
ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପlଳିତ।
ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପlଳିତ।
କଣ୍ଟାପଡା -୧୫/୨(ଖଣ୍ଡାଧାର ନିୟୁଜ)
ଓଡିଶା ସହିତ୍ୟ ଏକାଡେମୀ ଓ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ, ମିଳିତ ଆନୁକୁଲ୍ୟରେ “ଆହେ ଦୟାମୟ ବିଶ୍ବ ବିହାରୀ”ପ୍ରାର୍ଥନାର ସ୍ରଷ୍ଟା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ଉତ୍ସବ କବିଙ୍କ ଜନ୍ମ ସ୍ଥାନ କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବାଇରୋଇ ଗ୍ରାମର ସୌଦାମିନୀ ପାଠାଗାର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫେସର ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି, ସାହିତ୍ୟିକ ଡ଼. ତ୍ରିନାଥ ପଟ୍ଟନାୟକ ମୁଖ୍ୟବକ୍ତା, ଓଡିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ, କଣ୍ଟାପଡା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ଓ ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପୁଣ୍ୟାତ୍ମା ନନ୍ଦଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପ୍ରକାଶ ନନ୍ଦଙ୍କ ସଂପାଦିତ ପରିଷଦର ସ୍ମରଣୀକା ‘ସୌଦାମିନୀ’କୁ ଅତିଥିମାନେ ଉନ୍ମୋଚନ କରିଥଲେ। ସେହିପରି କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀଙ୍କ ଅନୁବାଦ ପୁସ୍ତକ ‘କାୟାସ୍ପର୍ଶ’, ସଂଯୁକ୍ତା ବେହେରାଙ୍କ ସଂପାଦିତ ଗଳ୍ପ ସଂକଳନ ‘ଅକୁହା କଥା’, ରମାକାନ୍ତ ସ୍ୱାଇଁଙ୍କ ଉପନ୍ୟାସ ‘ଯାଜ୍ଞସେନୀର ଯିଜ୍ଞାସା’, ସୁରେନ୍ଦ୍ର ଚ୍ଛୋଟରାୟଙ୍କ ‘ଦିବ୍ୟ ଦର୍ଶନ’ ଏବଂ ଡ଼ ତ୍ରିନାଥ ପଟ୍ଟନାୟକଙ୍କ ସଂପାଦିତ ‘ଅସୀମା’ର ଅତିଥିମାନଙ୍କ ଦ୍ବାରା ଶୁଭ ଉନ୍ମୋଚିନ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଶିକ୍ଷକ ସଂଗ୍ରାମ କେଶରୀ ରାଉତରାୟଙ୍କୁ ରାମକୃଷ୍ଣ ନନ୍ଦ ପ୍ରତିଭା ସମ୍ମାନ-୨୦୨୬ରେ ସମ୍ବର୍ଦ୍ଧିତ କରାଯିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ମେଦ୍ଧାବୃତ୍ତି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରକାଶ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଗ୍ରାମ କେଶରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟବ୍ରତ ରାଉତରାୟ, ସନ୍ତୋଷ ରାଉତ, ସୋନାଲି ମିଶ୍ର, ମୋନାଲି ମିଶ୍ର, ସୁମିତ୍ରା ମୁଦୁଲି, ଚିନ୍ମୟ ଦାସ ପ୍ରମ୍ମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।