logo

ନୂତନ ପାଠ୍ୟପୁସ୍ତକ ପ୍ରଶିକ୍ଷଣ ଶିବିର ଉଦଯାପିତ

ଖୋରଧା,୨୦.୦୨.୨୬(ଏ.ଆଇ.ଏମ.ଏ) ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଟାଙ୍ଗି ଆନୁକୂଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାମେଶ୍ୱର ପରିସରରେ ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ ୧ମ ଶ୍ରେଣୀ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ଓ ଶିକ୍ଷାଦାନ ସମ୍ପର୍କିତ ୪ର୍ଥ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l ଜାତୀୟ ଶିକ୍ଷାନୀତି ୨୦୨୦ ର ମୁଖ୍ୟ ଲକ୍ଷ୍ୟ ହେଉଛି ଭଲ ମଣିଷ ତିଆରି କରିବା l ତେଣୁ ଏହି ଦିଗରେ ଆଉ ଏକ ପାଦ ଆଗକୁ ଯାଇ ନୂତନ ପାଠ୍ୟକ୍ରମ ରୂପରେଖ ଭାରତୀୟ ଜ୍ଞାନ ପରମ୍ପରା, ଭାବଧାରା, ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଗୁରୁକୁଳ ବୈଶିଷ୍ଟ୍ୟ, ନୂତନ ଦକ୍ଷତା ଭିତିକ ଶିକ୍ଷଣ, ପଞ୍ଚକୋଷ ଭିତ୍ତିକ ସମଗ୍ର ବିକାଶ, ପଞ୍ଚପଦୀ ଶିକ୍ଷଣ ଇତ୍ୟାଦି ଉପରେ ପର୍ଯ୍ୟବେଶିତ l ଯାହା ଶିକ୍ଷାର୍ଥୀ ମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ପରି ମଣିଷଟିଏ ଗଢିତୋଳିବାରେ ସାହାଯ୍ୟ କରିବ l ୫ଦିନ ଵ୍ୟାପୀ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ରେ ପ୍ରମୁଖ ସମ୍ବଳ ଶିକ୍ଷକ ଭାବେ ପ୍ରଶାନ୍ତ ମହାପାତ୍ର, ନୀଳାଦ୍ରି କୁମାର ସିଂହ, ବିଜୟ କୁମାର ସେଠୀ ଓ ସମରେଶୁ ବେହେରା କାର୍ଯ୍ୟକରିଥିବା ବେଳେ ସହକାରୀ ଦାୟିତ୍ୱ ରାମେଶ୍ୱର ସିଆରସିସି ସୁଶାନ୍ତ କୁମାର ମଲ୍ଲିକ ଙ୍କ ସହିତ ବ୍ଲକ ର ବିଭିନ୍ନ କ୍ଳଷ୍ଟର ରୁ ୮୨ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ l ଗୋଷ୍ଠୀ ଶିକ୍ଷାଧିକାରୀ ଟାଙ୍ଗି ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଆଜିର ଅନ୍ତିମ ଅଧିବେଶନ ର ଉଦଯାପନୀ ସଭାରେ ବିଶିଷ୍ଟ ସାହିତ୍ୟିକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବ୍ୟସିଂହ ତ୍ରିପାଠୀ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଟାଙ୍ଗି ସଞ୍ଜୁଲତା ବେହେରା, ବ୍ୟଙ୍ଗ କବି ଅମ୍ଲାନ ପ୍ରହରାଜ, ସମସ୍ତ ସମ୍ବଳ ଶିକ୍ଷକ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ପ୍ରଶିକ୍ଷଣ ରୁ ଗ୍ରହଣ କରିଥିବା ସମସ୍ତ ପାଠ୍ୟକ୍ରମ କୁ ବିଦ୍ୟାଳୟ ସ୍ତରରେ ଶତପ୍ରତିଶତ କାର୍ଯ୍ୟକାରୀ କରାଇବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ର ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା l ଉଦଯାପନୀ ସଭା କୁ ସମ୍ବଳ ଶିକ୍ଷକ ନୀଳାଦ୍ରି କୁମାର ସିଂହ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ସାହୁ, ସୁଶାନ୍ତ କୁମାର ସ୍ୱାଇଁ, ମାଳତୀ ଦେଈ, ସତ୍ୟନାରାୟଣ ବ୍ରହ୍ମା ମହାପାତ୍ର, ପଞ୍ଚାନନ ଭୁଜବଳ, ତପନ ହାଲଦାର,ନରେନ୍ଦ୍ର ପାଇକରାୟ, ମମତା ବାହିନୀପତି ଇତ୍ୟାଦି ସହଯୋଗ କରିଥିଲେ l

51
2083 views