logo

ଓଡିଶା ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା -୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଣୟନ ପ୍ରବୋଧନ ପ୍ରଶିକ୍ଷଣ।

ଓଡିଶା ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା -୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଣୟନ ପ୍ରବୋଧନ ପ୍ରଶିକ୍ଷଣ।

ଚମ୍ପୁଆ -୨୦/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଓଡିଶା ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା -୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଣୟନ ପ୍ରବୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ କାଶିପାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଧନେଶ୍ୱର ମହାନ୍ତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁମିତା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ କେନ୍ଦୁଝର ର ବରିଷ୍ଠ ପ୍ରଶିକ୍ଷକ ସଞ୍ଜିତ କୁମାର ପ୍ରଧାନ ଯୋଗ ଦେଇ ଓଡିଶା ସରକାରଙ୍କ ନୂତନ ପାଠ୍ୟ ଖସଡ଼ାକୁ କାର୍ଯ୍ୟକାରୀ କରିବା ନିମିତ୍ତ ଏହାର ରୂପରେଖ ବାବଦରେ ଦିଗଦର୍ଶନ ଦେଇଥିଲେ l ଏଥିରେ ସମ୍ବଳ ପ୍ରଶିକ୍ଷକ ଭାବେ ଶିକ୍ଷୟିତ୍ରୀ ମମତା ରାଉତ, ଶିକ୍ଷକ ଲଳିତକୃଷ୍ଣ ବେହେରା ପଶିକ୍ଷଣ ଦେଇଥିଲେ l ପ୍ରଥମେ ଅତିଥିମାନେ ମା 'ତାରିଣୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଅତିଥି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା l ହାଇସ୍କୁଲ ଛାତ୍ରୀମାନେ ସ୍ଵlଗତ ସଂଗୀତ ଗାନ କରିଥିଲେ l ବୁଧବାର ଠାରୁ ଆରମ୍ଭ କରାଯାଇ ଥିବା ତାଲିମ ଶିବିର ୫ ଦିନ ଧରି ଚାଲି ସୋମବାର ଉଦଯାପିତ ହେବ l ପ୍ରଥମ ଦିନ ପ୍ରଶିକ୍ଷଣ ର ଉଦ୍ୟେଶ୍ୟ, ଅଭିଜ୍ଞତା ବିନିମୟ ଓ ପ୍ରାକ ପରୀକ୍ଷଣ, ଜାତୀୟ ଶିକ୍ଷା ନୀତି -୨୦୨୦, ଓଡିଶା ପାଠ୍ୟକ୍ରମ ରୂପରେଖ -ସାମଗ୍ରିକ ଦୃଷ୍ଟି, ଦ୍ୱିତୀୟ ଦିନ ଭାରତୀୟ ଜ୍ଞାନ ପରମ୍ପରା, ସମଗ୍ର ବିକାଶ ଓ ପଞ୍ଚ କୋଷ, ଦକ୍ଷତା ଆଧାରିତ ଶିକ୍ଷଣ ଓ ଆକଳ (ପଞ୍ଚପଦୀ) ଶିକ୍ଷଣ, ମୌଳିକ ସ୍ତର ଶିକ୍ଷଣ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ, ତୃତୀୟ ଦିନ ଶୁକ୍ରବାର ଭାଷା ଶିକ୍ଷଣ, ସଂସ୍କୃତ ରେ ସୁରେଶ ମାଝୀ,, ହିନ୍ଦୀରେ ଶିକ୍ଷକ ଭକ୍ତବନ୍ଧୁ ମହାନ୍ତ, ଓଡ଼ିଆ ଭାଷାରେ ଶିକ୍ଷକ ଲଳିତକୃଷ୍ଣ ବେହେରା ଓ ଇଂରାଜୀ ରେ ଶିକ୍ଷକ କୈଳାସ ଚନ୍ଦ୍ର ଜେନା ପ୍ରଶିକ୍ଷଣ ଦେଇଥିଲେ l ଚତୃର୍ଥ ଦିନ ଗଣିତ, ପରିବେଶ, ବିଜ୍ଞାନ ଓ ଶାରୀରିକ ଶିକ୍ଷା ଓ ସୁସ୍ଥତା ଉପରେ ତାଲିମ କାର୍ଯ୍ୟକ୍ରମ ଥିବା ବେଳେ ପଞ୍ଚମ ଦିନ ସାମାଜିକ ପାଠ ଶିକ୍ଷଣ, ବୃତ୍ତିଗତ ଶିକ୍ଷା ଏବଂ ପ୍ରଶିକ୍ଷଣ ର ବିଷୟବସ୍ତୁ ଏକତ୍ରୀକରଣ, ପରବର୍ତ୍ତୀ ଆକଳନ ମତାମତ ସଂଗ୍ରହ ହେବ l ତାଲିମ ଶିବିରରେ ଚମ୍ପୁଆ ବ୍ଲକ ଗ୍ରାମାଞ୍ଚଳ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ନେଉଥିବା ବେଳେ କାର୍ଯ୍ୟକ୍ରମକୁ କାଶିପାଳ ସି. ଆର. ସି. ସି ଭରତ ଚନ୍ଦ୍ର ମହାନ୍ତ, କାଶିପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭକ୍ତବତ୍ସଳ ନାଏକ ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗୀତାରେ ତାଲିମ ଶିବିର ପରିଚାଳିତ ହେଉଥିବା ଜଣାଯାଇଛି l

ଖଣ୍ଡାଧାର ନିଉଜ- ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

9
776 views