logo

ବିନା ସୂଚନା ଫଳକ ରେ ଚାଲିଛି ରାସ୍ତା କାମ।

ବିନା ସୂଚନା ଫଳକ ରେ ଚାଲିଛି ରାସ୍ତା କାମ।

ହରିଚନ୍ଦନପୁର: ୧୮/୦୨, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଯୁଙ୍ଗା ଗ୍ରାମ ପଂଚାୟତ ଅଫିସ ଠାରୁ ବଲାଣିପଶି ଏଏନଏମ ସେଣ୍ଟର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହେବାର ଆଠଦିନ ମଧ୍ୟରେ ପିଚୁ ଫାଟି ଗଲାଣି ତ କେଉଁଠି ପିଚୁ ଉଠିଗଲାଣି । ଲୋକଙ୍କ ଅଭିଯୋଗ କାମ ହେବାର ଆଠଟା ଦିନ ଯାଇନି ରାସ୍ତା ଉଠି ଗଲାଣି, ଆଗକୁ ରାସ୍ତାର ଅବସ୍ଥା କଣ ହବ? ରାସ୍ତାର ସ୍ଥାୟୀତ୍ବ କାମ ସରିବାର ଆଠ ଦିନ ଭିତରେ ଜଣା ପଡ଼ିଗଲାଣି। ଏହା ସହିତ ବିନା ସୂଚନା ଫଳକରେ ତିନି କିଲୋମିଟର ରାସ୍ତା କାମ ହେଲା କେମିତି? ଠିକାଦାର ତରବରିଆ ଆଠ ଦିନ ଭିତରେ କାମ ସାରି ପଳେଇଲା। ରାସ୍ତା ରେ ଯିବା ଆସିବା କରୁଥିବା ତିନି ତିନୋଟି ପଞ୍ଚାୟତ ର ଲୋକ ଆଗରୁ ଭୋଗୁଥିବା ଅବସ୍ଥା ଭୋଗିବେ। ବିଭାଗୀୟ ଅଧିକାରୀ ଙ୍କୁ ଜନ ସାଧାରଣଙ୍କ ଅନୁରୋଧ ରାସ୍ତା କାମକୁ ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।

ଖଣ୍ଡାଧାର ନିଉଜ- ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

13
1087 views