logo

ମହିଳା ଓ ଶିଶୁ ବିକାଶ ପ୍ରତିନିଧିଦଳଙ୍କ ପରିବାର ପରାମର୍ଶ କେନ୍ଦ୍ର ପରିଦର୍ଶନ।

ମହିଳା ଓ ଶିଶୁ ବିକାଶ ପ୍ରତିନିଧିଦଳଙ୍କ ପରିବାର ପରାମର୍ଶ କେନ୍ଦ୍ର ପରିଦର୍ଶନ।

ଓଡ଼ିଶାର ରାଜ୍ୟସରକାରଙ୍କର ମହିଳା ଓ ଶିଶୁ ବିଭାଗ ଓ ରାଜ୍ୟ ସମାଜକଲ୍ୟାଣ ପରିଷଦ ପ୍ରତିନିଧିଦଳ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ପରିବାର ପରାମର୍ଶକେନ୍ଦ୍ର ତଦାଶାକୁ ପରିଦର୍ଶନରେ ଆସିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗୀୟ ଉପସଚିବ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ସମାଜମଙ୍ଗଳ ପରିଷଦ କୋଷାଧକ୍ଷ ଦେବେନ୍ଦ୍ର କୁମାର ବାରିକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସବିତା ଦାଶ, ଜିଲ୍ଲା ସୁରକ୍ଷା ଅଧିକାରୀ ଚନ୍ଦ୍ରକାନ୍ତି ଜେନା, ସାମାଜିକ ମଙ୍ଗଳ ଅଧିକାରୀ ରଞ୍ଜୁରାଣୀ ଦାଶ, ସଦରବ୍ଲକର ଶିଶୁବିକାଶ ପ୍ରକଳ୍ପ ଅଧିକାରୀଣି ସ୍ବର୍ଣ୍ଣଲତା ବେହେରା, ଜିଲ୍ଲା ସଂଯୋଜକ ଦିବାକର ଖୁଣ୍ଟିଆ ପରିଦର୍ଶନ କରିଥିଲେ। ଦୈନନ୍ଦିନ ପରିବାର ପରାମର୍ଶ କେନ୍ଦ୍ରକୁ ଆସୁଥିବା ପାରିବାରିକ ମକଦ୍ଦମାର ପରାମର୍ଶ ମାଧ୍ୟମରେ ସମସ୍ୟାର କିଭାଳି ସମାଧାନ କରାଯାଇ ପାରୁଛି ଓ ସଫଳତାର ହାର ତଥା ସଚେତନତା କାର୍ଯ୍ୟକ୍ରମ ଉପରେ ପ୍ରତିନିଧି ଦଳ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ବିଭିନ୍ନ ରେକଡ଼ ଯାଞ୍ଚ କରି ପରିବାର ପରାମର୍ଶକେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସମସ୍ତ ରେକଡ଼ ଅତି ଉଚ୍ଚମାନର ବୋଲି ଜଣେଇଥିଲେ। ଜିଲ୍ଲାମୁଖ୍ୟାଲୟ ସ୍ତରକୁ ଆସୁଥିବା ପାରିବାରିକ ସମସ୍ୟାଗୁଡିକ ସମାଧାନ ପାଇଁ ଅଧିକ ସଂଖ୍ୟାରେ ପରାମର୍ଶଦାତା ଏବଂ ଦାତ୍ରୀଙ୍କର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଥିଲେ। ଏହି ପରିଦର୍ଶନ ସମୟରେ ତଦାଶାର ସମ୍ପାଦକ ଅକ୍ଷୟ କୁମାର ଚକ୍ର, ପରାମର୍ଶଦାତ୍ରୀ ଜୟଶ୍ରୀ ଦାଶ, ବିନୋଦ ବିହାରୀ ରାଉତ, କର୍ମୀ ଗୀତାରାଣୀ ଦେବତା ଓ କୃଷ୍ଣଚନ୍ଦ୍ର ଦେହୁରୀ ଉପସ୍ଥିତ ଥିଲେ। ପରିଶେଷରେ ପ୍ରତିନିଧିମଣ୍ଡଳୀର ମୁଖ୍ୟ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

2
765 views