logo

ଅନ୍ଧ ଦେଶେ ଗଲି, ଦର୍ପଣ ବିକି! ------------------------------------- ଏହି ଉପାଖ୍ୟାନଟି ପଢନ୍ତୁ, ସର୍ବସାଧାରଣ ନାଗରିକ ସଚେତନ ହୁଅନ୍ତୁ।

ଅନ୍ଧ ଦେଶେ ଗଲି, ଦର୍ପଣ ବିକି!
-------------------------------------
ଏହି ଉପାଖ୍ୟାନଟି ପଢନ୍ତୁ, ସର୍ବସାଧାରଣ ନାଗରିକ ସଚେତନ ହୁଅନ୍ତୁ।

ରାଜ୍ୟରେ ନୂତନ ବିଜେପି ସରକାର ୧୮ମାସ ପୁରିବାକୁ ବସିଲାଣି। କିନ୍ତୁ ଶାସନଗାଦି ସମ୍ଭାଳିବା ପାଇଁ ରାଜ୍ୟବାସୀଙ୍କୁ ଯେଉଁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇଥିଲେ। ତାହା ମିଥ୍ୟାରେ ପରିଣତ ହେବାକୁ ଯାଉଛି। ରାଜ୍ୟର ବର୍ତ୍ତମାନର ଶାସନାଧିନ ସରକାଙ୍କ ଉପରେ ଲୋକଙ୍କ ଯେଉଁ ଆସ୍ଥା ଓ ବିଶ୍ବାସ ରହିଥିଲା। ତାହା ଲୋକମାନଙ୍କର ଭରସା ତୁଟିବା ଅବସ୍ଥାରେ ପହଞ୍ଚି ସାରିଛି। ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ବ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାରେ ଦେଖିବାକୁ ମିଳୁଅଛି। ଦିର୍ଘଦିନ ଧରି ବିଭିନ୍ନ ଲୋକମାନଙ୍କଠାରୁ ଶୁଣି, ନିଜେ ବ୍ୟକ୍ତିଗତ ଭାବରେ ଅନୁସନ୍ଧାନ କରି ସତ୍ୟତାକୁ ଅନୁଭବ କଲି। ତାପରେ ଏଠାରେ ସଂକ୍ଷେପରେ ଉପସ୍ଥାପିତ କରୁଅଛି। ଯଦ୍ବାରା ସର୍ବସାଧାରଣ ନାଗରିକ ମାନଙ୍କୁ ସଚେତନ କରାଇବାରେ ବହୁତ ସହାୟକ ହେବ। ଆପଣମାନଙ୍କୁ ବିନମ୍ର ଅନୁରୋଧ, ନିଜେ ବ୍ୟକ୍ତିଗତ ଭାବରେ ଅନୁସନ୍ଧାନ କରି ସତ୍ୟତାକୁ ଜାଣିବା ଉଚିତ୍। ଯଥାସମ୍ଭବ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିବା ନିତାନ୍ତ ଆବଶ୍ଯକ। ନଚେତ୍ ବିକାଶର ଯେଉଁ ଆଶା ଓ ଭରସା ରଖିଛନ୍ତି। ତାହାର ଫଳସ୍ବରୂପ ବିନାଶର ଦ୍ବାରରେ ପହଞ୍ଚି ଯାଇଥିବେ। ବେଳ ଥାଉଥାଉ ସାବଧାନ ଓ ସଚେତନ ରହିବା ଉଚିତ୍।

ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ବିଭିନ୍ନ ପ୍ରଶାସନିକ ପଦାଧିକାରୀ ଓ କର୍ମଚାରୀ ମାନଙ୍କର ଆଚରଣ ଏବଂ ଉଚ୍ଚାରଣରୁ ସ୍ପଷ୍ଟ ବାରି ହେଉଛି। ଏମାନଙ୍କୁ ସରକାରୀ ଅଧିକାରୀ ତଥା କର୍ମଚାରୀ ବୋଲି କମ୍ ଅନୁଭବ ହେବ। କିନ୍ତୁ ବର୍ତ୍ତମାନ ଶାସନାଧୀନ ବିଜେପି ସରକାର ଙ୍କର ଦଳୀୟ କର୍ମକର୍ତ୍ତା ଏବଂ ସମର୍ଥକ ଭଳି ଅନୁଭବ ହେବ। ଏହା କୌଣସି ପ୍ରକାରର ମନଗଢ଼ା କାହାଣୀ ବର୍ଣ୍ଣନା କରାଯାଉନାହିଁ ଏବଂ ବିଭିନ୍ନ ପ୍ରଶାସନିକ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ବଦନାମ କରିବା ପାଇଁ ହୀନ ଉଦ୍ଦେଶ୍ଯ ପ୍ରଣୋଦିତ ରହିଛି ବୋଲି କହିପାରବେ ନାହିଁ। କିନ୍ତୁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଅଛି, ନିଜକୁ ନିଜେ ବ୍ୟକ୍ତିଗତ ଭାବରେ ଏହାର ସତ୍ଯତା ଜାଣିବା ପାଇଁ ଚେଷ୍ଟା କରିବା ନିତାନ୍ତ ଜରୁରୀ।

