logo

ଗୋବର୍ଦ୍ଧନ ଗ୍ରାମରେ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ଗୋବର୍ଦ୍ଧନ ଗ୍ରାମରେ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର (୧୮.୦୨) କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମରେ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି l ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ଵର ମହାଦେବ ମନ୍ଦିର କମିଟିର ସଭାପତି ରବୀନ୍ଦ୍ର ସାହୁ, ଉପ ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ନକୂଳ ଚରଣ ସାହୁ ଓ ଅନ୍ୟ ସଦସ୍ୟ ମାନେ ହେଲେ ମନୋଜ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ବେହେରା, କାଶୀନାଥ ସାହୁ, ସୁରେଶ ଚନ୍ଦ୍ର ସାହୁ, ଉମାକାନ୍ତ ସାହୁ, ମଧୁସୂଦନ ସାହୁ, ବିରେନ କୁମାର ସାହୁ, ସଙ୍ଖାଳି ଚରଣ ସାହୁ,ବିଦ୍ୟାଧର ସାହୁ ଓ ଗୋବର୍ଦ୍ଧନ ଗ୍ରାମବାସୀବୃନ୍ଦଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ଵରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଅଙ୍କୁରାରୋପଣ, ଦ୍ୱିତୀୟ ଦିନ କଳସଯାତ୍ରା, ଧାନ୍ୟାଦିବାସ, ଅଗ୍ନିସ୍ଥାପନ, ତୃତୀୟ ଦିନ ଦେବ ଉତଥାପନ, ବୈଦିକରିତିରେ ମହାସ୍ନାନ, ଚତୁର୍ଥ ଦିନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଧୂଜା ପ୍ରତିଷ୍ଠା, ତ୍ରିଶୂଳ ପ୍ରତିଷ୍ଠା, ଦେବତା ପ୍ରତିଷ୍ଠା, ମନ୍ଦିର ପ୍ରବେଶ ଆଦି ପୂଜାବିଧି ପୂଜକ ପ୍ରମୋଦ କୁମାର ଦାଶ, ବିନୋଦ ବିହାରୀ ଦାଶ, ଲଷ୍ମୀଧର ମିଶ୍ର, ପ୍ରଫୁଲ୍ଲ କୁମାର ଦୀକ୍ଷିତ, କୈଳାଶ ଚନ୍ଦ୍ର ଦାଶ, ଦୀପ୍ତି ରଞ୍ଜନ ମିଶ୍ର, ବଳରାମ ଦାଶ ଶ୍ରୀକାନ୍ତ ପଣ୍ଡା ଓ କୁଳମଣି ଦାଶଙ୍କ ଦ୍ୱାରା ସମ୍ପର୍ଣ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇଥିଲେ l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀଙ୍କ ସମେତ ସମସ୍ତ ଅତିଥିମାନଙ୍କୁ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ, ଶଙ୍ଖ ହୁଳହୁଳି ବନ୍ଦାପନା କରି ଗାଁ ଛକରୁ ପାଛୋଟି ଆଣିଥିଲେ ଅରଡେଇ ନଦୀ କୂଳ ଘାଟକୁ ସେଠାରେ ଘାଟ ପୂଜା ସମ୍ପର୍ଣ ହେଲା ପରେ ଗୋବର୍ଦ୍ଧନ ଗ୍ରାମର ଶହ ଶହ ସଂଖ୍ୟାରେ ମା, ଭଉଣୀ ମାନେ ଘଟ ଧରି ପଦ ଯାତ୍ରା ଆରମ୍ଭ କରିଥିଲେ ମନ୍ଦିର ନିକଟକୁ l ଶ୍ରୀ ତ୍ରିପାଠୀ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ଵର ମହାଦେବଙ୍କ ସମେତ ଅନ୍ୟ ସମସ୍ତ ଦେବଦେବୀଙ୍କୁ ମୁଣ୍ଡିଆ ମାରି ପୂଜାର୍ଚ୍ଚନା କରିଥିଲେ ଏବଂ ଉପସ୍ଥିତ ଥିବା ଜନସାଧାରଣ ଓ ଗ୍ରାମବାସୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅଭିଭାଷଣ ରଖିଥିଲେ l ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବ୍ୟତୀତ କେନ୍ଦୁଝର ଜ଼ିଲ୍ଲା ତଥା ଆଖ ପାଖ ପଡସି ସୁନ୍ଦରଗଡ଼, ମୟୁରଭଞ୍ଜ ଜ଼ିଲ୍ଲାର ଆଦିବାସୀ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସମାଜ ହିତୌଷି ଓ ଜନସାଧାରଙ୍କ ମଙ୍ଗଳକାରକ କାର୍ଯ୍ୟମାନ କରିଥାନ୍ତି, ଯାହା ଦ୍ୱାରା ଶ୍ରୀ ତ୍ରିପାଠଙ୍କୁ ଜଣେ ଜନ ନାୟକ ଭାବି ଶ୍ରଦ୍ଧା କରି ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ମୁଖ୍ୟଅତିଥି ରୁପେ ନିମନ୍ତ୍ରଣ କରିଥାନ୍ତି ଏବଂ ଶ୍ରୀ ତ୍ରିପାଠୀ ମଧ୍ୟ ସବୁବେଳେ ଲୋକଙ୍କ ବିଭିନ୍ନ ସୁବିଧା ଅସୁବିଧାରେ ସାମିଲ ହୋଇ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ସର୍ବଦା ତତ୍ପରତା ଦେଖାଇ ଆସିଥାନ୍ତି ଏବଂ ବ୍ୟସ୍ତ ବହୁଳ କାର୍ଯ୍ୟ ସୂଚୀ ସତ୍ୱେ ସମୟ ବାହାର କରି ସମସ୍ତ ଉତ୍ସବରେ ଯୋଗ ଦେଇଥାନ୍ତି ଏଣୁ ଶ୍ରୀ ତ୍ରିପାଠୀଙ୍କ ଲୋକପ୍ରିୟତା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସହିତ ସମଗ୍ର ଜ଼ିଲ୍ଲାରେ ବଢିବାକୁ ଲାଗିଛି ଯାହା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

ଖଣ୍ଡାଧାର ନିଉଜ- କ୍ରୁଷ୍ଣ ଚନ୍ଦ୍ର ପାତ୍ର ଙ୍କ ରିପୋର୍ଟ।

13
1187 views