logo

ବଣିଆପାଟ ଶିଶୁମନ୍ଦିର ରେ ପରିବା ପ୍ରଦର୍ଶନୀ।

ବଣିଆପାଟ ଶିଶୁମନ୍ଦିର ରେ ପରିବା ପ୍ରଦର୍ଶନୀ

କେନ୍ଦୁଝର -୧୩/୦୨(ଖଣ୍ଡାଧାର ନିୟୁଜ )
କେନ୍ଦୁଝରଗଡ଼ ସ୍ଥାନୀୟ କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ଶିଶୁବାଟିକା ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରିବା ପ୍ରଦର୍ଶନୀ କରଯାଇଥିଲା । ସଂପୃକ୍ତ ଶ୍ରେଣୀର ଶିଶୁମାନଙ୍କର ସୃଜନଶକ୍ତିର ବିକାଶ ପାଇଁ ଏହି ପରିବା ପ୍ରଦର୍ଶନ ପ୍ରତ୍ୟେକ ବର୍ଷ ହୋଇଥାଏ । ଶିଶୁମାନେ ନିଜନିଜ ଘରୁ ବିଭିନ୍ନ ପରିବା ଆଣି ଗୋଟାଏ ଜାଗାରେ ପ୍ରଦର୍ଶନ କରିଥିବାରୁ ଯାହାକି ସମସ୍ତ ଶିଶୁ ସବୁପ୍ରକାର ପରିବା ଚିହ୍ନିବାରେ ସହାୟକ ହୋଇଥିଲେ । ଏହି ପରିବା ପ୍ରଦର୍ଶନକୁ ପରିଚାଳନା ସମିତିର ସଦସ୍ୟା ତଥା ଅବସର ପ୍ରାପ୍ତ। ଶିକ୍ଷୟତ୍ରୀ ମନ୍ଦାକିନୀ ବେହେରା ଉଦଘାଟନ କରିଥିବାବେଳେ ପ୍ରଧାନଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ସହ ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଅବସର ପ୍ରାପ୍ତ। ଆଚାର୍ଯ୍ୟ। ସ୍ନେହଲତା ପୃଷ୍ଟିଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସେଠୀଙ୍କ ସମେତ ପ୍ରାତଃ ପର୍ଯ୍ୟାୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ। ଏଥିରେ ସହଯୋଗ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
464 views