ସାଧାରଣ ପ୍ରଶାସନ ହେଉ ବା ପୋଲିସ୍ ପ୍ରଶାସନିକ ସ୍ତରରେ ହେଉ, ଯାହା କିଛି ଦେଖିବାକୁ ଓ ଜାଣିବା ପାଇଁ ମିଳୁଅଛି। ତାହା ହିଁ ଏଠାରେ ସଂକ୍ଷେପରେ ସିଧାସଳଖ ପ୍ରକାଶିତ କରୁଅଛି। ଆଗକୁ ମଧ୍ଯ ବିଭିନ୍ନ ବିଭାଗର ଅନେକ ଅକୁହା ବିଷୟ ସାର୍ବଜନୀନ କରାଯିବ। ଲୋକଙ୍କ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ପାଇଁ ଅନେକ ସରକାରୀ ବିଭାଗ, ପଦାଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ସେଥିପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅର୍ଥାତ୍ ସର୍ଭିସ ରୁଲ ଓ ରେଗୁଲେସନ ରହିଛି। ଏହା ପାଳନ କରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଏପରିକି ଲୋକଙ୍କୁ ସୌଜନ୍ୟତା ପୂର୍ଣ୍ଣ ବ୍ଯବହାର ପ୍ରଦର୍ଶନ କରିବାକୁ ମଧ୍ଯ ଭୁଲି ଗଲେଣି। ଲୋକଙ୍କ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିବାର ପନ୍ଥା ଅବଲମ୍ବନ କରିବା ପରିବର୍ତ୍ତେ ନେତା ମନ୍ତ୍ରୀ ତଥା ରାଜନୈତିକ ଦଳର କର୍ମୀ ତଥା କୁଜ୍ଜିନେତାଙ୍କ ଭଳି ପ୍ରପାଗଣ୍ଡା କଥାବାର୍ତ୍ତା କରି ବିଭ୍ରାନ୍ତ କରୁଥିବା ଦେଖିବାକୁ ମିଳୁଅଛି। ଯେକୌଣସି ରାଜନୈତିକ ଦଳର ସମର୍ଥକ ହୁଅ, ଏଥିରେ କୌଣସି ପ୍ରକାରର ଆପତ୍ତି ନାହିଁ। କିନ୍ତୁ ସର୍ଭିସ୍ ମାନୁଆଲ୍ ତଥା ରୁଲ୍ ଓ ରେଗୁଲେସନ ରହିଛି। ଏସବୁ ସରକାରୀ ଚାକିରୀ ଜୀବନକାଳରେ ପାଳନ କରିବାକୁ ଭୁଲିଯିବା ଅନୁଚିତ। ଲୋକଙ୍କୁ ସୌଜନ୍ୟତା ପୂର୍ଣ୍ଣ ବ୍ଯବହାର ପ୍ରଦର୍ଶନ କରିବାକୁ ପଡିବ। ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ସହାୟତା କରିବାକୁ ପଡିବ। ଯଦି ଏସବୁ କରିବା ପାଇଁ ଇଚ୍ଛା ନାହିଁ, ନେତା ଗିରି ତଥା ରାଜନୈତିକ ଦଳର ଏଜେଣ୍ଟ ବା ଚାମଚା ତଥା ଚାଟୁକାର ହେବାର ଇଚ୍ଛା ରହିଛି। ତେବେ ସରକାରୀ ଚାକିରୀ ପରିତ୍ଯାଗ କର, ସେଥିରେ କୌଣସି ପ୍ରକାରର ଆପତ୍ତି ନାହିଁ।

ବର୍ତ୍ତମାନ ଶାସନାଧୀନ ବିଜେପି ସରକାର ୧୮ମାସ ପୁରିବାକୁ ବସିଲାଣି ସବୁବେଳେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ସରକାର ବୋଲି କହୁଛନ୍ତି। ତେବେ ଏଠାରେ ସ୍ବତଃ ପ୍ରଶ୍ନ ଉଠୁଅଛି ଯେ ବିଭିନ୍ନ ପ୍ରକାରର ବିଭାଗର ପଦାଧିକାରୀ ଓ କର୍ମଚାରୀମାନଙ୍କର ନୈତିକତା ଦାୟିତ୍ୱ କଣ ? ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ଲୋକଙ୍କ ସ୍ବାର୍ଥ ଓ ସାମୁହିକ ସ୍ବାର୍ଥ ପାଇଁ ସହାୟତା କରିବା ଉଦ୍ଦେଶ୍ଯରେ ବିଭିନ୍ନ ପ୍ରକାରର ବିଭାଗର ପଦାଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କର କଣ ନୈତିକତା ଦାୟିତ୍ୱ ବୋଲି କିଛି ନାହିଁ କି? ଏହା ସ୍ବତଃ ସଂକେତ କରୁଅଛି ଯେ ବର୍ତ୍ତମାନ ଶାସନାଧୀନ ବିଜେପି ସରକାର ବିଭିନ୍ନ ସରକାରୀ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ଏକପ୍ରକାର ନିଜର ରାଜନୈତିକ ଦଳର କର୍ମୀ ତଥା ସମର୍ଥକ ରୂପରେ ବ୍ଯବହାର କରୁଅଛି। ବର୍ତ୍ତମାନ ସମୟରେ କେନ୍ଦୁଝର ଜିଲ୍ଲାର ମୁଖ୍ୟାଳୟରେ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଅଛି। ଆଗାମୀ ଦିନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରଶାସନିକ ପଦାଧିକାରୀ ଓ କର୍ମଚାରୀମାନଙ୍କର ଅସଲ ଚରିତ୍ର ସର୍ବସାଧାରଣ ନାଗରିକ ମାନଙ୍କ ଆଗରେ ଖୋଲାଖୋଲି ପ୍ରକାଶିତ କରାଯିବ।

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ଆଜୀବନ ସଦସ୍ଯ ଆଇମା ମିଡିଆ), ମୋବାଇଲ: 8456052876

16
1441 views