logo

ଓଡିଶା ଗାନ୍ଧୀ ବିଚାର ପରିଷଦର ମୁଖପତ୍ର "ରାଷ୍ଟ୍ରପିତା" ଉନ୍ମୋଚିତ।

ଓଡିଶା ଗାନ୍ଧୀ ବିଚାର ପରିଷଦର ମୁଖପତ୍ର "ରାଷ୍ଟ୍ରପିତା" ଉନ୍ମୋଚିତ।

କେନ୍ଦୁଝର: ୧୫/୦୨ (ରବିବାର): ପବିତ୍ର ମହାଶିବରାତ୍ରି ଅବସରରେ ଓଡିଶା ଗାନ୍ଧୀ ବିଚାର ପରିଷଦର ମୁଖପତ୍ର "ରାଷ୍ଟ୍ରପିତା" ଡିମ୍ବ ପଂଚାୟତର ଭାଲୁଘର ଶିବ ମନ୍ଦିର ଓ ମଇଦାନକେଲର ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜନସାଧାରଣଙ୍କ ନିମନ୍ତେ ଉନ୍ମୋଚିତ ହୋଇଯାଇଛି। କେନ୍ଦୁଝର ଡେଭେଲପ୍‌ମେଣ୍ଟ ଟ୍ରଷ୍ଟ ଓ ଓଡିଶା ଗାନ୍ଧୀ ବିଚାର ପରିଷଦର ମିଳିତ ଆନୁକୁଲ୍ୟରେ ଉନ୍ମୋଚନ ଉତ୍ସବରେ ଆଦିବାସୀ ଗବେଷକ ତଥା ସାହିତ୍ୟିକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା, ନିଶାମୁକ୍ତ ଆନ୍ଦୋଳନର ଆଦିବାସୀ ନେତ୍ରୀ କଳ୍ପନା ନାଏକ,ଭୂମିକା ଜେନେରାଲ୍ ମ୍ୟାନେଜର କର୍ଣ୍ଣାଟ କିଶୋର ଜେନା, ମନ୍ଦିର ପୂଜକ ରମେଶ ଚନ୍ଦ୍ର ମହାପାତ୍ର, ଚନ୍ଦନେଶ୍ବର ମନ୍ଦିର କମିଟିର ସଭାପତି ଭଗବାନ ମହାନ୍ତ, ଯୁବସମାଜସେବୀ ମନୋଜ କୁମାର ମହାନ୍ତ, କଳ୍ପନା ମହାନ୍ତ, କାଂଚନବାଳା ମହାନ୍ତ, ରଂଜୁଲତା ମହାନ୍ତ, ଶଙ୍କରଦେବ ମହାନ୍ତ, ମାନସ ରଞ୍ଜନ ପଣ୍ଡା ପ୍ରମୁଖ ମୁଖପତ୍ର ରାଷ୍ଟ୍ରପିତା ପତ୍ରିକାଟିକୁ ମିଳିତ ଭାବରେ ଉନ୍ମୋଚିତ କରିଥିଲେ। ଏହି ଅବସରରେ ଓଡିଶା ଗାନ୍ଧି ବିଚାର ପରିଷଦର ସଭାପତି ତଥା ଗାନ୍ଧୀ ତତ୍ତ୍ବବିତ୍ ଭକ୍ତବତ୍ସଳ ମହାନ୍ତି କହିଲେ ମା ରମାଦେବୀଙ୍କ ନିକଟରେ କିଶୋର ଅବସ୍ଥାରୁ କାର୍ଯ୍ୟ କରିଆସିଥିବା ଗାନ୍ଧୀବାଦୀ ଶ୍ରୀ ରମାକାନ୍ତ ନାଥ ରାଷ୍ଟ୍ରପିତା ପ୍ରତିକାଟିର ସମ୍ପାଦନା ଦାୟିତ୍ବ ନିର୍ବାହ କରିଛନ୍ତି। ପ୍ରତିକାଟିର ପ୍ରକାଶନ ଓ ପ୍ରସାରପ୍ରଚାର ଦାୟିତ୍ବ ଓଡିଶା ଗାନ୍ଧୀ ବିଚାର ପରିଷଦ ଦ୍ବାରା କରାଯାଇଛି। ଗାନ୍ଧି ବିଚାର ପ୍ରସାର, ଗାନ୍ଧି ସାହିତ୍ୟ ସୃଷ୍ଟି କରିବା, ଗାନ୍ଧିଙ୍କ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ସାବଲମ୍ବନଶୀଳ ସମାଜ ଗଠନ କରିବା, ଗ୍ରାମ ସ୍ବରାଜ ପ୍ରତିଷ୍ଠା ସହ ଗ୍ରାମାଂଚଳରେ ଏକତା ବଜାୟ ରଖିବା ଏହି ପତ୍ରିକାର ଲକ୍ଷ୍ୟ ରହିଛି।ଗାନ୍ଧିଜୀଙ୍କ ବିଷୟରେ ଅନାଲୋଚିତ ବିଷୟକୁ ଲୋକଲୋଚନକୁ ଆଣିବାର ଲକ୍ଷ୍ୟନେଇ ଏହି ପତ୍ରିକା ପ୍ରକାଶନ ଜାରି ରହିବ ବୋଲି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ସୂଚନା ଦେଇଛନ୍ତି। ଅମରକୁ ମାରିବ କିଏ ନ୍ୟାୟରେ ସମାଜରେ ଅହିଂସାର ଲଢେଇ ଜାରି ରହିବ ବୋଲି ଓଡିଶା ଓଡିଶା ଗାନ୍ଧୀ ବିଚାର ପରିଷଦ ଦୃଢ ବିଶ୍ବାସ କରେ।ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସଦସ୍ୟ ସଦସ୍ୟା ଶୈବ ଉପାସକ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ଯୁବବନ୍ଧୁ ମାନେ ସହଯୋଗ କରିଥିଲେ। ଉନ୍ମୋଚନ ସ୍ଥାନରେ ରାଷ୍ଟ୍ରପିତା ବଣ୍ଟନ କରାଯାଇଥିଲା।

ସୌଜନ୍ୟ: ଖଣ୍ଡାଧାର ନିଉଜ, ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

11
691 views