logo

ଶାନ୍ତି ଶୃଙ୍ଖଳା ରେ ଆରମ୍ଭ ହେଲା ମେଟ୍ରିକ୍ ପରୀକ୍ଷା, ପାଟଣା ବ୍ଲକରେ ପରୀକ୍ଷା ଦେଲେ ୧୮୨୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ।

ଶାନ୍ତି ଶୃଙ୍ଖଳା ରେ ଆରମ୍ଭ ହେଲା ମେଟ୍ରିକ୍ ପରୀକ୍ଷା, ପାଟଣା ବ୍ଲକରେ ପରୀକ୍ଷା ଦେଲେ ୧୮୨୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ।

ପାଟଣା:୧୯/୨,ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପାଟଣା ବ୍ଲକରେ ପରୀକ୍ଷା ଦେବାକୁ ଥିବା ମୋଟ ୧୯୨୫ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୮୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି।ମୋଟ ୧ ଶହ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ଜଣାପଡିଛି।ସୂଚନା ଅନୁଯାୟୀ ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୩ ଜଣ,କେନ୍ଦେଇ ପଶି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୩ ଜଣ,ରାଜନଗର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫,ତୁରୁମୁଙ୍ଗା ଦଧିବାମାନ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରେ ୫ ଜଣ,ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୬ ଜଣ,ମଲ୍ଲୀପଶି ଜନତା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୮ ଜଣ,ସ୍ୱାମ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୦ ଜଣ,ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୪ ଜଣ,ବାଉଁଶୁଳି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୮ ଜଣ,ଖିରେଇଟାଙ୍ଗରି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୪ ଜଣ,ଡୁମୁରିଆ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫ ଜଣ,ଏହିପରି ୧୧ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧ ଶହ ପରୀକ୍ଷାର୍ଥୀ ଆଜି କେନ୍ଦ୍ରରେ ପରୀକ୍ଷା ଦେଇ ନାହାନ୍ତି।ଅପର ପକ୍ଷରେ ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ସମସ୍ତ ୧୮୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସହ ବ୍ଲକ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ସେଠୀ ସୂଚନା ଦେଇଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

16
1113 views