logo

ଆଧ୍ୟାତ୍ମିକ ଚିନ୍ତନ ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ।

ଆଧ୍ୟାତ୍ମିକ ଚିନ୍ତନ ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ।

ଉଚ୍ଚଟାଙ୍ଗର ଠାରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାହାରପଡା -୧୭/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକ ଅନ୍ତର୍ଗତ ଦମାହୁଦା ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବେଲ ସରେଇ ଉଚ୍ଚଟାଙ୍ଗର ଗ୍ରାମରେ ନୂତନ ଭାବେ ନିର୍ମିତ ବାବା ଜଟେଶ୍ବର ଶିବ ମନ୍ଦିର ର ବାର୍ଷିକ ଉତ୍ସବ ରେ ଅନୁଷ୍ଠିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସାଧାରଣ ସମ୍ପାଦକ ତଥା କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ କାଦଡିହା ର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା ଯୋଗ ଦାନ କରି ସମାରୋହକୁ ଆଧ୍ୟାତ୍ମିକ ମୟ କରିଥିଲେ । ସେ ତାଙ୍କ ଭାଷଣରେ ଆଧ୍ୟାତ୍ମିକ ଚିନ୍ତନ ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ ବୋଲି ମତପୋଷଣ କରିଥିଲେ । ଆଜି ପଶୁ, ପକ୍ଷୀ,ଆକାଶ, ମାଟି, ପାଣି, ପବନ, ନିଜ ନିଜ ପରିଚୟ ରେ ପରିଚିତ ହେଉ ଥିବା ବେଳେ ମଣିଷ ନିଜର ପରିଚୟ ଆସ୍ତେ ଆସ୍ତେ ହରାଉଛି ବୋଲି ଦର୍ଶାଇ ଥିଲେ । ପାରିବାରିକ ସଂସାର ଦିନକୁ ଦିନ ଜଟିଳ ହୋଇଯାଉଛି । ପିଲା ମାନଙ୍କ ପାଖରେ ସଂସ୍କାର ମନ ଭାବନା ରହୁନି । ପିତା ମାତା ,ସାଧୁ ସନ୍ଥଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହେଉନି । ଯାହା ଫଳରେ ସମାଜ ଦିନ କୁ ଦିନ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏହି ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଆଧ୍ୟାତ୍ମିକ ଚିନ୍ତନ ଏକ ମାତ୍ର ଉପଚାର ବୋଲି ମତ ପ୍ରକାଶ କରିଥିଲେ। ସଭାପତି ବାବା ଜନାର୍ଦ୍ଦନ କେଶରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସୁବାସ ଚନ୍ଦ୍ର ମହାରଣା ,ଜଳଧର ନାୟକ ,ଦୀଲିପ କୁମାର ନାୟକ , ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ।ପରେ ପରେ ଅନୁଷ୍ଠାନ ତରଫରୁ ମୁଖ୍ୟ ପ୍ରବଚକ ଡକ୍ଟର ଭାଗବତ ଲେଙ୍କା ଙ୍କୁ ସଭାରେ ସମ୍ବର୍ଧନା ଦିଆଯାଇଥିଲା।ପରେ ପରେ ପାଲା ,ଚାଙ୍ଗୁ , ଦାସକାଠିଆ ,ଝୁମର ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

4
698 views