
ନର୍ମଦେଶ୍ଵରାୟ ମାଇନ୍ସ ଆଫେକ୍ଟ ଡେଭଲମେଣ୍ଟ ଟ୍ରଷ୍ଟ ପକ୍ଷରୁ ଦାବିପତ୍ର।
ନର୍ମଦେଶ୍ଵରାୟ ମାଇନ୍ସ ଆଫେକ୍ଟ ଡେଭଲମେଣ୍ଟ ଟ୍ରଷ୍ଟ ପକ୍ଷରୁ ଦାବିପତ୍ର।
କେନ୍ଦୁଝର,୧୮ା୨: ନର୍ମଦେଶ୍ଵରାୟ ମାଇନ୍ସ ଆଫେକ୍ଟ ଡେଭଲମେଣ୍ଟ ଟ୍ରଷ୍ଟ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି। ବାଂଶପାଳ ବ୍ଲକ ପୁତୁଲିପାଣି ଆଇରନ ମାଇନ୍ସ ତେଳେ ବସବାସ କରୁଥିବା କ୍ଷତିଗ୍ରସ୍ତ ଲୋକେ ଟ୍ରଷ୍ଟ ବୋର୍ଡ ଗଠନ କରି ମାଇନ୍ସରେ ଲଡିଙ୍ଗ ଅନ୍ ଲଡିଙ୍ଗ ଟ୍ରାନ୍ସପଟିଙ୍ଗ କାମ କରିବାକୁ ଗ୍ରାମସଭାରେ ସ୍ଥିର କରାଯାଇଥିଲା। ଏସମସ୍ୟା ନେଇ ଗତ ୮ରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଇନ୍ସ କତୃପକ୍ଷ ଙ୍କୁ ଜଣାଇଥିଲେ। ତେବେ ଦଶ ଦିନ ମଧ୍ୟରେ କାର୍ଯ୍ୟାଦେଶ ଦେଇନଥିବା ରୁ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକମାନେ କାମ ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି।ଏହାସହ ପରିବେଶ ପ୍ରଦୂଷଣ ଓ ବିଶୁଦ୍ଧ ପାଣି ଅଭାବରେ ଲୋକମାନେ ନାନାଦି ରୋଗରେ ପଡି ମୃତ୍ୟୁ ବରଣ କରୁଛନ୍ତି। ମାଇନ୍ସ କତୃପକ୍ଷ ଟ୍ରଷ୍ଟକୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଦାବି ହୋଇଛି। ନହେଲେ ୭ଦିନମଧ୍ୟରେ କାର୍ଯ୍ୟବନ୍ଦ ପାଇଁ ମାଇନ୍ସ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରିଵାକୁ କୁହାଯାଇଛି।ଟ୍ରଷ୍ଟର ସଭାପତି ଯୋଶଦା ସେନାପତି, ଯମୁନା ପୂର୍ତ୍ତି,ସୁଲୋଚନା ଦେହୁରୀ, ସୁମିତ୍ରା ନାଏକ, ଆଶାରାଣୀ ସେନାପତି ଏହି ଦାବିପତ୍ର ଦେଇଛନ୍ତି। ଏହାର ନକଲ କେନ୍ଦୁଝର ଜିଲ୍ଲାପାଳ ଙ୍କ ସମେତ ଉପଜିଲ୍ଲାପାଳ, ବାଂଶପାଳ ତହସିଲଦାର, ପୋଲିସ ଆରୋକ୍ଷୀ, ସଦର ଥାନା ଭାରପ୍ରାପ୍ତ ଅଧିକାରୀ, କେନ୍ଦୁଝର ସାଂସଦ, ଗଣମାଧ୍ୟମ କୁ ଦିଆଯାଇଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।