logo

ଖବର ଆଜିର, ୧୭ ଫେବ୍ରୁଆରୀ, ମଙ୍ଗଳବାର

*ଖବର ଆଜିର, ୧୭ ଫେବ୍ରୁଆରୀ, ମଙ୍ଗଳବାର*
===================
ଆଜିଠୁ ସିବିଏସ୍‌ଇ ପରୀକ୍ଷା ଆରମ୍ଭ। ସମୁଦାୟ ୪୬ ଲକ୍ଷ ପରୀକ୍ଷାର୍ଥୀ, ଓଡ଼ିଶାରେ ୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ।

ବିଧାନସଭା ବଜେଟ୍ ଅଧିବେଶନ ପାଇଁ ବିଧାୟକ ମାନଙ୍କୁ ଜଗିବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ସହ ବ୍ଲାକ କମାଣ୍ଡୋ।

ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଗହଣା ଏ ପର୍ଯ୍ୟନ୍ତ ଗଣତି ମଣତି ହୋଇନାହିଁ। ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ପୁଣି କହିଲେ ସରକାର।

ଆସନ୍ତା ମାର୍ଚ୍ଚ ୮, ଆନ୍ତର୍ଜାତିକ ମହିଳା ଦିବସରେ ମିଳିବ ସୁଭଦ୍ରା କିସ୍ତି।

ରାଜ୍ୟର ୪୨ଟି ଶିଳ୍ପସଂସ୍ଥା ଉପରେ ୪ ହଜାର କୋଟି ଜଳକର ବାକି। ଆଦାୟ କରୁନାହାନ୍ତି ସରକାରୀ ବାବୁ।

ଅଗ୍ନିଯୋଦ୍ଧା ତାଲିମ ସମାପ୍ତି ସମାରୋହରେ ଯୋଗ୍ୟତା ହାସଲ କଲେ ୧୮୪ ମୁଖ୍ୟ ଅଗ୍ନି ଯୋଦ୍ଧା।

ରାୟଗଡାରେ ନିଜକୁ ନକ୍ସଲ ବ‌ୋଲି ପରିଚୟ ଦେଇ, ମିଛ ଆତ୍ମସମର୍ପଣ କରି ସରକାରଙ୍କ ଥଇଥାନ ନୀତିର ଲାଭ ପାଇଁ ଷଡଯନ୍ତ୍ର କରୁଥିବା ଚାରିଜଣ ଗିରଫ।

ଭୁବନେଶ୍ୱର ସୁନ୍ଦରପଦାରେ ଜାନୁଆରୀ ୨୮ରେ ମୁସଲିମ ଯୁବକ ଦ୍ୱାରା ବିସ୍ଫୋରଣ ଓ ମୃତ୍ୟୁ ଘଟଣାରେ ପଶିଲା ଜାତୀୟ ଗୁଇନ୍ଦା ସଂସ୍ଥା।

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପୂର୍ଲା ଗ୍ରାମରେ ସ୍କୁଲରେ ତାଲା, ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲ ପିଲା।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଜୁଆଆଡ଼ାରେ ପୁଲିସ ଚଢ଼ଉ ବେଳେ ବ୍ଲାଙ୍କ୍‌ ଫାୟାରିଂ, ୨୦ ଗିରଫ।

ରାୟଗଡା ଜିଲ୍ଲା ଶେଷଖାଲ ବାଇସିଂ ଗ୍ରାମରେ ବର ସାଜିବା ପୂର୍ବରୁ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ବିଲରେ ମୃତଦେହ।

କେନ୍ଦ୍ରାପଡା ରାଜନଗର ନୂଆଗାଁରେ ବୁଝାସୁଝା ପରେ ଶିକ୍ଷା ପାଇଁ ଏକାଠି ହେଲେ ଗାଁ ଲୋକେ। ଜାତିପ୍ରଥା ଭାଙ୍ଗି ପୁଣି ଅଙ୍ଗନବାଡି ଗଲେ ଶିଶୁ।

ଭୁବନେଶ୍ୱରରେ ଓଡି୦୨ ବାର୍‌ ସିଲ୍‌ କଲା ଅବକାରୀ ବିଭାଗ। ଏସ୍‌ପିଙ୍କୁ ଠେଲାପେଲା, ମ୍ୟାନେଜର୍‌ ଗିରଫ।

ବ୍ରହ୍ମପୁର ଡାକ୍ତରଖାନାରେ ଡ୍ରାମା। ଅସ୍ତ୍ରୋପଚାର ବିନା ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ଜେଲ୍‌କୁ ଫେରାଇନେଲେ।

ସମ୍ବଲପୁରରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ।

କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅଟକିଗଲା ରୋବୋଟିକ୍ ସର୍ଜରି। ବର୍ଷକୁ ଆସୁଛନ୍ତି ୧ ଲକ୍ଷ ୫୫ ହଜାର ରୋଗୀ।

