logo

ବରିଷ୍ଠ ନାଗରିକ ବାଳକୃଷ୍ଣ କର ଙ୍କର ପରଲୋକ।

ବରିଷ୍ଠ ନାଗରିକ ବାଳକୃଷ୍ଣ କର ଙ୍କର ପରଲୋକ।


କେନ୍ଦୁଝର:୧୯/୦୨ (ଖଣ୍ଡାଧାର ନିଉଜ), କେନ୍ଦୁଝର ଗଡ ପୁରୁଣା ସହରର ବରିଷ୍ଟ ନାଗରିକ ବାଳକୃଷ୍ଣ କର ଗତକାଲି ରାତି ୩.୧୫ ଘଟିକା ସମୟରେ ତାଙ୍କ ପୁରୁଣାସହର ବାସଭବନ ଠାରେ ୯୨ ବର୍ଷରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ଥିଲେ। ଦୀର୍ଘ ବର୍ଷ ଧରି କେନ୍ଦୁଝର ମେଡିକାଲରେ ଫାର୍ମାଶିଷ୍ଟ ଥିବା ସମୟରେ ବହୁ ଦୂରଦୁରାନ୍ତରରୁ ଆସୁଥିବା ରୋଗୀ ମାନଙ୍କୁ ନିସ୍ଵାର୍ଥପର ଭାବରେ ସେବା ପ୍ରଦାନ କରୁଥିଲେ। ଜଣେ ପରୋପକାରୀ ମିଷ୍ଟଭାସି ମେଳାପୀ ଏବଂ ଦରଦୀ ମଣିଷ ରୂପେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ତାଙ୍କ ବିୟୋଗରେ ସହରରେ ଏକ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ଶୁଣି ଜିଲ୍ଲା ବିଜେଡିର ସଭାପତି ଆଶିଷ ଚକ୍ରବର୍ତ୍ତୀ, କେନ୍ଦ୍ର ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ କାନନ ବିହାରୀ ପହି, କେନ୍ଦୁଝର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀ ମତି ନିକୁ ସାହୁ, ଟ୍ରକମାଲିକ ସଙ୍ଘ ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, ବିଜେପି ନେତା ଦିଲୀପ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ସ୍ବର୍ଗତ କରଙ୍କର ବିୟୋଗ ସମୟରେ ତାଙ୍କର ପରିବାରବର୍ଗ ନିକଟରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ କେନ୍ଦୁଝର ଜିଲ୍ଲା ଟ୍ରକମାଲିକ ସଙ୍ଘର ପୂର୍ବତନ ସମ୍ପାଦକ ତଥା ସମାଜସେବି ସୂର୍ଯ୍ୟନାରାୟଣ କର ସ୍ବର୍ଗତଃ କରଙ୍କର ଜ୍ୟୋଷ୍ଠ ପୁତ୍ର ଅଟନ୍ତି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ସ୍ବର୍ଗତଃ କରଙ୍କର ମୃତୁ ଖବର ପାଇ ତାଙ୍କର ଜ୍ୟୋଷ୍ଠ ପୁତ୍ରଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା କରି ଅମରଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କୁ ପାର୍ଥନା କରି ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ଖଣ୍ଡାଧାର ନିଉଜ: ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

13
658 views