logo

ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ।

ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ।

ପାଟଣା:୨୦/୦୧- ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ସେକ୍ସନ ର ମିରିଗିଖୋଜି ପଞ୍ଚାୟତ କଟାବେଡା ଠାରେ ବନବିଭାଗ ସହଯୋଗ ରେ କଟାବେଡା ଭି ଏସ ଏସ ପକ୍ଷରୁ ଆଜି ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ ମିରିଗିଖୋଜି, କପୁଣ୍ଡି, ଅସନବାହାଳି ଓ କଟାବେଡା ଗ୍ରାମରେ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସାହାରପଡା ବନପାଳ ଶ୍ରୀମନ୍ତ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ମିରିଗିଖୋଜି ସରପଞ୍ଚ ମନମୋହନ ବେହେରା ଓ କପୁଣ୍ଡି ସରପଞ୍ଚ ସୁନିତା କୁସୁମୁଳିଆ ଅତିଥି ଭାବେ ଯୋଗ ଦେଇଥିଲେ। ବନରକ୍ଷୀ ଦୀପକ ରଣା, ବନସୁରକ୍ଷା ସଭାପତି ଜୟକୃଷ୍ଣ ମହାନ୍ତ ଓ ସାହାରପଡା ଡି ଓ କୃପାସିନ୍ଧୁ ମହାନ୍ତ ସଚେତନତା ଶୋଭାଯାତ୍ରା ପରିଚାଳନା କରିଥିଲେ। ସଚେତନତା କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜଙ୍ଗଲ ବିଭାଗ ପାରା କର୍ମଚାରୀ, ୱାର୍ଡ ସଦସ୍ୟ ଗୋପୀନାଥ ମୁଣ୍ଡା ଓ ଭି ଏସ ଏସ ସଦସ୍ୟ ପ୍ରଫୁଲ୍ଲ ମହାନ୍ତ, ନିରୂପମା ମହାନ୍ତ,କୃପାସିନ୍ଧୁ ମୁଣ୍ଡା, ବୁଧୁ ମୁଣ୍ଡା, ବିରଞ୍ଚି ନାରାୟଣ ମହାନ୍ତ ପ୍ରମୁଖ ଗ୍ରାମରେ ଗ୍ରାମରେ ବୁଲି ଜଙ୍ଗଲରେ ନିଆଁ ନଲଗାଇବା, ନିଆଁ ଲାଗିଥିଲେ ଲିଭାଇବା ସହ ବନାଞ୍ଚଳ କୁ ଖବର ଦେବ ସହ ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଦେବା ଆଦି ସଚେତନତା ବାର୍ତ୍ତା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ମାନେ ସାମିଲ ହୋଇଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

7
1033 views