logo

ରାଣୀପୁର ସିଦ୍ଧେଶ୍ୱର ମହାଦେବ ମନ୍ଦିରରେ ଭଙ୍ଗାରୁଜା ନେଇ ବାରିଆ ଥାନାରେ ଏତଲା।

ରାଣୀପୁର ସିଦ୍ଧେଶ୍ୱର ମହାଦେବ ମନ୍ଦିରରେ ଭଙ୍ଗାରୁଜା ନେଇ ବାରିଆ ଥାନାରେ ଏତଲା।

ଝୁମ୍ପୁରା -୧୫/୦୨(ଖଣ୍ଡାଧାର ନିୟୁଜ) ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ ଅନ୍ତର୍ଗତ ରାଣୀପୁର ଗ୍ରାମ ସିଦ୍ଧେଶ୍ୱର ମହାଦେବ ମନ୍ଦିରରେ ଶନିବାର ରାତ୍ରି ପାର୍ଶ୍ୱ ଦେବତା ଶ୍ରୀ ଗଣେଷ, କାର୍ତିକ ଓ ହନୁମାନ ବିଗ୍ରହ ମୂର୍ତ୍ତି କୁ କେହି ଦୁର୍ବୁଦ୍ଧ ଭାଙ୍ଗି ଦେଇ ମନ୍ଦିର ଚତୃରପାର୍ଶ୍ୱ ରେ ଲଗାଯାଇଥିବା ବିଭିନ୍ନ ଫୁଲ ଗଛ ଏବଂ ସୋ ଗଛକୁ ଉପାଡି ଫିଙ୍ଗି ଦେଇଥିବା ଦେଖାଯାଇଛି l ଶିବ ରାତ୍ରି ଜାଗର ପାଇଁ ସକାଳୁ ପୂଜକ ଦିବ୍ୟ ଲୋଚନ ଶତପଥୀ ଓ ମନ୍ଦିର କମିଟି ସଦସ୍ୟ ତାହା ଦେଖି ବାରିଆ ଥାନା ରେ ଦ୍ଵାରସ୍ଥ ହୋଇଛନ୍ତି l ଯିଏ ମୂର୍ତ୍ତି ଭାଙ୍ଗିଛି ତା ' ବିରୁଦ୍ଧରେ କୋଠାର ଦଣ୍ଡ ବିଧାନ କରିବାକୁ ଦାବୀ କରିଛନ୍ତି l ମନ୍ଦିର କମିଟି ସଭାପତି ଲୋକନାଥ ପ୍ରଧାନ, ସଦସ୍ୟ ସୁଶାନ୍ତ ପ୍ରଧାନ, ଶାନ୍ତଭାନୁ ବାରିକ ଧରଣୀଧର ପ୍ରଧାନ, ମହେନ୍ଦ୍ର କୁମାର ପ୍ରଧାନ, ହୃଦାନନ୍ଦ ପ୍ରଧାନ, ନିରଞ୍ଜନ ଗିରି, ହେମନ୍ତ ପ୍ରଧାନଙ୍କ ଲିଖିତ ଅଭିଯୋଗ କୁ ଭିତ୍ତି କରି ବାରିଆ ଥାନା ଅଧିକାରୀ ତାଙ୍କ ସଦଳ ବଳ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ କରି ଯାଇଥିବା ଜଣା ପଡିଛି l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

17
524 views