logo

ନିଶାଗଡ଼ିଆ ଗ୍ରାମରେ ନିର୍ମାଣଧିନ ଡ୍ରେନ କାମ ଅଧାପନ୍ତରିଆ।

ନିଶାଗଡ଼ିଆ ଗ୍ରାମରେ ନିର୍ମାଣଧିନ ଡ୍ରେନ କାମ ଅଧାପନ୍ତରିଆ।

ଚମ୍ପୁଆ:୧୮/୦୨, (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପଡୁଆ ପଞ୍ଚାୟତର ନିଶାଗଡ଼ିଆ ଗ୍ରାମରେ ନିର୍ମାଣଧିନ ଡ୍ରେନ କାମ ଅଧାପନ୍ତରିଆ ଭାବେ ପଡିରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପଡୁଆ ପଞ୍ଚାୟତର ନିଶାଗଡ଼ିଆ ଗ୍ରାମରେ ଆର୍ଥିକ ବର୍ଷ ୨୦୨୪-୨୦୨୫ ରେ ଗ୍ରାମ୍ୟ ରାସ୍ତା କଡରେ ମୁକ୍ତା ମୁଣ୍ଡାଙ୍କ ଘର ଠାରୁ ଟଙ୍କ ମୁଣ୍ଡାଙ୍କ ଘର ପର୍ଯ୍ୟନ୍ତ ଜଳ ନିଷ୍କାସନ ପାଇଁ ସିମେଣ୍ଟ କଂକ୍ରିଟ ଡ୍ରେନ ନିର୍ମାଣ ନିମନ୍ତେ ଅଟକଳ ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଏହି କାର୍ଯ୍ୟର କାର୍ଯ୍ୟାଦେଶ ଚମ୍ପୁଆ ପଞ୍ଚାୟତ ସମିତି ନାମରେ ଥିବାବେଳେ ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଅଧା ଢ଼ଳେଇ କାମ ହୋଇଥିବା ବେଳେ ଅଧା ଖାଲ ଭିତରୁ ରଡ଼ ବାହାରକୁ ବାହାରି ରହିଛି। ଏହି କାର୍ଯ୍ୟ ପାଇଁ ଲାଗିଥିବା ସୂଚନା ଫଳକରେ କାର୍ଯ୍ୟରମ୍ଭ ସମ୍ପର୍କିତ ତାରିଖ ନ ଲେଖି ବିଭାଗ ପକ୍ଷରୁ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଛି । ଏହି ଡ୍ରେନ ର ଢ଼ଳେଇ କାମ ଦେଖିବାକୁ କୌଣସି ଅଧିକାରୀ ଆସି ନ ଥିବାରୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିବା ସହିତ କାର୍ଯ୍ୟର ସମ୍ପୂର୍ଣତାକୁ ନେଇ ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତାସହିତ ଲୋକଙ୍କ ସୁବିଧା ନିମନ୍ତେ ନିର୍ମାଣ କରା ଯାଉଥିବା ଏହି ଡ୍ରେନ କାର୍ଯ୍ୟ ଦୀର୍ଘ ଦିନ ଧରି ଅଧାପନ୍ତରିଆ ଭାବେ ପଡି ରହିବାରୁ ନିକଟରେ ଥିବା ଘରର ଲୋକମାନେ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ଅନ୍ଧାରରେ ଯିବା ଆସିବା କରିବାରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ ଏହାକୁ ନେଇ ଗ୍ରାମରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏସମ୍ପର୍କରେ ପଡୁଆ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା କିନ୍ତୁ ଫୋନ ଉଠାଇ ନ ଥିବାରୁ କୌଣସି ସୂଚନା ମିଳି ପାରି ନାହିଁ। ତେଣୁ ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି।

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

16
824 views