logo

ଓଡ଼ିଆ ଭାଷା ସାହିତ୍ୟ ଲାଗି କୋହ୍ଲଣ ବିଶ୍ୱବିଦ୍ୟାଳୟରୁ ନରେନ୍ଦ୍ର ତ୍ରିପାଠୀ ପିଏଚଡ଼ି ଡିଗ୍ରୀ ପାଇଲେ।

ଓଡ଼ିଆ ଭାଷା ସାହିତ୍ୟ ଲାଗି କୋହ୍ଲଣ ବିଶ୍ୱବିଦ୍ୟାଳୟରୁ ନରେନ୍ଦ୍ର ତ୍ରିପାଠୀ ପିଏଚଡ଼ି ଡିଗ୍ରୀ ପାଇଲେ।

କେନ୍ଦୁଝର,ତା୧୯/୨- ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ ଲିମିଟେଡ଼ର ଡେପୁଟି ଜେନେରାଲ ମ୍ୟାନେଜର ଭାବେ ଦୀର୍ଘ ଦିନରୁ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ତଥା ଜିଲ୍ଲାର ଜନଜୀବନ ସହିତ ନିବିଡ଼ ଭାବେ ଜଡିତ ନରେନ୍ଦ୍ର କୁମାର ତ୍ରିପାଠୀ "ବିମ୍ବାଧର ବେହେରାଙ୍କ ସୃଷ୍ଟି ରେ ଆଦିବାସୀ ଜୀବନଧାରା"ଶୀର୍ଷକ ସନ୍ଦର୍ଭ କୋହ୍ଲନ ବିଶ୍ୱବିଦ୍ୟାଳୟ ଚାଇଁବସା, ଝାରଖଣ୍ଡର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗୀ ପ୍ରଫେସର ଡକ୍ଟର ସୁରେଶ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗବେଷଣା କରି ଉପସ୍ଥାପନ କରିଥିଲେ। ଉକ୍ତ ସନ୍ଦର୍ଭଟି ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ବିଷ୍ନୁପ୍ରିୟା ଓତା ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଅବସରପ୍ରାପ୍ତ ମୁଖ୍ୟ ପ୍ରଫେସର ଡ଼ଃ ଅନାଦି ଚରଣ ଗାଁଣ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ଏବଂ ନରେନ୍ଦ୍ର ତ୍ରିପାଠୀଙ୍କୁ ଡକ୍ଟର ଅଫ ଫିଲୋସଫି ପ୍ରଦାନ କରାଯାଇଥିଲା। ଏହି ସଫଳତାର ଶ୍ରେୟ ଲାଗି ସେ ଉତ୍କଳ ବିଶ୍ଵବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥି, ଡ଼ଃ ବିମ୍ବାଧର ବେହେରା, ସହଧର୍ମିଣୀ ରିତାଞ୍ଜଳୀ, ପୁତ୍ର ସିଦ୍ଧାର୍ଥ, କନ୍ୟା ସିଦ୍ଧିଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଡକ୍ଟର ନରେନ୍ଦ୍ର କୁମାର ତ୍ରିପାଠୀ ଟାଙ୍ଗୀ-ଚୌଦ୍ୱାର ଝାଡ଼େଶ୍ୱରକଡେଇ ଗ୍ରାମ ନିବାସୀ ଦୁର୍ଯ୍ୟୋଧନ ତ୍ରିପାଠୀ ଓ ଯଶୋଦା ତ୍ରିପାଠୀଙ୍କ ସାନ ପୁଅ, କର୍ମକ୍ଷେତ୍ର କେନ୍ଦୁଝରକୁ ଅତ୍ୟନ୍ତ ଭଲପାଉଥିବା କେନ୍ଦୁଝର ଜନସାଧାରଣଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

3
1391 views