logo

ଗାୟତ୍ରୀ ମହାଯଜ୍ଞ ରେ ଗାୟତ୍ରୀ ମନ୍ଦିର ପାଇଁ ଭୂମି ଦାନ ଲୋକନାଥ।

ଗାୟତ୍ରୀ ମହାଯଜ୍ଞ ରେ ଗାୟତ୍ରୀ ମନ୍ଦିର ପାଇଁ ଭୂମି ଦାନ ଲୋକନାଥ।

ଘସିପୁରା:୨୦/୦୨, ସିପୁରା ବ୍ଲକ ଅନ୍ତର୍ଗତ ଅଳତୀ ଗ୍ରାମର ଶ୍ରୀଚୈତନ୍ୟ ମଣ୍ଡପ ଠାରେ ତିନି ଦିନ ବ୍ୟାପୀ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତି କୁଞ୍ଜ , ହରିଦ୍ଵାର ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଋଷି ପୂତ୍ର ମୀନକେତନ ପାତ୍ର , ଅଶୋକ ଭୋଇ ଓ ବିଜୟ ପ୍ରଧାନ ଙ୍କ ସଞ୍ଚାଳନ ରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ସଂପନ୍ନ ହୋଇଛି। ଘସିପୁରା ବ୍ଲକ ର ସଂଯୋଜକ ପ୍ରମୋଦ ବରାଳ ଙ୍କ ସଂଯୋଜନା ରେ ଅଳତୀ,ବେଲସୁନ୍ଦରୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ କଳସ ଯାତ୍ରା ଦୀପଯଜ୍ଞ ଓ କୁଣ୍ଡଯଜ୍ଞରେ ଆହୂତି ପ୍ରଦାନ କରି ବିଶ୍ଵର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।ଉକ୍ତ ଯଜ୍ଞର ପୂର୍ଣ୍ଣାହୂତି ରେ କେନ୍ଦୁଝର ନିବାସୀ ଲୋକନାଥ ଗୁଇଁ ମା ଙ୍କର ଅଧୁରା ଥିଲା ସ୍ବପ୍ନକୁ ପୂରା କରିବା ପାଇଁ ପରମ ପୂଜ୍ୟ ଗୁରୁଦେବ ଓ ପରମ ବନ୍ଦନୀୟ ମାତାଜୀ ଙ୍କ ଯୁଗ ନିମିଣ ସତସଂକଳ୍ପରେ ଅନୁପ୍ରାଣିତ ହୋଇ ସଂସାର ରେ ସତପ୍ରକୃତି ପୂଣ୍ଣ ପ୍ରସାର ନିମିତ୍ତ ନିଜ ପୂରୁଷାର୍ଥ ଓ ଧନର ସହ ବିନିଯୋଗ ନିମନ୍ତେ ତାଙ୍କର ଅଳତୀ ଗ୍ରାମରେ ଥିବା ଘରଡିହ ଖାତା ନଂ ୨୭୨,ପ୍ଲଟ ନଂ ୧୦୨୨ଅଧିନସ୍ଥ ୦୫ ଡିସିମିଲ ଜମି କୁ ଏକ ପ୍ରଜ୍ଞା ପୀଠ ନିମନ୍ତେ ଗାୟତ୍ରୀ ପରିବାର ଅଳତୀ କୁ ଦାନ ସୂତ୍ରରେ ଦେବା ପାଇଁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ । ତେଣୁ ସେଠାରେ ଉପସ୍ଥିତ ଥିବା ଶହଶହ ଜନସାଧାରଣ, ଶ୍ରଦ୍ଧାଳୁ ,ମା ମାଉସୀ ତାଙ୍କର ମହାନ କାର୍ଯ୍ୟ ପାଇଁ ତାଙ୍କର ମଙ୍ଗଳ କାମନା କରି ଶଙ୍ଖ ଧ୍ୱନି , ହୁଳହୁଳି, ହରିବୋଲ ଦେଇ ତାଙ୍କୁ ସ୍ବାଗତ କରିବା ସହିତ ୠଷି ପୂତ୍ରମାନେ ଦାନଦାତା ଦେବତୁଲ୍ୟ ଲୋକନାଥ ପୁଇଁ ଙ୍କୁ ଗାୟତ୍ରୀ ମନ୍ତ୍ର ଥିବା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ଯଜ୍ଞରେ କାର୍ତ୍ତିକ ପ୍ରସାଦ ଶତପଥୀ , ଡ଼ଃ ରତିକାନ୍ତ ବରାଳ, ବିଷ୍ଣୁ ନାରାୟଣ ସାମଲ, ବ୍ରଜ କିଶୋର ସାହୁ, ଶୁଶାନ୍ତ ସାହୁ, ଦିଲ୍ଲିପ ସାହୁ, ଜଗବନ୍ଧୁ ମହାରଣା, ନରହରି ନାୟକ, ପ୍ରଭାସ ମଞ୍ଜରୀ ବରାଳ, ବାସନ୍ତୀ ଓଝା, ଜାନକୀ ବରାଳ, ଯାଜ୍ଞସେନୀ ବରାଳ ଓ ସମସ୍ତ ଗାୟତ୍ରୀ ପରିଜନ ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।

12
1174 views