logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଘଟଗାଁରେ ବ୍ରାଉନ ସୁଗାର ଜବତ: ତିନି ଯୁବକ ଗିରଫ

ଘଟଗାଁ, ୧୫ ଫେବୃଆରୀ ୨୦୨୬: ଘଟଗାଁ ଥାନା ଅଞ୍ଚଳରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଆଜି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ OD 15 A 8880 ନମ୍ବର ଥିବା ଗୋଟିଏ କାର ଯୋଗେ ତିନି ଜଣ ଯୁବକ କେନ୍ଦୁଝରରୁ ଭଦ୍ରକ ଦିଗକୁ ବେଆଇନ ଭାବେ ବ୍ରାଉନ ସୁଗାର ପଚାର କରୁଛନ୍ତି।
ଉକ୍ତ ଖବର ପାଇ ଘଟଗାଁ ଥାନା IICଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ଟିମ୍ ଚଢ଼ାଉ କରି କତାରାବେଡ଼ା ପେଟ୍ରୋଲ ପମ୍ପ ନିକଟରେ ଉକ୍ତ କାରକୁ ଅଟକ କରିଥିଲେ। ତଦନ୍ତ ସମୟରେ ତିନି ଜଣଙ୍କ ପାଖରୁ ବିନା କାଗଜପତ୍ରରେ ବେଆଇନ ଭାବେ ବ୍ରାଉନ ସୁଗାର ରହିଥିବା ଚିହ୍ନଟ ହୋଇଥିଲା। ପରେ ସେମାନଙ୍କୁ ଗିରଫ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ:
ରାକେଶ କୁମାର ସାହୁ (୨୯ ବର୍ଷ)
ପିତା – ସ୍ଵର୍ଗତ ଗଣେଶ ସାହୁ
ସା – ପୁରୁଣା ବଜାର, ପୂର୍ବ ବଡଦାଣ୍ଡ, କେନ୍ଦୁଝର
ଥାନା – କେନ୍ଦୁଝର ଟାଉନ୍, ଜିଲ୍ଲା – କେନ୍ଦୁଝର
ଅବନୀ କୁମାର ସାହୁ (୪୩ ବର୍ଷ)
ପିତା – ସ୍ଵର୍ଗତ ସୁଦର୍ଶନ ସାହୁ
ସା – ଡି.ଡି କଲେଜ ରୋଡ୍, ବଣିଆପାଟ, କେନ୍ଦୁଝର
ଥାନା – କେନ୍ଦୁଝର ଟାଉନ୍, ଜିଲ୍ଲା – କେନ୍ଦୁଝର
ସଞ୍ଜୟ କୁମାର ଜେନା (୪୭ ବର୍ଷ)
ପିତା – ବିଶ୍ୱନାଥ ଜେନା
ସା – ଜଗନ୍ନାଥପୁର, କେନ୍ଦୁଝର
ଥାନା – କେନ୍ଦୁଝର ଟାଉନ୍, ଜିଲ୍ଲା – କେନ୍ଦୁଝର
ଜବତ ବ୍ରାଉନ ସୁଗାର ପରିମାଣ:
ରାକେଶ କୁମାର ସାହୁଙ୍କ ପାଖରୁ – ୨୫ ଗ୍ରାମ
ଅବନୀ କୁମାର ସାହୁଙ୍କ ପାଖରୁ – ୩୦ ଗ୍ରାମ
ସଞ୍ଜୟ କୁମାର ଜେନାଙ୍କ ପାଖରୁ – ୩୨ ଗ୍ରାମ
ମୋଟ ୮୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି। ଏହା ସହିତ ଉକ୍ତ କାରକୁ ମଧ୍ୟ ଜବତ କରାଯାଇଛି। ଏନେଇ ଘଟଗାଁ ଥାନାରେ କେସ୍ ରୁଜୁ କରାଯାଇଥିବାବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଘଟଗାଁ ଅଞ୍ଚଳରେ ମାଦକଦ୍ରବ୍ୟ ବିରୋଧୀ ଅଭିଯାନକୁ ପୋଲିସ ଆହୁରି କଡା କରିବାକୁ ସଂକଳ୍ପବଦ୍ଧ ଥିବା ସୂଚନା ମିଳିଛି।

117
872 views

Comment