logo

ଆସ୍ପାୟାର ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ଶିବିର।

ଆସ୍ପାୟାର ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ଶିବିର।

ପାଟଣା-୧୮/୦୨, ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସ୍ବେଚ୍ଛାସେବୀ ସଙ୍ଗଠନ ଆସ୍ପାୟାର ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି।ଆସ୍ପାୟାର ବ୍ଲକ ସଂଯୋଜକ ଅରୁଣ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତ ରୁ ୪୦ ରୁ ଅଧିକ ଶିଶୁ ଅଧିକାର ସୁରକ୍ଷା ମଞ୍ଚର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଓ ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ତଥା କେନ୍ଦେଇପଶି ପୂର୍ବତନ ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ବୁଢ଼ିକାପୁଡ଼ି ପଞ୍ଚାୟତ ନାଏବ ସରପଞ୍ଚ ଯୋଗେଶ୍ୱର ମହାନ୍ତ,ବଡ଼ପାଟଣା ପଞ୍ଚାୟତ ୱାର୍ଡ ସଦସ୍ୟ ଡଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ତାଲିମ ଶିବିରରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କିପରି ସମ୍ପୂର୍ଣ୍ଣ ଲୋପ ପାଇବ ଏବଂ ଶିକ୍ଷାର ଉନ୍ନତି ହେବ, ଏହା ସହ ସମସ୍ତ ଶିଶୁ ମାନେ ଶତ ପ୍ରତିଶତ ଶିକ୍ଷା ଶ୍ରୋତରେ ସାମିଲ ହେବେ ସେବିଷୟରେ ସଚେତନ କରିବା ସହିତ ପ୍ରଶିକ୍ଷଣ ଦିଆ ଯାଇଥିଲା। କାର୍ଯ୍ୟକ୍ରମ ରେ ଆସ୍ପାୟାରର ଶିକ୍ଷା ସଂଯୋଜକ କବିନ୍ଦ୍ର ଦେହୁରୀ ଓ ଆଇ ସି ଡି ଏସ ସଂଯୋଜକ ରାଜକୁମାର ପଲେଇ ପରିଚାଳନା କରିଥିଲେ। ସଙ୍ଗଠନ ର ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ବିଜୟ ରତ୍ନ ପତିଙ୍କ ରିପୋର୍ଟ।

16
906 views