logo

ଶିକ୍ଷକ ସଂଗ୍ରାମ କେଶରୀ ରାଉତରାୟ "ରାମକୃଷ୍ଣ ନନ୍ଦ ପ୍ରତିଭା ସମ୍ମାନ-୨୦୨୬"ରେ ସମ୍ମାନୀତ।

ଶିକ୍ଷକ ସଂଗ୍ରାମ କେଶରୀ ରାଉତରାୟ "ରାମକୃଷ୍ଣ ନନ୍ଦ ପ୍ରତିଭା ସମ୍ମାନ-୨୦୨୬"ରେ ସମ୍ମାନୀତ।

କଣ୍ଟାପଡା-୧୫/୦୨(ଖଣ୍ଡାଧାର ନିୟୁଜ)
ଆହେ ଦୟାମୟ ବିଶ୍ବବିହାରି ପ୍ରlର୍ଥନାର ସ୍ରଷ୍ଟା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ୧୨୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ସଂଗ୍ରାମ କେଶରୀ ରାଉତରାୟଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ "ରାମକୃଷ୍ଣ ନନ୍ଦ ପ୍ରତିଭା ସମ୍ମାନ-୨୦୨୬"ରେ ସମ୍ମାନୀତ କରାଯାଇଛି। ଓଡିଶା ସହିତ୍ୟ ଏକାଡେମୀ ଓ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ମିଳିତ ଆନୁକୁଲ୍ୟରେ କବିଙ୍କ ଜନ୍ମ ସ୍ଥାନ କଣ୍ଟାପଡା ବ୍ଲକ ବାଇରୋଇ ସୌଦାମିନୀ ପାଠାଗାର ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଗହଣରେ ଶ୍ରୀ ରାଉତରାୟଙ୍କୁ ସମ୍ମାନୀତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫେସର ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି, ସାହିତ୍ୟିକ ଡ଼. ତ୍ରିନାଥ ପଟ୍ଟନାୟକ ମୁଖ୍ୟବକ୍ତା, ଓଡିଶା ସାହିତ୍ୟ ଏକାଡେମୀ ସହସଚିବ ସଞ୍ଜୟ କୁମାର ଛୁଆଳସିଂହ, କଣ୍ଟାପଡା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ଓ ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନୀତ ଅତିଥିମାନଙ୍କ ସହ ବହୁ ସାହିତ୍ୟିକ, ଲେଖକ, ଶିକ୍ଷାବିତ୍, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଏହି ପ୍ରତିଭା ସମ୍ମାନ ତାଙ୍କ ୩୩ବର୍ଷ ଶିକ୍ଷକ ଜୀବନର ଏକ ଅମୂଲ୍ୟ ଉପହାର ବୋଲି କହିବା ସହିତ ଅନୁଷ୍ଠାନ ଓ ଅତିଥିମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
448 views