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ମାର୍ଟ ସିଟିର ବହୁତଳ କାର୍‌ପାର୍କିଂକୁ ନେଇଗଲେ ବିଜେପି ନେତା। ପ୍ରତିବାଦ କରିବାରୁ ଦୁଇ ବିଜେଡି ନେତା ହୋଇଗଲେ ପାର୍ଟନର।

କର୍ଣ୍ଣାଟକ ହମ୍ପିରେ ଗତବର୍ଷ ଗଣଦୁଷ୍କର୍ମ ଓ ଓଡ଼ିଆ ଯୁବକଙ୍କୁ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ।

ଚେକ୍‌ ବାଉନ୍ସ ମାମଲାରେ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌ ମିଳିଲା।

ଅହମଦାବାଦ ଓ ଭଡୋଦରାର ୨୮ ସ୍କୁଲକୁ ବୋମା ଧମକ। ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଧମକ।

କେରଳ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲା ପାଇଁ ୯ ଜଣିଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ।

କମିଲା ୨୨ ଓ ୨୪ କ୍ୟାରେଟ୍ ସୁନାଦର। ରୁପା ଦାମ ୩ ଲକ୍ଷ ତଳକୁ ଖସିଲା।

ସୁପ୍ରିମକୋର୍ଟ କହିଲେ, ବିବାହ ପ୍ରତିଶ୍ରୁତି ପାଇକରି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।

ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ ଏଆଇ ଭିଡିଓ ପାଇଁ କଂଗ୍ରେସର ୯ ଜଣ ନେତାଙ୍କୁ ନୋଟିସ୍ ଜାରି।

ଟି୨୦ ବିଶ୍ୱକପରେ ଇଟାଲୀକୁ ହରାଇ ସୁପର ଏଇଟସ୍ ରେ ପହଞ୍ଚିଲା ଇଂଲଣ୍ଡ। ଶ୍ରୀଲଙ୍କା ସୁପର -୮ରେ।

ଯୁଦ୍ଧ ମଧ୍ୟରେ ୟୁକ୍ରେନରୁ ପଳାୟନ ଯୋଜନା କରୁଥିବା ଜେଲେନସ୍କିଙ୍କ ପୂର୍ବତନ ମନ୍ତ୍ରୀ ଗିରଫ, ସୀମାରେ ଧରାପଡ଼ିଲେ।

*ଗତବର୍ଷ ଏଇ ସମୟରେ*
ପୁରୀ ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହୋଇଥିଲା।

ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରୟାଗରାଜ ଟ୍ରେନ ପାଇଁ ଦଳାଚକଟା ହୋଇଥିଲା, ୧୮ ମୃତ।


===================
ଆଜି ବିଶ୍ୱ ମାନବତା ଦିବସ
(human spirit)
ଆଜି କସଭୋ ସ୍ୱାଧୀନତା ଦିବସ

ଆଜି ଜନ୍ମଦିନ: ପ୍ୟାରିସ ହିଲଟନ, ବୁଧୁ ଭଗତ, କେ.ସି.ଆର., ନଳିନୀ ସିଂ, ମିହିର ଦାସ (ଅଭିନେତା, ମୟୁରଭଞ୍ଜ), ଜଗଦୀଶ ମହାନ୍ତି (ଲେଖକ, ଝାରସୁଗୁଡା), ସୋମନାଥ ରଥ (ନେତା, ଆସିକା), ଲାଲ ବିହାରୀ ହିମିରିକା (ନେତା, ରାୟଗଡା)

ଆଜି ତିରୋଧାନ: କୈଳାଶ କାଟଜୁ, କର୍ପୂରୀ ଠାକୁର

ଇତିହାସରେ ଆଜି: (୧୬୭୦) ମୋଗଲଙ୍କୁ ହରାଇ ସିଂହଗଡ଼ କିଲ୍ଲା ନେଇଗଲେ ଶିବାଜୀ/ (୧୬୯୮) ଆଉରଙ୍ଗଜେବ ଅକ୍ତିଆର କଲା ଜିଞ୍ଜି କିଲ୍ଲା/ (୧୮୮୨) ସିଡନୀ ପଡ଼ିଆରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଅନୁଷ୍ଠିତ/ (୧୯୧୫) ମୋହନଦାସ ଗାନ୍ଧୀ ପ୍ରଥମ ଥର ଶାନ୍ତିନିକେତନ ଗଲେ/ (୨୦୦୪) ଫୁଲନ ଦେବୀର ହତ୍ୟାକାରୀ ସମଶେର ରାଣା ତିହାର ଜେଲରୁ ଫେରାର/ (୨୦୦୫) ଭାରତର ନାଗରିକତା ମାଗିଲେ ତସଲିମା ନସରୀନ (୨୦୧୪)/ ଭାରତରେ ଭୋଟ ଗ୍ରହଣ ପୂର୍ବରୁ ଏକଜିଟ ପୋଲ ନିଷେଧ
===================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Reporter - Er. MANAS RANJAN BEHERA

0
125 views