logo

ଏଇ ଆମ ମାଟି - ଭକ୍ତବନ୍ଧୁ ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ଏଇ ଆମ ମାଟି

ଶ୍ରୀ ଭକ୍ତବନ୍ଧୁ ମହାନ୍ତ

ମାଟି ନୁହେଁ ସେତ ମାଆଟି
ସୁମଧୁର ତାର ନାଆ ଟି
ଅନାଦର ସଭିଏଁ କରନ୍ତି ତାକୁ
ଜୀଇଁବାର ରାହା ଶିଖାଇ ଦିଏ
ବର୍ବର ମଣିଷ କିନ୍ତୁ
ଆଜି ଛାଡି ଦେଉଛି
ମାଟି ମାଆକୁ I
ଖାଲି ଖାଁ ଖାଁ ଲାଗୁଛି ଏବେ
ଝିଅ ବହୁ ମାନେ ସକଳେ ମିଶି
ହାଣ୍ଡି କଳସି ରେ ଆଣନ୍ତି ପାଣି
ସେଦିନ ଯାଇଛି ହଜି |
କେଡେ ସୁନ୍ଦର ସଂକଳ୍ପ
ରଖିଥିଲେ ଆମ ପୂର୍ବ ପୁରୁଷ
ଆଜିଆଉ ତାହା ମିଳୁନି କାହିଁ |
ମାଟିକୁ ସମ୍ମାନ ମାଆକୁ ସମ୍ମାନ
ଦେଖିବାକୁ ଆଉ ମିଳୁ ତ ନାହିଁ
ଖୋଦ ମୁଠାକ ରେ ମୁଦିଏ ତୋରାଣି
ଢକ ଢକ କରି ପିଅନ୍ତି ଆଣି |
କେତେ ଶାନ୍ତି ଲାଗେ ସେଦିନ
ଷ୍ଟିଲ ପ୍ଲାଷ୍ଟିକ ର ଦୁନିଆଁ ଆଜି
ସଂସାର କୁ ଦେଖ ଦେଇଛି ଗିଳି
କଂସା ବାସନ କୁ ଦୁରକୁ ଫିଙ୍ଗି
ରଙ୍ଗ ବେରଙ୍ଗ ର ପ୍ଲାଷ୍ଟିକ ଆଣନ୍ତି |
ଏ କି ଆଜି ବିଚିତ୍ର ସଂସାର
ଯେମିତି କି ସତେ ଲାଗିଛି ନିଆଁ
ଲୋକଙ୍କ ମନେ ପଶିଛି ଛାନିଆଁ
ରୋଗ ହେଉଛି ସବୁଠି ଭର୍ତ୍ତି
ଡାକ୍ତର ମାନଙ୍କୁ ପୋଷି ମରନ୍ତି|
ମାଟି ମା'କୁ ସମ୍ମାନଦେବା
ମାଟି ହାଣ୍ଡି ରେ ରାନ୍ଧି ଖାଇବା
ତେବେ ହେ ମିଳିବ ରୋଗ ରୁ ମୁକ୍ତି
ମାଟି ମାଆ କୁ ଚିହ୍ନିଛି ଯିଏ
ଦୁନିଆଁ ରେ ସବୁ ପାଇଛି ସିଏ ll

*କଂସରl (କ ), ଭଣ୍ଡା, କେନ୍ଦୁଝର -୭୫୮୦୪୪

5
764 views