logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ମହା ଶିବରାତ୍ରି ,କୋରାପୁଟ, ଓଡ଼ିଶା

ଦାମନଯୋଡ଼ି,୧୫/୦୨:ଦାମନଯୋଡ଼ିର ବିଭିନ୍ନ ଶିବ ମନ୍ଦିର ଓ ଶୈବ ପୀଠ ମାନଙ୍କରେ ପବିତ୍ର ମହା ଶିବରାତ୍ରି ପାଳିତ ହୋଇଯାଇଛି।ଦେବ ଦେବ ମହାଦେବଙ୍କ ଦର୍ଶନ ଓ ପୂଜା ପାଇଁ ବଡ଼ିଭୋରରୁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖା ଯାଇଥିଲା।ମାଥାଲପୁଟସ୍ଥିତ ଶ୍ରୀ ବଟୁକେଶ୍ଵର ମହାଦେବ,ତ୍ରିନାଥ ମନ୍ଦିର,ନାଲକୋ ଟାଉନସିପ ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଶ୍ରୀତ୍ରୟମ୍ବକେଶ୍ଵର ମହାଦେବ ଓ ସେକ୍ଟର ୩ ଶ୍ରୀବିଶ୍ଵନାଥ ମହାଦେବ,ଭେଜାପୁଟ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର,ମରିଚମାଳର ଶ୍ରୀସିଦ୍ଧେଶ୍ୱରଙ୍କ ପୀଠ,ଚମ୍ପାପଦର କଲୋନୀ,ଅଁଳାବାଡ଼ି କଲୋନୀ,ଗୌଡ଼ଗୁଡ଼ା,କଳାହାଣ୍ଡି କଲୋନୀ,ସୁରକ୍ଷା ବିହାର ଆଦି ସ୍ଥାନରେ ଥିବା ଶିବ ମନ୍ଦିର ଓ ପୀଠ ମାନଙ୍କରେ ଶିବରାତ୍ରି ପାଇଁ ସ୍ଵତନ୍ତ୍ର ଆୟୋଜନ ହୋଇଥିବା ଦେଖା ଯାଇଥିଲା।ସମସ୍ତ ମନ୍ଦିର ମାନଙ୍କୁ ସୁନ୍ଦରଭାବେ ଆଲୋକମାଳାରେ ସୁସଜ୍ଜିତ କରଯାଇଥିଲା।କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ,ସମୂହ ଦୀପଦାନ ମଧ୍ଯ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ଆଳତୀ ପରେ ଉପଚାର ପୂଜା,ହରିହର ଭେଟ ଆଦି ନୀତି ହୋଇଥିଲା।ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପଣା ଭୋଗ ବଣ୍ଟନ କରାଯାଇଥିଲା।ଶ୍ରଦ୍ଧାଳୁ ମାନେ ମନ୍ଦିର ପରିସରରେ ଦୀପ ଜାଳି ମହାଦୀପ ଉଠିବା ପର୍ଯ୍ୟନ୍ତ ବସି ରହିଥିଲେ।ବହୁ ଶ୍ରଦ୍ଧାଳୁ ଆଜି ଉପବାସ ବ୍ରତ କରିଥିଲେ।

123
1269 views

Comment