
ପାଟଣା ପଞ୍ଚାୟତରେ ଭତା ପାଇଁ ଭିଡ ସରକାରଙ୍କ ନିୟମକୁ ପି.ଇ.ଓ ଙ୍କ ଅଣଦେଖା।
ପାଟଣା ପଞ୍ଚାୟତରେ ଭତା ପାଇଁ ଭିଡ ସରକାରଙ୍କ ନିୟମକୁ ପି.ଇ.ଓ ଙ୍କ ଅଣଦେଖା।
ପାଟଣା: ୧୯/୨,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ବଡ ପାଟଣା ପଞ୍ଚାୟତ ର ପି.ଇ.ଓ ଙ୍କ ମନମାନି ଯୋଗୁ ଭତା ପାଇଁ ଆସିଥିବା ଭତାଧାରୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ମାସର ୧୫ ତାରିଖରେ ସବୁ ପଞ୍ଚାୟତ ଅଫିସରେ ଭତାଧାରୀ ମାନଙ୍କୁ ପି.ଇ.ଓ ଙ୍କ ଜରିଆରେ ଭତା ଦେବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହି ନିୟମକୁ ବଡ ପାଟଣା ପଞ୍ଚାୟତର ପି.ଇ.ଓ ତପନ କୁମାର ମହାନ୍ତ ପାଳନ କରୁନଥିବା ଭତାଧାରୀ ମାନେ ଅଭିଯୋଗ କରିଛନ୍ତି। ଆଜି ତା- ୧୯.୨.୨୦୨୬ ଗୁରୁବାର ଦିନ ସକାଳୁ ସକାଳୁ ୨୧ଟି ଗ୍ରାମର ୬୦୦ ରୁ ୭୦୦ ଭତା ହିତାଧିକାରୀ ମାନେ ଭତା ପାଇବା ଆଶାରେ ପଞ୍ଚାୟତ କୁ ଆସିଥିଲେ କିନ୍ତୁ ଦିନ ୧୧.୩୦ ଯାଏ ଅପେକ୍ଷା କରି ବହୁ ଭତା ହିତାଧିକାରୀ ଘରକୁ ଫେରି ଯାଇଥିଲେ। ଅପେକ୍ଷା କରିଥିବା ଭତାଧାରୀ ମାନେ ହେଲେ ମାଧପୁର ଗ୍ରାମର ବୀଣାପାଣି ନାଏକ ପୁରୁଷୋତ୍ତମ ନାଏକ ଟାଇଁଶିରା ଗ୍ରାମର ବିଦ୍ୟାଧର ରାଉଳ ମାଣିକ କାରୁଆ ଗୋଲାପ ନାଏକ ନକୁଳ କାରୁଆ ଶଂଖାଳୀ ପାତ୍ର କୁଲୁ ନାଏକ ରଘୁ ନାଏକ ଗୌତମ ନାଏକ ଗୁଳୁଦିପଷି ଗ୍ରାମର ଉମେଶ ବାରିକି ଶିସିର ବାରିକି ସୌରାଯ୍ୟ ବାରିକି ପୁରୁଷୋତ୍ତମ ନାଏକ ସୁଆମ ଗ୍ରାମର ରାମ ନାଏକ ନେପା ନାଏକ ଏବଂ କୁଲିଆ ନାଏକ ପଞ୍ଚାୟତ ଅଫିସ ସମ୍ମୁଖରେ ବସି ରହିଥିଲେ। ସୂଚନା ପାଇ କିଛି ସମୟ ପରେ ଆମ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ସେଠାରେ ବସିଥିବା ଭତା ହିତାଧିକାରୀ ମାନଙ୍କ ପ୍ରତିକ୍ରିୟା ନେଇଥିଲେ ତାଙ୍କ ପ୍ରତିକ୍ରିୟାକୁ ଆଧାର କରି ଆମେ ପ୍ରଥମେ ପାଟଣା ପଞ୍ଚାୟତର ପି.ଇ.ଓ ଙ୍କୁ ଫୋନରେ କଥା ହୋଇଥିଲୁ ସେ କହିଥିଲେ ଯେ ମୋ ପାଖରେ ଭତାଧାରି ଙ୍କର ଲିଷ୍ଟି ନାହିଁ ସରପଞ୍ଚ ଙ୍କ ପଖରେ ଅଛି ସେଥିପାଇଁ ଭତା ଦିଆଯାଇ ପାରୁ ନାହିଁ କହି ତାଙ୍କର ମୋବାଇଲ ଫୋନ କୁ ବନ୍ଦ କରିଦେଇଥିଲେ।ଏହାପରେ ଆମେ ପାଟଣା ସରପଞ୍ଚ ବିନତି ବାନାରା ଙ୍କ ସହ ଫୋନରେ କଥା ହେବାରୁ ଜଣାପଡିଲା ସେହି ଭତା ଲିଷ୍ଟିଟି ତାଙ୍କ ପାଖରେ ନାହିଁ।ତାହା ପାଟଣା ବ୍ଲକ ଭତା ସେକ୍ସସନ୍ ଅଫିସରେ ତିନିଦିନ ହେଲାଣି ଅଛି। ଏହାପରେ ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ଙ୍କ ସହ ଫୋନରେ କଥା ହେବାପରେ ପାଟଣା ପଞ୍ଚାୟତର ପି.ଇ.ଓ ସବୁ ମିଛ ବାହାନା କରୁଥିବା ଜଣାପଡିଥିଲା। ଶେଷରେ ପାଟଣା ସରପଞ୍ଚ ଓ ପାଟଣା ବିଡିଓ ଙ୍କ ହସ୍ତକ୍ଷେପ ପରେ ଦିନ ୧୨ ସମୟରେ ପି.ଇ.ଓ. ଜରିଆରେ ଭତା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ପାଟଣା ବିଡିଓ ପାଟଣା ପଞ୍ଚାୟତର ପି.ଇ.ଓ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଦଳି ପାଇଁ ବଡ ପାଟଣା ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।