logo

ରାତିର ଅନ୍ଧକାରରେ ଚାଲିଗଲା ଜଣେ ଅଜଣା ଜୀବନ! ଏହା ଦୁର୍ଘଟଣା ନା ଆତ୍ମହତ୍ୟା?

ରାତିର ଅନ୍ଧକାରରେ ଚାଲିଗଲା ଜଣେ ଅଜଣା ଜୀବନ! ଏହା ଦୁର୍ଘଟଣା ନା ଆତ୍ମହତ୍ୟା

ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବରପାଲି ରେଳ ଫାଟକ ନିକଟସ୍ଥ ରେଳ ଲାଇନ୍ କଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ବରପାଲି ଥାନା ଅନ୍ତର୍ଗତ ରେମତା ଗାଁର ଅରୁଣ ବାଗ ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଅରୁଣ ଗତକାଲି ରାତିରୁ ଘରୁ କୁଆଡ଼େ ଚାଲିଯାଇଥିଲେ ଏବଂ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ।
ଆଜି ସକାଳୁ ରେଳ ଲାଇନ୍ କଡ଼ରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପ୍ୟାଣ୍ଟ ପକେଟରୁ ତାଙ୍କ ଘରର ମୋବାଇଲ୍ ନମ୍ବର ଲେଖାଥିବା ଏକ କାଗଜ ମିଳିବା ପରେ ପୋଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ବରପାଲି ଥାନା ପୋଲିସ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପ୍ରାଥମିକ ତଦନ୍ତରୁ କୌଣସି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣାର ସବିଶେଷ ତଦନ୍ତ ଜାରି ରଖିଛି।

2
1276 views