logo

ସାଇବର ଠକେଇ ଅଭିଯୋଗରେ ଯୁବକକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ।

ସାଇବର ଠକେଇ ଅଭିଯୋଗରେ ଯୁବକକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ।

ଘଷିପୁରା,୧୯/୦୨ : ସାଇବର ଅପରାଧର କଳା ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଇ ଜଣେ କମ ବର୍ଷୀୟ ଯୁବକ ଜେଲ ଗଲା । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଅବିନାଶ ଜେନା (୧୯) ନାମକ ଜଣେ ଯୁବକ ବିଭିନ୍ନ ଅନଲାଇନ୍ ଗେମ୍ ଓ ସାଇବର ଠକେଇ ଜରିଆରେ ଲକ୍ଷାଧିକ ଟଙ୍କାର କାରବାର କରି ପୋଲିସର କବଳରେ ପଡ଼ିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅବିନାଶ ବ୍ୟାଙ୍କ ଅଫ୍ ଇଣ୍ଡିଆର ରାମଚନ୍ଦ୍ରପୁର ଓ ଅଳତି ଶାଖା ଏବଂ ୟୁକୋ ବ୍ୟାଙ୍କର ଘସିପୁରା ଶାଖା ଜରିଆରେ ଏହି ଅନଲାଇନ୍ ଠକେଇ କାରବାର କରୁଥିଲା। ବିଭିନ୍ନ ସମୟରେ ସେ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କାରବାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ବିଭିନ୍ନ ଅଞ୍ଚଳରୁ ସାଇବର ଠକେଇ ଅଭିଯୋଗ ପରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ ସ୍ଵାଇଁ ଏବଂ ଏସ୍ଆଇ ସୁଶାନ୍ତ ମହାକୁଡ଼ ତଦନ୍ତ ଆରମ୍ଭ କରି କୃଷ୍ଣପୁର ଗାଁରେ ଚଢ଼ାଉ କରିଥିଲେ। ସେଠାରୁ ଅବିନାଶକୁ କାବୁ କରାଯାଇଥିଲା। ପଚରାଉଚରା ପରେ ତା'ଠାରୁ ତିନୋଟି ବ୍ୟାଙ୍କର ପାସବୁକ୍, ଦୁଇଟି ଏଟିଏମ୍ କାର୍ଡ, ପାନକାର୍ଡ, ଆଧାରକାର୍ଡ ସହ ଏକ ଦାମୀ ଆଇଫୋନ୍ ଜବତ କରାଯାଇଛି।ଏହି ଘଟଣାରେ ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ବୁଧବାର ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଛି। ବୁଧବାର ରାମଚନ୍ଦ୍ରପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ କମଲ କୁମାର ପଣ୍ଡା ଏହି ସଫଳ ଚଢ଼ାଉ ଓ ଗିରଫ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ସାଇବର ଅପରାଧ ପ୍ରତି ପୋଲିସର କଡ଼ା ନଜର ରହିଥିବାର ସ୍ପଷ୍ଟ ସୂଚନା ଦେଇଛି।

ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।

10
805 views