ଶିବ ଭଜନ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
*ଶିବ ଭଜନ*
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ହେ ପଞ୍ଚାନନ ହେ ତ୍ରିଲୋଚନ
ହେ ମହେଶ୍ବର ଡାକ ଶୁଣ I
ହେ ପ୍ରଭୁଉମାପତି ତୁମେ ଜଗତପତି
କରୁଛି ତୁମ କୁ ପ୍ରଣାମ... ହେ
ହେପ୍ରଭୁଶୁଳପାଣି
ଘେନମୋରଦୟିନୀ ,
କୈଳାସ ପତି ପ୍ରଭୁ
ଶିରରେ ଜଟାପୁଣି
ଡମ୍ବରୁ ଧର ଡାକ ଶୁଣ ... ହେ
ପଞ୍ଚାନନ I
ଏକ ହାତେ ଡମ୍ବରୁ
ଆନ ହସ୍ତେ ତ୍ରିଶୁଳ,
ଲିଙ୍ଗରାଜ ହେ ରୁଦ୍ର
ଶୋଭଇ ଚନ୍ଦ୍ର ଚୂଡ଼
ହେ ପ୍ରଭୁ ପିନାକୀ ଧାରଣ... ହେ
ପଞ୍ଚାନନ.. I
ତୁମେ ଶିବ ସୁନ୍ଦର
ନାଥ ପରମେଶ୍ୱର ,
ତୁମେ ଶାନ୍ତ ସୁନ୍ଦର
ଯେ ଜପେ ପଞ୍ଚାକ୍ଷର
କ୍ରୋଧରେ ତାଣ୍ଡବ ଆପଣ... ହେ ପଞ୍ଚାନନ .... I
ପ୍ରକାଶନୀ ସୌଜନ୍ୟ: ଖଣ୍ଡାଧାର ନିଉଜ।