logo

ଶ୍ରୀ ସତ୍ୟସାଇ ସେବା ସମିତିର ବରିଷ୍ଠ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ନାୟକ ୯୨ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ।

ଶ୍ରୀ ସତ୍ୟସାଇ ସେବା ସମିତିର ବରିଷ୍ଠ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ନାୟକ ୯୨ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ।

ଓଁ ଶ୍ରୀ ସାଇରାମ, ଗଭୀର ଶୋକ ସହିତ ସୂଚନା ଯେ, କେନ୍ଦୁଝର ସହରସ୍ଥିତ ଶ୍ରୀ ସତ୍ଯସାଇ ସେବା ସମିତି ପରିବାରର ନିଷ୍ଠାବାନ୍ ସାଧକ ତଥା ଭକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ୯୨ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରି ଏହି ଇହଲୋକ ପରିତ୍ଯାଗ କରି ଭଗବାନ ବାବାଙ୍କ ଦିବ୍ୟ ଚରଣରେ ବିଲୀନ ହୋଇଛନ୍ତି। ତାଙ୍କର ନିସ୍ବାର୍ଥପର ସେବା, ଭକ୍ତି ଓ ପ୍ରଦର୍ଶିତ ମାର୍ଗ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ରହିବ।
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଚରଣରେ ଆମେ ପ୍ରାର୍ଥନା କରୁଛୁ ଯେ, ପବିତ୍ର ଅମର ଆତ୍ମାକୁ ଶାଶ୍ୱତ ଶାନ୍ତି ଓ ଶୋକାକୁଳ ପରିବାରକୁ ଏହି ଦୁଃଖ ପରିସ୍ଥିତି ରେ ସହିବାର ଶକ୍ତି ପ୍ରଦାନ କରନ୍ତୁ।
କେନ୍ଦୁଝର ସହର ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ର ପୂଜ୍ୟପୂଜା ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ ପାର୍ଥିବ ଶରୀର ତ୍ଯାଗ ଆଜି ତା୧୯.୦୨.୨୦୨୬ରିଖ ସନ୍ଧ୍ୟା ସମୟରେ ହୋଇଯାଇଅଛି। ଆମ ପ୍ରାଣପ୍ରୀୟ ପୂଜ୍ୟ, ଆଦର୍ଶ, ଆମ ସମସ୍ତଙ୍କ ପ୍ରତି ତାଙ୍କ ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଭଲପାଇବା ଆମ୍ଭେମାନେ କେବେ ଭୁଲିପାରିବୁ ନାହିଁ। ଶ୍ରୀସତ୍ୟସାଇ ସେବା ସମିତିର ସମସ୍ତ ସଦସ୍ୟ ମାନଙ୍କ ତରଫରୁ ତାଙ୍କର ଅମର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ପରମ ପ୍ରେମମୟ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହିତ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସହରର ଅନେକ ମାନ୍ୟଗଣ୍ୟ ବ୍ଯକ୍ତି ସମୁହ, ପରିବାରର ବନ୍ଧୁବର୍ଗଙ୍କ ତରଫରୁ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରାଯାଇଛି।

ଓଁ ଶାନ୍ତି ଶାନ୍ତି ଶାନ୍ତିଃ 🙏

ଖଣ୍ଡାଧାର ନିଉଜ- ସୌଜନ୍ୟ: ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦୁଝର ଗଡ଼।

6
1316 views