logo

ଜଗତେ ହୋଇବ ବଡ଼ - ଡ. ପୁରୁଷୋତ୍ତମ ଧଳ ଙ୍କ ଦ୍ବାରା ରଚିତ କବିତା।

ଜଗତେ ହୋଇବ ବଡ଼

ଏତ କଳି କାଳ ରୀତିରେ ସନିଆ
ଏତ କଳି କାଳ ରୀତି
ନିଜ ଧନ୍ଦା ଛାଡ଼ି ପର ଚରଚାରେ
ଅନେକ ଥାଆନ୍ତି ମାତି।
ଅପର କଥାରେ ମୁଣ୍ଡ ପୂରାଇଲେ
ଆସେ ବହୁ ଅସଂଗତି
ନିଜ କାମ କଲେ ଯଥା ସମୟରେ
ମିଳେ ଭଗବତ ପ୍ରୀତି।
ଜାତି ଉତଥାନେ ଜାତୀୟ କଲ୍ୟାଣେ
ଦିଅ ଢାଳି ମନ ପ୍ରାଣ
ଦେଶ ଉନ୍ନତିରେ ଆମର ଉନ୍ନତି
ହୋଇବ ନିଶ୍ଚୟ ଜାଣ।
ବାଜିଆ ଧରମା ଉପମନ୍ୟୁ କଥା
ସମୟ ମିଳିଲେ ପଢ଼
ଦେଶ ଦଶ ପାଇଁ କରିଗଲେ କାମ
ଜଗତେ ହୋଇବ ବଡ଼।


ଡ. ପୁରୁଷୋତ୍ତମ ଧଳ
ସଭାପତି, ପ୍ରାଣକୃଷ୍ଣ ଧଳ ପାଠାଗାର,
ପଦିନାରାୟଣପୁର, ବାରିକପୁର ବଜ଼ାର,
ଭଦ୍ରକ ୭୫୬୧୧୨
ମୋ : ୮୯୧୭୬୬୭୦୬୦

17
843 views