logo

ନିତ୍ୟାନନ୍ଦପୁର ଚମ୍ପକେଶ୍ୱର ମନ୍ଦିରରେ ଶିବ ଜାଗର ଓ ସାଂସ୍କୃତିକ କାର୍ଯ୍ୟକ୍ରମ।

ନିତ୍ୟାନନ୍ଦପୁର ଚମ୍ପକେଶ୍ୱର ମନ୍ଦିରରେ ଶିବ ଜାଗର ଓ ସାଂସ୍କୃତିକ କାର୍ଯ୍ୟକ୍ରମ।

ଗୋନାସିକା -୧୫/୦୨(ଖଣ୍ଡାଧାର ନିୟୁଜ) ହରିଚନ୍ଦନପୁର ବ୍ଲକ୍ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ ମହା ଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବଙ୍କ ପୀଠରେ ପ୍ରଭୁଙ୍କ ପବିତ୍ର ଜାଗର ବ୍ରତ ଓ ମହାନ ଓଷା ପାଳନ ହୋଇଯାଇଛି।‌ ନିତ୍ୟାନନ୍ଦ ପୁର, କୁଣ୍ଢେଇ ଓ ସାନ ନୂଆଗାଁ ଗ୍ରାମର ମହିଳା, ପୁରୁଷ, ପୁଅ, ଝିଅ , ଛାତ୍ରଛାତ୍ରୀ ପ୍ରଭୁଙ୍କ ପବିତ୍ର ଓ ମହାନ ଓଷା ପାଳନ କରି ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।‌ ଆଖ ପାଖ ଗାଁର ଭକ୍ତ ମଧ୍ୟ ଆସି ଓଷା ପାଳନ କରିଥିଲେ। ଏ ମହାପର୍ବ ପାଳନ ସହିତ ପୂର୍ବ ବର୍ଷ ପରି, ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ ଏକ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ନିତ୍ୟାନନ୍ଦପୁର, କୁଣ୍ଢେଇ ଓ ସାନ - ନୂଆଗାଁ ର ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା। ଏ ଉତ୍ସବ ବେଶ୍ ଆକର୍ଷଣୀୟ ହୋଇଥିଲା।‌ ଶହ ଶହ ଦର୍ଶକ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ନିଜ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ସମୟ କାଢି, ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରି, ଅଞ୍ଚଳ ପାଇଁ ଉଦାହରଣ ପାଲଟି ଥିବା କେତେକ ସମାଜ ସେବୀ ଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଗାଁରେ ସବୁଜ ବନାନୀ ସୃଷ୍ଟି କ୍ଷେତ୍ରରେ ନିରନ୍ତର ପ୍ରୟାସ ସକାଶେ ନିତ୍ୟାନନ୍ଦ ପୁର ଗାଁର ଶ୍ରୀ ଲଛମନ ବାରିକ୍ ଙ୍କୁ " ପ୍ରକୃତି ମିତ୍ର "ସମ୍ମାନ -୨୦୨୬" ପ୍ରଦାନ କରାଯାଇଥିଲା। ସେହିପରି, ଦୁଃଖି, ଗରିବ, ଅସହାୟ, ଭିନ୍ନକ୍ଷମ ଲୋକଙ୍କ ସେବା ପାଇଁ କୁଣ୍ଢେଇ ଗାଁର ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ ଏବଂ ନିତ୍ୟାନନ୍ଦ ପୁର ଗାଁର ଶ୍ରୀମାନ ବିଜୟ କୁମାର ଘଣା ଙ୍କୁ " ସେବାଶ୍ରୀ ସମ୍ମାନ -୨୦୨୬" ପ୍ରଦାନ କରାଯାଇଥିଲା। ଏ ସମସ୍ତ ପୁରସ୍କାର ସ୍ଥାନୀୟ " ଶାସ୍ତ୍ରୀ ସ୍ମୃତି ପାଠାଗାର, ନିତ୍ୟାନନ୍ଦ ପୁର" ତରଫରୁ ପ୍ରଦାନ କରାଯାଇଥିଲା। ଉତ୍ସବରେ ନୃତ୍ୟ ପରିବେଷଣ କରିଥିବା ପିଲାଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାର ପ୍ରମାଣପତ୍ର ସହିତ ବିଭିନ୍ନ ପ୍ରକାରର ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ରୁଦ୍ର ସେନ୍ ଜିତ୍, ସମ୍ମାନୀତ ଅତିଥି ଇଂ. ରମେଶ ଚନ୍ଦ୍ର ନାଏକ ଓ ଶ୍ରୀ ତପନ କୁମାର ନାଏକ ଯୋଗ ଦେଇଥିଲେ। ଏଥିରେ ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତ ସଭାପତିତ୍ୱ କରିଥିବା ବେଳେ, ଶ୍ରୀମାନ ମନୋଜ କୁମାର ପଟେଲ୍ ସଭା ସଂଚାଳନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦୁଃଖବନ୍ଧୁ ବାରିକ୍, ଦୁଃଖବନ୍ଧୁ ମହାକୁଡ, ଅଯୋଧ୍ୟା କୁମାର ଘଣା, ସନ୍ତୋଷ କୁମାର ଘଣା, ରାମଚନ୍ଦ୍ର ମହାନ୍ତ, ବନମାଳୀ ମହାନ୍ତ, ଦୁଃଶାସନ ମହାନ୍ତ, ତୁଷାର ଭୁଷଣ ମହାନ୍ତ, ମଧୁସୂଦନ ଘଣା, ସୁଲୋଚନା ମହାନ୍ତ, ଜୟନ୍ତୀ ମହାନ୍ତ, ଗହମୀ ମହାନ୍ତ, ପଦ୍ମିନୀ ଘଣା, ହିରୋ ମହାକୁଡ ପ୍ରମୁଖଙ୍କ ସହଯୋଗୀତା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
(ମନୋଜ କୁମାର ପଟେଲ ଙ୍କ ରିପୋର୍ଟ )


‌‌ ସୌଜନ୍ୟ: ଖଣ୍ଡାଧାର ନିଉଜ।

26
673 views