logo

ଚମ୍ପୁଆ ରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର।

ଚମ୍ପୁଆ ରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର।

ଚମ୍ପୁଆ -୧୮/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ଧରଣୀଧର ନଗର ଭବନ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ଏବଂ ଚମ୍ପୁଆ ବନାଞ୍ଚଳ ଆନୁକୂଲ୍ୟରେ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରୀୟl ଙ୍କ ପ୍ରତକ୍ଷ ତତ୍ଵାବଧାନରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ମୁଖ୍ୟବକ୍ତା ଭାବେ ଡି. ସି. ଏମ ରାମଚନ୍ଦ୍ର ମୁର୍ମୁ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଆଇ. ଆଇ. ସି ସ୍ଵରପ ନାୟକ, ଫାୟାର ଅଫିସର ଗୌରାଙ୍ଗ ସିଂହ, ଏ. ସି. ଏଫ ଅଶୋକ କୁମାର ଦାଶ, ରଜିଆ ସରପଞ୍ଚ ସନ୍ତୋଷ ନାଏକ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା ଓ ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ ପ୍ରମୁଖ ଯୋଗ ଦେଇ ମନୁଷ୍ୟ କୃତ ଜଙ୍ଗଲ ନିଆଁ କୁ ରୋକିବାକୁ ସଚେତନତା ଓ ମାନସିକତା ରେ ପରିବର୍ତନର ଆବଶ୍ୟକତା ରହିଛି ବୋଲି ଦିଗଦର୍ଶନ ଦେଇ ଗ୍ରାମ୍ୟ ୱାଡ଼ ସ୍ତରରେ ସଚେତନତା ସଭା କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ବନ ସୁରକ୍ଷା ସମିତି ସଦସ୍ୟ ମାନଙ୍କ ଦ୍ଵାରା ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମକୁ ଉଦୟ ନାଥ ହୋ ସଂଯୋଜନା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଚମ୍ପୁଆ ଇଲେକ୍ଟ୍ରିକାଲ ଏସ. ଡି. ଓ, ଉଖୁଣ୍ଡା ସେକସନ ଅଧିକାରୀ ପ୍ରଦୀପ ବାରିକ, ବାଲିବନ୍ଦ ସେକସନ ଅଧିକାରୀ ରାଜେନ୍ଦ୍ର ଜେନା ପ୍ରମୁଖ ବକ୍ତବ୍ୟ ରଖି ଜଙ୍ଗଲରେ ନିଆଁ ନ ଲାଗିବାକୁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଦିଗଦର୍ଶନ ଦେଇଥିଲେ l
ଅତିଥିମାନେ ଏହି ଅବସରରେ ନୂତନ ଭାବେ ଫାୟାର ଷ୍ଟାପ ନିଯୁକ୍ତି ପାଇଥିବା ଫାୟାର ସାଥୀ ମାନଙ୍କୁ ଟର୍ଚ୍ଚ ଲାଇଟ ବଣ୍ଟନ କରିଥିଲେ l ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରୀୟl ସମସ୍ତଙ୍କ ଧନ୍ୟବାଦ ଦେଇ ଜଙ୍ଗଲ ନିଆଁ ରୋକିବାକୁ ସମସ୍ତେ ମିଳିମିଶି କାମ ନ କଲେ ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ଭବ ହେବ ନାହିଁ ବୋଲି ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସଚେତନତା ଶିବିରରେ ବନ କର୍ମଚାରୀ, ଗ୍ରାମ୍ୟ ବନ ସୁରକ୍ଷା ସମିତି ସଦସ୍ୟ, ଗଜସାଥୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଯୋଗ ଦେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
1092 views