logo

ସରକାରୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ।

ସରକାରୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ।

କେନ୍ଦୁଝର -୧୩/୦୨(ଖଣ୍ଡାଧାର ନିୟୁଜ) ସରକାରୀ ମହିଳା ମହବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ ଉତ୍ସବ ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପାଖରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇଥିଲା । ଏହା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଲଲିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମହାବିଦ୍ୟାଳୟ ଏକ ପ୍ରକୃଷ୍ଟ ସ୍ଥାନ ଯେଉଁଠି ସମୟ ଯେଉଁଠି ଶ୍ରେଷ୍ଠ ମଣିଷ ହୋଇ ଛିଡା ହେବା ପାଇଁ ପ୍ରେରଣା ମିଳିଥାଏ । ଏହା ପରେ ମଞ୍ଚକୁ ପରିଚାଳନା କରିବା ପାଇଁ ଛାତ୍ରୀ ସୁମନା ମହାନ୍ତିଙ୍କୁ ଅର୍ପଣ କରିଥିଲେ । ଇତ୍ୟ ଅବସରରେ ମହାବିଦ୍ୟାଳୟର ଛାତ୍ରୀ ସଂସଦ ପ୍ରଫେସର୍ ଡକ୍ଟର ରାମଚନ୍ଦ୍ର ମଲ୍ଲ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ପାଠ କରିଥିଲେ ତୃତୀୟ ବର୍ଷର ଛାତ୍ରୀ ତଥା ଛାତ୍ରୀ ପ୍ରତିନିଧି ତିତକ୍ଷା ମହାନ୍ତ । ନିମନ୍ତ୍ରିତ ହୋଇଥିବା ସମ୍ମାନୀତ ଅତିଥି ଡକ୍ଟର ସୁନୀତ୍ କୁମାର ପଟେଲ୍ ବିଶେଷ କରି ବିଦେଶରେ କର୍ମମୟ ଜୀବନକୁ ପରିତ୍ୟାଗ କରି କେନ୍ଦୁଝର ବିକାଶ କରିବା ପାଇଁ ଆଗେଇ ଆସିଛି କାରଣ ଓଡ଼ିଶା ହେଉଛି ମୋ ଜନ୍ମଭୂମି । ଯେଉଁଠି ଖାଇ ପିଇ ପାଳି ପୋଷି ବଡ଼ ହୋଇଛି । ତେଣୁ ତୁମେ ମାନେ ମଧ୍ୟ ନିଜ ସହ ନିଜ ପରିବେଶରେ ବଢୁଥିବା ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ପ୍ରତିବଦ୍ଧତା ହୁଅ । ଏହି ଅବସରରେ ମୁଖ୍ୟବକ୍ତା ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ ଗପରେ ଗପରେ ଜୀବନର ମାର୍ମିକ ଅର୍ଥକୁ ସରଳ ଭାବେ ବୁଝାଇ ଦେଇଥିଲେ ଓ କହିଥିଲେ ଜୀବନକୁ ପତ୍ରେ ପତ୍ରେ ଅନୁଭବ କର ଓ ଅନୁଭବି ସମ୍ପର୍ଣା ହୁଅ ବୋଲି ପିଲାମାନଙ୍କୁ କହିଥିଲେ । ଏହା ପରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ସ୍ୱାଭାବିକତା ଠାରୁ ଭିନ୍ନ ହୋଇ ବଞ୍ଚିବା ପାଇଁ କହିବା ସହ ଦୀର୍ଘ କଠୋର ସାଧନା ନ ହେଲେ ସଫଳ ତୁମ ପାଦ ସ୍ପର୍ଶ କରିବ ନାହିଁ ତେଣୁ ଏକାଗ୍ରତାର ସହ ନିଜ କର୍ତ୍ତବ୍ୟକୁ ପାଳନ କରିବାକୁ ପଡ଼ିବ । ଶିକ୍ଷା ମାନବ ଜୀବନର ମୂଳ ଆଧାର। ଶିକ୍ଷା ଦ୍ୱାରା ସମାଜରେ ନୂତନ ଚେତନାର ସୃଷ୍ଟି ହୋଇଥାଏ। ଭାରତୀୟ ନାରୀ ବିଶ୍ୱରେ ପୂଜିତ ତେଣୁ ତୁମେମାନେ ମଧ୍ୟ ସବୁଠାରେ ପୂଜିତ ଓ ବିଦିତ ମଧ୍ୟ । ଏସବୁ କଥାକୁ ଧ୍ୟାନରେ ରଖି ସମସ୍ତ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପିଲାମାନଙ୍କୁ କହିଥିଲେ । ଅତିଥି ମାନଙ୍କର ଅଭିଭୂତ ସମ୍ଭାଷଣ ପରେ ହୃତକୃତ୍ୟ ଅତିଥିମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ଵାରା ସମ୍ମାନାର୍ଥେ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରଶାନିକ ଅଧିକାରୀ ଡକ୍ଟର ଚିତ୍ତରଞ୍ଜନ ସାହୁ ଗୋଟିଏ ଶୈଖିକ ବାତାବରଣ ଭିତରେ ନିଜକୁ ତିଆରିକରିବା ପାଇଁ କହିଥିଲେ । ଏହି ଉତ୍ସବରେ ଏକାଡେ଼ମୀକ୍ ଅଧିକାରୀ ପ୍ରଫେସର୍ ଡକ୍ଟର ବିଷ୍ଣୁ ଦାସ ତୁମମାନଙ୍କ ଭିତରେ ଥିବା ପlଣ୍ଡିତ୍ୟକୁ ସ୍ପୁରଣ କରିବା ପାଇଁ ସର୍ବଦା ସଜାଗ ହୁଅ ଦେଖିବ ଦିନେ ନା ଦିନେ ଆମ୍ଭେମାନେ ଯେଉଁ ସ୍ଥାନରେ ଅଛୁ ତୁମେମାନେ ମଧ୍ୟ ଠିକ୍ ସେହି ସ୍ଥାନରେ ପହଞ୍ଚି ଏପରି ପିଲାମାନଙ୍କୁ ଉତ୍ସାହ, ପ୍ରେରଣା ଯୋଗାଉଥିବ । ଦେଖିବ ସେହିଦିନ ତୁମପାଇଁ ଜୀବନର ଶ୍ରେଷ୍ଠ ସ୍ଥାନ ଓ ଶ୍ରେଷ୍ଠ ସମୟ ହୋଇ ରହିବ ବୋଲି ପିଲାମାନଙ୍କୁ କହିଥିଲେ । ପରିଶେଷରେ କ୍ରୀଡା ସମ୍ପାଦିକା ପ୍ରଫେସର୍ ଗୀତାଞ୍ଜଳୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା, ସାଂସ୍କୃତିକ ସମ୍ପାଦକ ପ୍ରଫେସର୍ ଡକ୍ଟର ଋଷିନାଥ ନାଏକଙ୍କ ଓ ସେମାନଙ୍କ ସହଯୋଗୀ ସଦସ୍ୟଙ୍କ ତତ୍ତ୍ଵାବଧାନରେ ଛାତ୍ରୀମାନେ ନୃତ୍ୟ, ଗୀତ, ଅଭିନୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

5
556 views