲେ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରୀ ସୁନାନୀ ଙ୍କୁ ସ୍ଵାଗତ କରାଯାଉଛି ।

28
1080 views