logo

ନିର୍ଗୁଣ୍ଡି ସରକାରୀ ପ୍ରାଥମିକ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ।

ନିର୍ଗୁଣ୍ଡି ସରକାରୀ ପ୍ରାଥମିକ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଭଣ୍ଡାରିପୋଖରୀ -୧୯/ ୦୨ (ଖଣ୍ଡାଧାର ନିୟୁଜ)ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନିର୍ଗୁଣ୍ଡି ସରକାରୀ ପ୍ରାଥମିକ ଓ ଉ. ପ୍ରା. ବିଦ୍ୟାଳୟ ଦ୍ଵୟର ବାର୍ଷିକ ଉତ୍ସବ ଶିlକ୍ଷବିତ ପୁରୁଷୋତ୍ତମ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ସର୍ବ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ ପୁଷ୍ପ ପ୍ରଦାନ ପୂର୍ବକ ସଭା ଉଦଘାଟନ କରିଥିଲେ ସ୍ଥାନୀୟ ସରପଞ୍ଚ ଇଂ ସତ୍ୟବ୍ରତ ପାଲ। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରା ଯାଇଥିଲା। ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ଯଥାକ୍ରମେ ଶିକ୍ଷକ ଶରତ ଚନ୍ଦ୍ର କୁଣ୍ଡୁ ଓ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ୍ତ ଦାଶ, ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ପ୍ରଦୀପ କୁମାର ନାୟକ ଓ ସମ୍ମାନିତ ଅତିଥିଭାବେ ସ୍ତମ୍ଭକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ,କବି ସନ୍ତୋଷ କୁମାର ସାହୁ, ଶିକ୍ଷକ ନେତା ଘନଶ୍ୟାମ ସ୍ୱାଇଁ,ସି ଆର ସି ସି ଧର୍ମେନ୍ଦ୍ର କୁମାର ସ୍ୱାଇଁ, ଚେୟାରମାନ ସୁବ୍ରତ କୁମାର ଦାସ, ବିଦ୍ୟାଧର ଦାସ, ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ପ୍ରଧାନ ଶିକ୍ଷକ କାଳନ୍ଦୀ ଚରଣ ବେହେରା ଧନ୍ୟବାଦ ଦେଇଥିଲେ। ଛାତ୍ର ଛାତ୍ରୀ ଶୁଭମ ଗୁରୁ, ମୋନାଲିସା ବେହେରା, ସାଇପ୍ରଜ୍ଞା ନନ୍ଦୀ, ଅର୍ପିତା ପାଣିଗ୍ରାହୀ, ସ୍ବପ୍ପ୍ନାରାଣୀ ଦାସ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

4
856 views