logo

*ଦାମନଯୋଡିର ବିଭିନ୍ନ ଶୈବପୀଠ ମହାଶିବରାତ୍ରି ଓ ଜାଗର ପାଳନ*


ଦାମନଯୋଡି: ଦାମନଯୋଡିର ବିଭିନ୍ନ ଶୈବପୀଠ ମହାଶିବରାତ୍ରି ପାଳିତ ହୋଇଯାଇଛି । ଭେଜାପୁଟ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ପ୍ରତିପାଦିତ ହୋଇଥିଲା । ବଡ଼ି ସକାଳୁ ଦ୍ୱାରଫିଟା ବେଳକୁ ଭକ୍ତ ଙ୍କ ଭିଡ଼ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଜାଗର ବ୍ରତ ଓ ଉପବାସ କରୁଥିବା ଲୋକେ ସକାଳୁ ଦର୍ଶନ କରି ଉପବାସ ଆରମ୍ଭ କରିଥିଲେ । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ରୁଦ୍ରଭିସେକ କରାଯାଇଥିଲା । ରାତ୍ରୀ ସାଢ଼େ ଦଶଟା ବେଳକୁ ମହାଦୀପ ଉଠିଥିଲା । ହରିବୋଲ ହୁଳହୁଳି ସାଙ୍ଗକୁ ଶିବ ଧ୍ବନିରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ମନ୍ଦିରର ନିତ୍ଯ ପୂଜକ ଦେବେନ୍ଦ୍ର ଦାଶ, ମାନସ କୁମାର ଦାଶ, ସନ୍ତୋଷ କୁମାର ଦାଶ ପ୍ରମୁଖ ସମସ୍ତ ପୂଜାନୀତି ସମ୍ପାଦନ କରିଥିଲେ । ସନ୍ଧ୍ୟାରେ ମନ୍ଦିର ପରିସରରେ ଶହ ଶହ ଲୋକେ ଦୀପ ଜାଳି ଜାଗର ବ୍ରତ ପାଳିଥିଲେ । ବ୍ରତାଧାରୀ ଙ୍କୁ ଉତ୍ସାହ କରିବା ପାଇଁ ରାତି ସାରା ଭଜନ କୀର୍ତ୍ତନ କରାଯାଇଥିଲା । ସେହିପରି ନାଲକୋ ଟାଉନସିପ ସ୍ଥିତ ଶିବ ମନ୍ଦିର, ମାଥାଲପୁଟସ୍ଥିତ ବଟୁକେଶ୍ୱର ମନ୍ଦିର, ତ୍ରିନାଥ ମନ୍ଦିର, ମରିଚମାଳ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ରେ ମଧ୍ୟ ମହାଶିବରାତ୍ରି ପାଳନ ହୋଇଥିଲା ।

22
1505 views