
ସରକାରୀ ଉ. ପ୍ରା. ଵିଦ୍ୟାଳୟ, ସୁଆଁଳ ରେ ବାର୍ଷିକ ଉତ୍ସବ।
ସରକାରୀ ଉ. ପ୍ରା. ଵିଦ୍ୟାଳୟ, ସୁଆଁଳ ରେ ବାର୍ଷିକ ଉତ୍ସବ।
ଘସିପୁରା:୨୦/୦୨, ଘସିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଦଗୋଡା ପଞ୍ଚାୟତ ସରକାରୀ ଉ. ପ୍ରା. ବିଦ୍ୟାଳୟ, ସୁଆଁଳ ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମଲ୍ଲିକଙ୍କ ସଭାପତିତ୍ୱ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଯଥାକ୍ରମେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜକିଶୋର ସେନାପତି , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ଯୋଗଦାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୁଆଁଳ କ୍ଲଷ୍ଟରର ସିଆରସିସି ଧନୁର୍ଦ୍ଧର ସାହୁ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ଓଝା ଓ ପ୍ରକାଶ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିବା ସହିତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପନ୍ନଗ ଭୂଷଣ ରାଉତ ଓ ଦୀନବନ୍ଧୁ ଜେନା ଛାତ୍ରଛାତ୍ରୀ ମାନଙ୍କୁ ସମୟାନୁବର୍ତ୍ତିତା ହେବା ସହିତ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରାଇବାରେ ମାର୍ଗଦର୍ଶନ କରିଥିଲେ। ଏସଏମସି ଚେୟାର ପର୍ସନ ଶୁଭେନ୍ଦୁ କୁମାର ଜେନା,ସ୍ଥାନୀୟ ଅଭିଭାବକ ମାନେ ଓ ଆସ୍ପାୟାର ଶିକ୍ଷକ ସତ୍ୟବାନ ଜେନା ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବାର୍ଷିକ କ୍ରୀଡାରେ କୃତତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ରାମାୟଣ ଓ ମହାଭାରତର କାହାଣୀ ଅତି ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।